ମୃତ୍ୟୁ: ଏକ ସମର୍ଥ ଭାବନା

ଡ. ନିଖିଳା ନନ୍ଦ ପାଣିଗ୍ରାହୀ

ମନୋଜ ଦାସ ଜଣେ ବିବର୍ତ୍ତନଶୀଳ ଆତ୍ମା। କେତେ ଜନ୍ମରେ କେତେ ଦାସ, କେତେ ମହାପାତ୍ର କି କେତେ ଜନ୍‌, କେତେ ରବିନ୍‌ସନ, କେତେ କ’ଣ ହୋଇଥିବ, ସେ ଏବଂ ଆଉ କେତେ ହେବ ତାହା ମୁଁ ଜାଣେନି। ଦେଖନ୍ତୁ, ମୁଁ ଆଉ ମନୋଜ ଦାସ ସହିତ ଏକାମତ୍ ହୋଇ ରହି ନାହିଁ (ଆକାଶବାଣୀର ଏକ ସାକ୍ଷାତ୍‌କାରରୁ ମନୋଜ ଦାସଙ୍କ ଉକ୍ତି ଉଦ୍ଧୃତ)।
ଆମେ ବର୍ତ୍ତମାନର ଏଇ ଜୀବନରେ ପହଞ୍ଚତ୍ବା ପୂର୍ବରୁ କେତେ ଯେ ଜନ୍ମ ନେଇସାରିଛେ ଏବଂ ଭବିଷ୍ୟତରେ ଆହୁରି ଆମର କେତେ ପୁନର୍ଜନ୍ମ ହେବ, ତାହା କଳନା କରିବା ଆମ ପକ୍ଷେ ଅସାଧ୍ୟ। ଯଦି ଏମିତି ଏକ ଧାରଣାର ଆମେ ବଶବର୍ତ୍ତୀ ହେଉ, ତେବେ ମୃତ୍ୟୁର ସଂଜ୍ଞା, ସ୍ବଭାବ ଓ ଉପଯୋଗିତା ସମ୍ପର୍କରେ ଆମେ ବିଶ୍ଳେଷଣ ଓ ମନୋନିବେଶ କରିବା ପାଇଁ ସ୍ବତଃ ଆଗ୍ରହୀ ହେବା।
ଯିଏ ମୃତକ, ତା’ଠାରୁ ତା’ ଅନୁଭବରୁ ଆମେ ଅବଶ୍ୟ ପ୍ରତ୍ୟକ୍ଷ ଜ୍ଞାନ ପାଇପାରିବା, କିନ୍ତୁ ଏହା ଅସମ୍ଭବ। ଏହି ପରିପ୍ରେକ୍ଷୀରେ ଯିଏ ମୃତବତ୍‌ ପରିସ୍ଥିତିରୁ ସୌଭାଗ୍ୟବଶତଃ ଫେରିଆସିଛି, ସେ ଏହି ମର୍ମରେ କିଛି ସୂଚନା ଦେବାରେ ସମର୍ଥ। ବ୍ରିଟିଶ୍‌-ଆମେରିକୀୟ ଅଭିନେତ୍ରୀ ସୌନ୍ଦର୍ଯ୍ୟମୟୀ ଏଲିଜାବେଥ ଟେଲର (୧୯୩୨-୨୦୧୧)ଙ୍କ ଜୀବନୀ ବିଚାର୍ଯ୍ୟ। ୧୯୬୨ରେ ତାଙ୍କ ପିଠିରେ ଅସ୍ତ୍ରୋପଚାର କରାଯାଇଥିଲା। ସେତେବେଳେ ପାଞ୍ଚ ମିନିଟ ତାଙ୍କ ଶ୍ୱାସରୁଦ୍ଧ ହୋଇଯିବା ପରି ସେ ଅନୁଭବ କଲେ। ତାଙ୍କ ପିଣ୍ଡରେ ଆଉ ପ୍ରାଣ ନ ଥିତ୍ବା ପରି ଏକ ଅଭାବନୀୟ ସ୍ଥିତିରେ ସେ ନିଷ୍କ୍ରିୟ ହୋଇ ପଡ଼ି ରହିଥିବାବେଳେ ତାଙ୍କୁ ଲାଗିଲାଯେ, ତାଙ୍କ ଶରୀରରୁ ଆମତ୍ା ମୁକ୍ତ ହୋଇ ଚାଲିଯାଉଛି। ଏହା ଏକ ସୁଡ଼ଙ୍ଗ ଦେଇ ଅଗ୍ରଗାମୀ ହେବା