୪୨ ଦିନ ପରେ ସୁସ୍ଥ ହୋଇ ଘରକୁ ଫେରିଲେ ବାପା-ଝିଅ

ମୋହନା,୫।୫(ମନ୍ମଥ ମିଶ୍ର): ଗତ ମାର୍ଚ୍ଚ ୨୩ରେ ଗଜପତି ଜିଲା ରାମଗିରିରେ ଛତୁଆ ଖାଇ ଦୁଇ ଶିଶୁ କନ୍ୟା ତୁଳସୀ ବଡମୁଣ୍ଡି ଓ ଫୁଲମଣୀ ବଡମୁଣ୍ଡିଙ୍କ ମୃତ୍ୟୁ ଘଟିଥିଲା l ତେବେ ଘଟଣାର ୪୨ ଦିନ ପରେ ଉଭୟ ବାପା ଝିଅ ସୁସ୍ଥ ହୋଇ ଶନିବାର ରାମଗିରି ଫେରିଛନ୍ତି। ଅନ୍ୟ ପକ୍ଷରେ ଏହି ଘଟଣା ସେତେବେଳେ ଗଜପତି ଜିଲାରେ ଚର୍ଚ୍ଚାର ବିଷୟ ପାଲଟି ଥିବାବେଳେ କିଭଳି ପରିସ୍ଥିତିରେ ଛତୁଆ ଖାଇ ଶିଶୁ କନ୍ୟା ଙ୍କ ମୃତ୍ୟୁ ଘଟିଲା ତାହାର ତଦନ୍ତ କରୁଛି ପୋଲି। ତେଣୁ ଘଟଣାର ୩ ଦିନ ପରେ ଶାଶୁ ଓ ବୋହୁଙ୍କୁ ରାମଗିରି ଥାନାକୁ ଡାକି ଜେରା କରାଯାଇଥିଲା l ତେବେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବା ବାପା – ଝିଅ ସୁସ୍ଥ ହୋଇ ଫେରିଥିବା ଯୋଗୁ ପୁଣି ସେମାନଙ୍କୁ ଡାକି ଜେରା କରାଯିବ ବୋଲି ଥାନା ଅଧିକାରୀ ଗଜପତି ଦୋରା କହିଛନ୍ତି l ଅନ୍ୟପକ୍ଷରେ ଖାଦ୍ୟ ନମୁନାର ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଆସି ନ ଥିବା କହିଛନ୍ତି ଜିଲା ଖାଦ୍ୟ ସୁରକ୍ଷା ଅଧିକାରୀ l ଜିଲା ମୁଖ୍ୟ ଚିକିତ୍ସାଧିକାରୀ ମୁବାରକ ଅଲୀଙ୍କୁ ଯୋଗାଯୋଗ କରାଯିବାରୁ ବର୍ତ୍ତମାନ ସୁଦ୍ଧା ଛତୁଆ ନମୂନାର କୌଣସି ରିପୋର୍ଟ ଆସି ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଲ୍ୟାଣସିଂହପୁର ସେରିଗୁମାଠାରେ ଭାଜପାର ମିଶ୍ରଣ ପର୍ବ: ବିଭିନ୍ନ ଦଳ ଛାଡ଼ି ପଦ୍ମ ଧରିଲେ ୨୦୦ କର୍ମୀ

କଲ୍ୟାଣସିଂହପୁର,୨୧।୭( ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ମଣ୍ଡଳର ସେରିଗୁମା ଠାରେ ଭାରତୀୟ ଜନତା ପାର୍ଟି (ଭାଜପା ) ପକ୍ଷରୁ…

ଅଗଷ୍ଟ ୩ରୁ ୫ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର, ୨୧।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଅଗଷ୍ଟ ୩ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏହି ଗସ୍ତ ଅବସରରେ ସେ…

ଆସିଲା ଆଜ୍ଞାମାଳ: ରଥ ନେବ ଦକ୍ଷିଣ ମୋଡ଼

ପୁରୀ,୨୧ା୭: ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ବାହୁଡ଼ାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ରହିଥିବା…

ଭିଟାମାଟି ଛାଡ଼ିଲେ ନାହିଁ ଗ୍ରାମବାସୀ: ଅସ୍ତ୍ର ଶସ୍ତ୍ର ପୂଜାର୍ଚ୍ଚନା କରି ନେଲେ ଶପଥ, ପ୍ରଶାସନ ନାକେଦମ

ବଲାଙ୍ଗୀର, ୨୧।୭ ( ସୁନିଲ କୁମାର ମହାନ୍ତି): ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ସକାଳୁ ଜିଲା ପ୍ରଶାସନ ପକ୍ଷରୁ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ…

୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ 

ସୁନ୍ଦରଗଡ/ କୁଆଁରମୁଣ୍ଡା,୨୧।୭(ଜୟ ନାରାୟଣ ମେଣ୍ଡୁଳି/ ମହେନ୍ଦ୍ର କୁମାର ସାହୁ ): ସୁନ୍ଦରଗଡ ଜିଲା କୁଆରମୁଣ୍ଡା ତହସିଲ ଅଧୀନ କଲୋସିହିରା ସର୍କଲର ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବା ବେଳେ…

ଭିସୁଟ୍‌ରେ ତେଜୁଛି ଛାତ୍ର ଆନ୍ଦୋଳନ: ହଷ୍ଟେଲ ସମସ୍ୟା-ନିମ୍ନମାନର ଖାଦ୍ୟକୁ ନେଇ ଛାତ୍ରୀଛାତ୍ରଙ୍କ ବିକ୍ଷୋଭ

ସମ୍ବଲପୁର,୨୧।୭(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ(ଭିସୁଟ)ରେ ଦ୍ୱିତୀୟ ବର୍ଷର ଛାତ୍ରୀଛାତ୍ର ବ୍ୟାପକ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସରେ ଦେଖାଦେଇଥିବା ବିଭିନ୍ନ…

ରାସ୍ତାରେ ପଡ଼ିଲା ଗଛ: ରାଇକିଆ–କ. ନୂଆଗାଁ ରାସ୍ତାରେ ଦୁଇ ଘଣ୍ଟା ବସ୍ ଚଳାଚଳ ବନ୍ଦ

ରାଇକିଆ, ୨୧।୮ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ରାଇକିଆ–କ. ନୂଆଗାଁ ମୁଖ୍ୟ ରାସ୍ତାରେ ଏକ ବଡ଼ ଗଛ ପଡ଼ିଯିବା ଯୋଗୁ ପ୍ରାୟ ଦୁଇ ଘଣ୍ଟା ଧରି ବସ୍…

ହୀରାକୁଦରେ ବଢୁଛି ଜଳସ୍ତର, ପୁଣି ଖୋଲିଲା ଆଉ ୪ ଗେଟ୍‌

ସମ୍ବଲପୁର, ୨୧।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ବନ୍ୟା ଜଳ ପ୍ରବେଶ କରିବାରେ ଲାଗିଛି। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri