ଏମିତି ବି ମୃତ୍ୟୁ ଆସେ: ଭତ୍ତା ଟଙ୍କା ଆଣିବା ହେଲା ସ୍ବପ୍ନ

ଖଇରା,୧୬।୩(ଡି.ଏନ୍‌.ଏ.): ମୃତ୍ୟୁ କାହାକୁ କେତେ ବେଳେ ମଧ୍ୟ କବଳିତ କରିପାରେ। ଭତ୍ତା ଆଣିବା ରହିଗଲା ସ୍ବପ୍ନରେ। ଅଧା ରାସ୍ତାରେ ଚାଲିଗଲା ବୃଦ୍ଧଙ୍କ ଜୀବନ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲା ଖଇରା ବ୍ଲକ ସାରୁଗାଁ ପଞ୍ଚାୟତ ନୂଆଗାଁରେ। ଗ୍ରାମର ମାୟାଧର ବାରିକ(୭୫) ବୁଧବାର ପଞ୍ଚାୟତ ଅଫିସକୁ ଭତ୍ତା ଟଙ୍କା ଆଣିବାକୁ ଯାଇଥିଲେ। କେନାଲ ରାସ୍ତା ଦେଇ ଯାଉଥିବା ବେଳେ ହଠାତ ଗୋଡ ଖସିଯିବାରୁ ତଳେ ପଡି ଯାଇଥିଲେ। ଗ୍ରାମବାସୀ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ ହେଁ ସେତେବେଳକୁ ତାଙ୍କର ମୃତ୍ୟୁ ଘଟିଥିଲା।