ସମୟରେ ତାଙ୍କ ମୃତ ସ୍ବାମୀ ମାଇକ ଟୋଡ୍‌ ତାଙ୍କୁ ଅଟକାଇ କହିଲେ, ତୁମେ ପଛକୁ ଫେରି ଯାଅ। ତୁମକୁ ଆହୁରି ଅନେକ କାମ କରିବାକୁ ବାକି ଅଛି। ତୁମକୁ ସଂଘର୍ଷ କରିବାକୁ ହେବ (ଓପ୍ରା ଓ୍ବିନଫ୍ରେ ଶୋ’ରେ ଗୋଟିଏ ସାକ୍ଷାତ୍‌କାରରେ ବର୍ଣ୍ଣିତ)। ପ୍ରକାଶଥାଉକି, ଏଲିଜାବେଥ୍‌ଙ୍କ ତୃତୀୟ ସ୍ବାମୀ ମାଇକ୍‌ ଟୋଡ୍‌ (୧୯୦୯-୫୮) ହେଉଛନ୍ତି ପ୍ରସିଦ୍ଧ ଫିଲ୍ମ ନ୍ତଆରାଉଣ୍ଡ ଦା ଓ୍ବାଲର୍‌ଡ ଇନ୍‌ ଏଇଟି ଡେଜ୍‌’ର ପ୍ରଯୋଜକ ଓ ୧୯୫୮ରେ ସେ ଏକ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏଲିଜାବେଥ୍‌ ତାଙ୍କ ଜୀବନରେ ସାତ ଜଣଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ଦାମ୍ପତ୍ୟ ଜୀବନ ଥରକୁ ଥର ଛାଡ଼ପତ୍ର ଦ୍ୱାରା ସମାପ୍ତ ହେଉଥାଏ। ତେବେ ଟୋଡ୍‌ଙ୍କ ବିଶେଷତ୍ୱ ହେଉଛି ଯେ, ଏଲିଜାବେଥ୍‌ ଏହି ତୃତୀୟ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ନ ଥିଲେ। ପତି-ପତ୍ନୀ ମଧ୍ୟରେ ନିବିଡ଼ ସମ୍ପର୍କର ଏହା ଏକ ବିଶ୍ୱସନୀୟ ନିଦର୍ଶନ। ସୁଡ଼ଙ୍ଗ ଯାତ୍ରାବେଳେ ଟୋଡ୍‌ ପ୍ରିୟ ପନତ୍ୀ ଏଲିଜାବେଥ୍‌ଙ୍କୁ ଦେଇଥିବା ପରାମର୍ଶ ସମ୍ଭବତଃ ଅନ୍ତିମାବସ୍ଥାରେ ତାଙ୍କୁ ବଞ୍ଚତ୍ବା ସକାଶେ ଉତ୍ସାହିତ ଓ ଅନୁପ୍ରାଣିତ କରିଥାଇପାରେ। ତେବେ ଟୋଡ୍‌ଙ୍କ ଉକ୍ତି ବାସ୍ତବ କ୍ଷେତ୍ରରେ ସାର୍ଥକ ଭାବେ ପ୍ରତିଫଳିତ ହେଲା, ଯେତେବେଳେ ଏଲିଜାବେଥ୍‌ ଆସନ୍ନ ମୃତାବସ୍ଥାରୁ ରୋଗଶଯ୍ୟାରୁ ଉଠି ପୁଣି ଫିଲ୍ମରେ ଅଭିନୟ ଆରମ୍ଭ କଲେ। ପରବର୍ତ୍ତୀ କାଳରେ ହୁ ଇଜ୍‌ ଏ ଫ୍ରଏଡ୍‌ ଅଫ ଭର୍ଜିନିଆ ଉଲ୍‌ଫ (୧୯୬୬) ପାଇଁ ସେ ଓସ୍କାର ବିଜୟିନୀ ହେଲେ। ୧୯୬୫ରେ ମୁକ୍ତି ଲାଭ କରିଥିବା ନ୍ତଦା ସେଣ୍ଡପାଇପର’ ପାଇଁ ମଧ୍ୟ ସେ ଗୋଲ୍‌ଡେନ୍‌ ଗ୍ଲୋବ୍‌ ଆଓ୍ବାର୍ଡ ଦ୍ୱାରା ସମ୍ମାନିତ ହୋଇଥିଲେ।
ସର୍ଜରି ପରେ ଏଲିଜାବେଥ୍‌ ପୁଣି କାର୍ଯ୍ୟକ୍ଷମ ହେବା ପରୋକ୍ଷ ଭାବେ ଏକ ପୁନର୍ଜନ୍ମ। ପରେ ନିଜ ଶରୀରର ଅସ୍ତିତ୍ୱ ପ୍ରତି ସେ ଏତେ ଆସକ୍ତ ହେଲେ ଯେ, ତାଙ୍କ ଶେଷଇଚ୍ଛା ଥିଲା ମୃତ୍ୟୁ ପରେ ପରେ ତୁରନ୍ତ ତାଙ୍କ ଅନ୍ତ୍ୟେଷ୍ଟକ୍ରିୟା ଆରମ୍ଭ କରାନଯାଉ। ତାଙ୍କର ଏହି ଅନୁରୋଧକୁ ସମ୍ମାନ ଦେଇ ଲସ୍‌ଆଞ୍ଜେଲ୍‌ସର ପ୍ରସିଦ୍ଧ ସମାଧିସ୍ଥଳ ଗ୍ରେଟ୍‌ ମୋଉସିଲିଆ ମୋଟର ପନ୍ଦର ମିନିଟ ବିଳମ୍ବରେ କବର ଦିଆଗଲା।
ଅନ୍ୟ ଏକ ଦୃଷ୍ଟାନ୍ତ ଭାବେ ଆମେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ ବିପିନ ରାଓ୍ବତଙ୍କ ବିଷୟରେ ଅବତାରଣା କରିପାରିବା। ଲୁଟ୍‌ନାଣ୍ଟ ଜେନେରାଲ ପାହ୍ୟାରେ ଥିବାବେଳେ ରାଓ୍ବତ ନାଗାଲାଣ୍ଡରେ ଚିତା- ହେଲିକପ୍ଟରର ଏକ ଦୁର୍ଘଟଣାରୁ ସମ୍ପୂର୍ଣ୍ଣ ଅକ୍ଷତ ଭାବେ ବଞ୍ଚତ୍ ଯାଇଥିଲେ। ଦୁର୍ଘଟଣା ପରେ ପରେ ସେ ଆଦୌ ଚିନ୍ତିତ ନ ହୋଇ ତତ୍‌କ୍ଷଣାତ୍‌ ନିଜ କାମରେ ଆଗେଇଲେ। ଏହାର ସମ୍ଭାବ୍ୟ ପରିଣାମ ଯେ ପ୍ରାଣହାନି ଥିଲା, ତାହା ସମସ୍ତେ ସ୍ବୀକାର କରିବେ। ତଥାପି ଏମିତି ଏକ ଭୟଙ୍କର ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ରାଓ୍ବତ ସେତେବେଳେ କୌତୂହଳୀ ପ୍ରଶ୍ନକର୍ତ୍ତାମାନଙ୍କୁ ଉତ୍ତର ଦେଇଥିଲେ, ନ୍ତନ୍ତମୁଁ ଗୋର୍ଖା ରାଇଫଲ୍ସରେ କାର୍ଯ୍ୟରତ। ଗୋର୍ଖାମାନଙ୍କ ନିର୍ଭୀକତା ସର୍ବଜନବିଦିତ। ପୁଣି ମୁଁ ଉତ୍ତରାଖଣ୍ଡର ପୌଡି ଘରଓ୍ବାଲରେ ଜନ୍ମିତ। ପାହାଡ଼ିଆ ଅଞ୍ଚଳ ଯେଉଁମାନଙ୍କ ଜନ୍ମସ୍ଥାନ, ସେମାନେ ଏମିତି ଛୋଟିଆ ଦୁର୍ଘଟଣାରେ ପ୍ରାଣ ହରାନ୍ତି ନାହିଁ“ -(ଅବସରପ୍ରାପ୍ତ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଏମ୍‌.ଜି. ଦତ୍ତାରଙ୍କ ବିବୃତିର ସାରାଂଶ)। ତାଙ୍କର ଏହି ଦାମ୍ଭିକ ଉତ୍ତର ସେତେବେଳେ ତାଙ୍କ ସହକର୍ମୀମାନଙ୍କୁ ଆଚମ୍ବିତ କରିଥିଲା ଏବଂ ତାଙ୍କ ମେସ୍‌ରେ ହାସ୍ୟରୋଳ ମଧ୍ୟ ଦେଖାଦେଲା।
ଲୋକେ କହନ୍ତି, ଯାହା ପୁଅକୁ ସାପ କାମୁଡ଼ିଥାଏ, ତା’ ମା’ ପାଳଦଉଡ଼ିକୁ ମଧ୍ୟ ଡରେ। କିନ୍ତୁ ରାଓ୍ବତ୍‌ ହେଲିକପ୍ଟର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ମଧ୍ୟ କପ୍ଟରକୁ ଭୟ କରି ନ ଥିଲେ। ସେ ସେନାବାହିନୀରୁ ନିଜ ସୁରକ୍ଷା ପାଇଁ ବିଚଳିତ ନ ହୋଇ ଜଣେ ସୈନିକର ନିଷ୍ଠାପରତା ଓ ସାହସିକତା ଆଧାରରେ କର୍ତ୍ତବ୍ୟ ସମ୍ପାଦନ କଲେ। ଏଥିପାଇଁ ସେ କେବଳ ସ୍ବନାମଧନ୍ୟ ହେଲେ ନାହିଁ, ତାଙ୍କ ପରବର୍ତ୍ତୀ କାର୍ଯ୍ୟକଳାପ ପାଇଁ ଦେଶବାସୀ ଚିରକାଳ ଋଣୀ ହୋଇ ରହିବେ।
୨୦୧୬ରେ ପାକିସ୍ତାନ (ବାଲାକୋଟ) ଉପରେ ଯେଉଁ ସଫଳ ଓ ଚମକପ୍ରଦ ସର୍ଜିକାଲ ଷ୍ଟ୍ରାଇକ୍‌ କରାଯାଇଥିଲା, ତାହା ଥିଲା ତାଙ୍କ ଯୋଜନା। ମ୍ୟାନ୍‌ମାର ଉଗ୍ରବାଦୀମାନଙ୍କ ଦୌରାମତ୍‌ୟକୁ ଦମନ କରିବାରେ ସେ ସାଫଲ୍ୟମଣ୍ଡିତ ହୋଇଥିଲେ। ପୁଣି ଚାରିତାରକା ବିଶିଷ୍ଟ ରାଓ୍ବତ ଭାରତର ସର୍ବପ୍ରଥମ ସେନା ବାହିନୀ ମୁଖ୍ୟ (ସିଡିଏସ୍‌) ପଦବୀ ଅଳଙ୍କୃତ କରିଥିଲେ। ତାଙ୍କର ଏହି ଗୌରବମୟ ଗାଥା ସାକାର ହେଲା, କାରଣ ପୂର୍ବବର୍ଣ୍ଣିତ ନାଗାଲାଣ୍ଡ କପ୍ଟର ଦୁର୍ଘଟଣାକୁ ଭ୍ରୂକ୍ଷେପ ନ କରି ସେ ତାଙ୍କ ସ୍ବଭାବ ସୁଲଭ ଢଙ୍ଗରେ କର୍ତ୍ତବ୍ୟ ନିର୍ବାହ କରୁଥିଲେ।
କେହି କେହି ଆକ୍ଷେପ କରିପାରନ୍ତି ଯେ, ପୂର୍ବ କପ୍ଟର ଦୁର୍ଘଟଣାକୁ ସେ ସମ୍ମାନ ନ ଦେଇ ହେଲିକପ୍ଟର ବ୍ୟବହାର କରିବା ଯୋଗୁ, ୮ ଡିସେମ୍ବର ୨୦୨୧ରେ ମରଣ ଲଭିଲେ। ଏପରିକି ଜଣେ ଦେଖଣାହାରି ପ୍ରକାଶ କରିଥିବା ତଥ୍ୟକୁ ଭିତ୍ତିକରି ଲୋକେ ଯୋଡ଼ିପାରନ୍ତି ଯେ, ମଲାବେଳକୁ ତାଙ୍କୁ ପାଣି ଟୋପାଏ ମିଳି ନ ଥିଲା। କିନ୍ତୁ ଆମେ ହୃଦୟଙ୍ଗମ କରିବା ଯଥାର୍ଥ ଯେ, ଯିଏ ମରଣକୁ ସାହସର ସହ ମୁକାବିଲା କରେ, ସେ ଅସାଧ୍ୟ ସାଧନ କରିବା ବିଚିତ୍ର ନୁହେଁ। ତା’ ଜୀବନ ସାର୍ଥକ ହୁଏ। ପ୍ରସଙ୍ଗକ୍ରମେ, ଆମେ ସିନେମାହଲରେ ସିନେମା ଦେଖିବା ବେଳର ଘଟଣା ଉଠାଇପାରୁ। ପିକ୍‌ଚର ଅଧାବେଳେ ମଧ୍ୟାନ୍ତର ଦିଆଯାଏ, ଯାହାକୁ ପ୍ରଯୋଜକଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ। କିନ୍ତୁ କରୋନା କାଳରେ କର୍ନାଟକରେ ଉକ୍ତ ମଧ୍ୟାନ୍ତର ସମେତ ଅନ୍ୟ ଏକ ମଧ୍ୟାନ୍ତର ଦିଆଗଲା- (ମନି କଣ୍ଟ୍ରୋଲ, ୩ ମାର୍ଚ୍ଚ ୨୦୨୧)। ସାଧାରଣତଃ ସ୍ବାଭାବିକ ଇଣ୍ଟରଭାଲରେ ଦର୍ଶକମାନେ ବୋରଡମ (ମାନ୍ଦାବସ୍ଥା ବା ବିରକ୍ତି)ରୁ ବର୍ତ୍ତି ମନକୁ ହାଲୁକା କରିବାକୁ ଚା’ ପିଅନ୍ତି, ଚେନଚୁର ଖାଆନ୍ତି, ହଲ୍‌ ବାହାରକୁ ଆସି କିଛି ସମୟ ଖୋଲା ଜାଗାରେ ପ୍ରଫୁଲ୍ଲ ହୁଅନ୍ତି। ମନଖୋଲା ଗପନ୍ତି। କିନ୍ତୁ କୋଭିଡ୍‌ ବେଳର ଅତିରିକ୍ତ ମଧ୍ୟାନ୍ତରଟି ନିଜେ ସିନେମା ହଲ୍‌ର ମାଲିକ ନିର୍ଦ୍ଧାରଣ କରି କୋଭିଡ୍‌- ବ୍ୟବହାର (ସାନିଟାଇଜେସନ) ପାଳନ କରନ୍ତି।
ମୃତ୍ୟୁ ଏମିତି ଏକ ବ୍ୟବସ୍ଥା ପରି ଲାଗେ। ମଧ୍ୟାନ୍ତର ପରେ ସେଇ ସିନେମାର ଅବଶିଷ୍ଟାଂଶ ଚାଲୁରହେ। ସେମିତି ରୋଗଜନିତ ସାମୟିକ ବିରତି ପରେ ଏଲିଜାବେଥ୍‌ ଅଭିନୟରେ ପୂର୍ବବତ୍‌ ବ୍ୟସ୍ତ ରହିଲେ, ରାଓ୍ବତ ମଧ୍ୟ ସୈନିକ ପୋଷାକରେ କାର୍ଯ୍ୟ ସଂପାଦନ କଲେ। ସାନିଟାଇଜେସନ-ବିରତି କାହାକୁ ଭଲ ଲାଗିପାରେ, ତେବେ ଅନ୍ୟ କାହାରିକୁ ଅସୁଖ ଲାଗିବ। ସେମିତି କୌଣସି କାରଣବଶତଃ ଆକସ୍ମିକ ମୃତ୍ୟୁ ଭୟର ଯନ୍ତ୍ରଣା ଜଣକୁ ସଂକ୍ରମିତ କରିଥାଏ। ତେବେ ଏହି ଦୁର୍ବିଷହ ବେଳାରେ ଅବିଚଳିତ ରହିଲେ ଜୀବନ ପୂର୍ବବତ୍‌ ଚାଲୁ ରହେ ଓ ସୁଫଳ ପ୍ରାପ୍ତହୁଏ।
ସେ ଯାହାହେଉ, ଅନ୍ୟ ଏକ କ୍ଲାସିକ ହିନ୍ଦୀ ଫିଲ୍ମ ରାଜ କପୁରଙ୍କ ନ୍ତମେରା ନାମ ଜୋକର’ ବିଷୟ ଚର୍ଚ୍ଚା କରାଯାଉ। ଚିତ୍ର ନିର୍ମାତା ଏହି ଫିଲ୍ମର ଦୀର୍ଘତା (୪ଘଣ୍ଟା ୪ ମିନିଟ) ପାଇଁ ଗୋଟିଏ ବଦଳେ ଦୁଇଟି ଇଣ୍ଟରଭାଲ ରଖିଛନ୍ତି। ତେବେ ଚଳଚ୍ଚିତ୍ର ଶେଷରେ ଅନ୍ୟ ଫିଲ୍ମ ପରି ନ୍ତଦା ଏଣ୍ଡ’ ବୋଲି ପରଦାରେ ଲେଖା ନ ଯାଇ ପଜିଟିଭ୍‌ଲି ନଟ ଦା ଏଣ୍ଡ’ ଶବ୍ଦାବଳୀ ଦୃଶ୍ୟମାନ ହୁଏ। ଅର୍ଥାତ୍‌ ଏହି ନ୍ତସମାପ୍ତି’ ନିଶ୍ଚିତ ଭାବେ ‘ସମାପ୍ତି’ ନୁହେଁ।
ଏହା ହେଉଛି ମଣିଷର ମୃତ୍ୟୁ ପରି। ମଣିଷ ମଲା ପରେ ପୁଣି ଜନ୍ମେ। ବ୍ରିଟିଶ୍‌ ଦର୍ଶନିକ ଫ୍ରାନ୍‌ସିସ୍‌ ବେକନ୍‌ (୧୫୬୧-୧୬୨୬)ଙ୍କ ଭାଷାରେ ”ମରଣ ହେଉଛି ସ୍ବାଭାବିକ, ଯେମିତି ଜନ୍ମ“। କିଛି ସମାଲୋଚକ ଏହାର ବ୍ୟାଖ୍ୟା କରିଛନ୍ତି ଯେ, ମୃତ୍ୟୁ ସବୁ ଶେଷ କରିଦିଏ ବୋଲି କେତେଜଣ ଦୁଃଖିତ ହେବା ବେଳେ ଅନ୍ୟମାନଙ୍କ ପାଇଁ ଏହା ଏକ ନୂତନ ପ୍ରାରମ୍ଭ। ଯେମିତି ପିକ୍‌ଚର ଓପରବାକି ହୈ। ଏହି ଦୃଷ୍ଟିରୁ ମନୋଜ ଦାସଙ୍କ ନ୍ତଦାସ ମହାପାତ୍ର, ଜନ୍‌, ରବିନ୍‌ସନ’ଙ୍କ ନାମାବଳୀର ବିଶ୍ଳେଷଣ ତାତ୍ପର୍ଯ୍ୟପୂର୍ଣ୍ଣ। ଏଗୁଡ଼ିକ ହେଉଛି ସେଇ ଏକା ବ୍ୟକ୍ତିର ଭିନ୍ନ ଭିନ୍ନ ଜନ୍ମରେ ଆବିର୍ଭାବ। କିନ୍ତୁ ଏଥିରେ ଧାରାବାହିକତା ଅତୁଟ ରହେ ପ୍ରାରବ୍ଧ ମାଧ୍ୟମରେ।
ଅବଶ୍ୟ ଏକ ବ୍ୟତିକ୍ରମ ଅଛି। ଆମେ ଯଦି ସ୍ବର୍ଗତ ମନୋଜ ଦାସଙ୍କ ପୂର୍ବଜନ୍ମକୁ ଏବେ ଖୋଜିବା, ହୁଏତ ଏହା ଏକ ନିଷ୍ଫଳ ପ୍ରୟାସ ହେବ। କାରଣ ଯିଏ ଏଇ ଜନ୍ମରେ ସାଧୁସନ୍ଥ ପରି ବଞ୍ଚେ, ତା’ର ପୁନର୍ଜନ୍ମ ନାହିଁ। ତା’ର ଆତ୍ମା ପରମାତ୍ମାରେ ଲୀନ ହୋଇଯାଏ।
ମୋ: ୯୦୭୮୭୪୩୮୪୩


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri