Posted inଫୁରସତ

ଶିଶୁଙ୍କ ଦରଦୀ ବନ୍ଧୁ

ଶିଶୁ ହସିଲେ ଦେଶ ହସିବ। ଶିଶୁମାନେ ଦେଶର ଭବିଷ୍ୟତ। କିନ୍ତୁ ବେଳେବେଳେ ସମୟ କାହାରିକୁ କେମିତି ପରିସ୍ଥିତିର ସମ୍ମୁଖୀନ କରାଇଥାଏ। ଏଥିଯୋଗୁ କେତେକ ଶିଶୁଙ୍କ ଭବିଷ୍ୟତ ଗଠନ ସରସସୁନ୍ଦର ହେଉଥିବା ବେଳେ ଓ ଆଉ କାହାର ଶିକ୍ଷା, ସ୍ବାସ୍ଥ୍ୟ ଓ ବ୍ୟକ୍ତିତ୍ୱ ବିକାଶରେ ବାଧା ଉପୁଜିଥାଏ। ଯାହା ସୁସ୍ଥ ସମାଜ ଗଠନ ପାଇଁ ଶୁଭଙ୍କର ନୁହେଁ। ଏମିତି ପରିସ୍ଥିତିରେ କେତେଜଣ ବ୍ୟକ୍ତି ଶିଶୁମାନଙ୍କ ସୁରକ୍ଷା ଓ ଭବିଷ୍ୟଗଠନ ପାଇଁ ବିଭିନ୍ନ ଗଠନମୂଳକ କାର୍ଯ୍ୟ କରିବାକୁ ଆଗେଇ ଆସିଥାନ୍ତି। ସେମିତି କେତେଜଣ ବ୍ୟକ୍ତିଙ୍କ ସମ୍ପର୍କରେ…

ଗାଁରେ ଗରିବ ପିଲାଙ୍କୁ ପଢ଼ାନ୍ତି- ସେ ଜଣେ କଲେଜ ଛାତ୍ର। ମାତ୍ର ଜନସେବାକୁ ନିଜର ବ୍ରତ ବୋଲି ମନେ କରନ୍ତି। ସ୍କୁଲ ଓ କଲେଜ ବୟସରୁ ସେ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି। ନିଜ ଗାଁର କେତେଜଣ ଗରିବ ଆଦିବାସୀ ପିଲାଙ୍କୁ ମାଗଣାରେ ସେ ପାଠ ପଢ଼ାଇବାରେ ଖୁସୀ ହୁଅନ୍ତି। ସେ ହେଲେ ମାନସ କୁମାର ସାହୁ । ବୟସ ପ୍ରାୟ୨୮ ହେବ। ଘର ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୁହୁଡ଼ି ଗାଁରେ। ସେ କୁହନ୍ତି ଆମ ଘର ପାଖରେ ରହିଛି ଜନତା କଲେଜ। ଏହି କଲେଜର ପଶ୍ଚିମପଟେ ରହିଛି ଛୋଟ ଆଦିବାସୀ ସାହି ଗାଁ ଟିଏ। ନାଁ ତା’ର ଅନ୍ଧାରି। ଏଠାକାର ଲୋକମାନେ ଖୁବ୍‌ ସରଳ । ପ୍ରାୟତଃ ଦିନ ମଜୁରିଆ। ଜଙ୍ଗଲରୁ ଜାଳେଣି କାଠ, ଦାନ୍ତକାଠି ସଂଗ୍ରହକରି ଗାଁରେ ବିକ୍ରିକରି ନିଜ ପରିବାର ଚଳାଇଥାନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିକ୍ଷାଠାରୁ ବହୁ ଦୂରରେ। ଅନେକ ପିଲା ସ୍କୁଲ ଓ କଲେଜ ଶିକ୍ଷାରୁ ବଞ୍ଚିତ । କାରଣ ଶିକ୍ଷା ଗ୍ରହଣ ପାଇଁ ଅଧିକ ଅର୍ଥ ଦରକାର ପଡ଼େ ବୋଲି ଏମାନଙ୍କ ଧାରଣା ରହିଛି। ଏମିତି ପରିସ୍ଥିତିକୁ ଅନୁଧ୍ୟାନ କରି ପ୍ରଥମେ ଅନ୍ଧାରି ସାହିରେ ପ୍ରତିଦିନ ସକାଳୁ ସକାଳୁ ଗୋଟିଏ ଖବରକାଗଜ ପଢ଼ି ଲୋକଙ୍କୁ ଦେଶବିଦେଶର କଥା ଶୁଣାଉଥିଲି। ଏମିତି କିଛିଦିନ ଚାଲିଲା। ତା’ପରେ ମୋର ବଳକା ସମୟରେ ଛୋଟଛୋଟ ପିଲାମାନଙ୍କୁ ମାଗଣାରେ ପାଠ ପଢ଼େଇବା ପାଇଁ ଚିନ୍ତା କରି ପ୍ରଥମେ ୬ଜଣ ପିଲାଙ୍କୁ ନେଇ ପଠାପଢ଼ାଇବା କାର୍ଯ୍ୟ ଆରମ୍ଭ କରିଥିଲି। ଯେଉଁମାନେ କି ଅଧାରୁ ପଢ଼ା ଛାଡ଼ୁଥିଲେ, ପୁଣି ଯିଏ ଆଦୌ ପାଠ ପଢ଼ି ନ ଥିଲେ ସେମାନଙ୍କୁ ସଚେତନ କରାଇଥିଲୁ। ଏହି କାର୍ଯ୍ୟ ପାଇଁ ମୁଁ ପ୍ରଥମେ ମୋ ପକେଟମନିରୁ ସଞ୍ଚିତ ଅର୍ଥରେ ବହି, ଖାତା, ସ୍ଲେଟ ଆଣି ପିଲାଙ୍କୁ ଯୋଗାଇଥିଲି। ବିଶେଷକରି ଖରାଛୁଟିରେ ପଢ଼ାଇବାରେ ଅଧିକ ସମୟ ଦେଉଥିଲି। ପ୍ରତି ରବିବାର ଓ ଶନିବାର ଦିନ ସ୍ବତନ୍ତ୍ରଭାବେ କିଛି ଶିକ୍ଷଣୀୟ କାର୍ଯ୍ୟ ସହିତ ପଢ଼ାଇଥାଏ। ଧୀରେଧୀରେ ପିଲାମାନେ ସ୍କୁଲ ଯିବା ଏବଂ ଶିକ୍ଷା ପ୍ରତି ସଚେତନ ହେଲେ। ପ୍ରାୟ ୨୬ଜଣ ପିଲାଙ୍କୁ ପାଠ ପଢାଉଛି। ପୁଣି ୬ଜଣ ପିଲା କଲେଜ ଯାଏ ପଢ଼ିଲେଣି। ଝିଅମାନେ କିପରି ପାଠ ପଢ଼ିବେ ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ କରି ଗପ ଓ ଗୀତ ବହି ବାଣ୍ଟିଛୁ ା ଅନ୍ୟପକ୍ଷେ କଲେଜ ବୟସରେ ଏନ୍‌ଏସ୍‌ଏସ୍‌ରେ ଯୋଗଦେଇ ବିଭିନ୍ନ ଜନସଚେତନତା କାର୍ଯ୍ୟରେ ସାମିଲ ହୋଇଥିଲି। ପୁଣି ବିଏ ପଢ଼ା ସରିଲା ପରେ ଏମ୍‌ଏସ୍‌ଡବ୍ଲ୍ୟୁ କୋର୍ସ ସାରିଛି। କିଛିବର୍ଷ ଏନ୍‌ଓ୍ବାଇକେଏସ୍‌ରେ କାର୍ଯ୍ୟ କରିବାର ଅଭିଜ୍ଞତା ରହିଛି। ଗାଁ ଗାଁ ବୁଲି କରୋନାଠାରୁ ଦୂରେଇବା ପାଇଁ ମାସ୍କ, ସାନିଟାଇଜର ବ୍ୟବହାର, ଟିକାଦାନ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ବିଭିନ୍ନ ସ୍ବାସ୍ଥ୍ୟ ଶିବିରରେ ଯୋଗ ଦେଇଛି।

ଶିଶୁମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ସହଯୋଗ କରନ୍ତି -ଥରେ ତାଙ୍କ ଗାଁର ଜଣେ ବ୍ୟକ୍ତି ଟିବିରେ ରୋଗରେ ଆକ୍ରାନ୍ତ ହେଲେ। ସେହି ବ୍ୟକ୍ତିଙ୍କୁ ସେ କଟକ ବଡ଼ମେଡ଼ିକାଲକୁ ଆଣିଥିଲେ ଚିକିତ୍ସା ପାଇଁ। ସେବେଠାରୁ ସେ ଏମିତି ସେବାକୁ ଆପଣେଇଛନ୍ତି। ବିଶେଷକରି ଶିଶୁମାନଙ୍କ ସୁରକ୍ଷା ପାଇଁ ସେ ଚିନ୍ତିତ ଥାଆନ୍ତି। ସେ ହେଲେ ଲକ୍ଷ୍ମଣ ରାଓ, ପିତା ଏଲ. ବଳରାମ ରାଓ । ଘର ଯାଜପୁର ରୋଡ଼ର ଯୋକଡ଼ିଆରେ। ମାତ୍ର ସେ ରୁହନ୍ତି କଟକ ବକ୍ସି ବଜାରରେ। ସେ କୁହନ୍ତି, ଆଜକୁ ପ୍ରାୟ ୩୫ବର୍ଷ ଧରି ବିଭିନ୍ନ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ବୟସ୍କ ଓ ଶିଶୁମାନଙ୍କ ଚିକିତ୍ସା ସେବାରେ ନିଜକୁ ସାମିଲ କରିଆସିଛି । ତେବେ ଯେତେବେଳେ ଶିଶୁମାନେ ଦୁରାରୋଗରେ ପୀଡିତ ହୋଇ ଡାକ୍ତରଖାନା ଆସନ୍ତି ମୋ’ ହୃଦୟ କାନ୍ଦି ଉଠେ। ସେମାନଙ୍କୁ କିଭଳି ଉପଯୁକ୍ତ ଚିକିତ୍ସା ମିଳିପାରିବ ମୁଁ ମୋ ନିଜର ସାଧ୍ୟମତେ ସାହାଯ୍ୟ କରିଥାଏ। ଅନେକ ସମୟରେ ବାପାମା’ କେଉଁଠିକୁ ଯିବେ କେଉଁ ଡାକ୍ତରଙ୍କୁ ଦେଖେଇବେ ଜାଣିପାରନ୍ତି ନାହିଁ। ସେସବୁ କାମରେ ମୁଁ ସେମାନଙ୍କୁ ସାହାଯ୍ୟ କରିଥାଏ। ୧୯୮୭ମସିହାଠାରୁ ଏପରି ସେବାକାଯର୍‌ୟ ଚାଲୁରଖିଛି। ୧୯୯୯ମସିହାରେ ଜଣେ ଅସହାୟ ଝିଅଙ୍କ ସହିତ ମୋର ବିବାହ ହେଲା ।

ସମୟକ୍ର୍ରମେ ତାଙ୍କ ମା’ଙ୍କ ଅକାଳ ମୃତ୍ୟୁ ଯୋଗୁ ସେ ବଡ଼ମେଡ଼ିକାଲରେ ଚାକିରିଟିଏ ପାଇଲେ। ଏଥିଯୋଗୁ ମତେ ମଧ୍ୟ ଏଥିରେ ଆଉଟିକେ ସହଜ ହେଲା। ମେଡ଼ିକାଲକୁ ଯେବେ ଯାଏ ଗରିବ ଅସହାୟ ଲୋକଙ୍କୁ ଦେଖି କିପରି ସାହାଯ୍ୟ କରିପାରିବି ମନେକରି ସ୍ବତଃପ୍ରବୃତ୍ତ ଭାବେ ସେମାନଙ୍କୁ ସାହାଯ୍ୟ କରିଥାଏ। ସେମାନେ କେଉଁ ବିଭାଗକୁ ଯିବେ, କେଉଁ ଚିକିତ୍ସା ପାଇଁ ଯିବେ, ସେଠାରେ କିପରି ପହଞ୍ଚ ପାରିବେ ଇତ୍ୟାଦି ସେବାକାର୍ଯ୍ୟକରିଥାଏ। ବିଭିନ୍ନ ରୋଗରେ ପିଡିତ ଅସହାୟ ଶିଶୁମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଚିକିତ୍ସକମାନଙ୍କ ସାହାର୍ଯ୍ୟ ସହଯୋଗ ଲୋଡ଼ିଥାଏ। ଏଥିପାଇଁ କାହାରିଠାରୁ କିଛି ଟଙ୍କା ନିଏ ନାହିଁ। ଏମିତି କାମରେ ମତେ ଭଗବାନଙ୍କ କୃପାମିଳେ।

ଥାଲାସେମିଆ ଶିଶୁଙ୍କୁ ପୌଷ୍ୟସନ୍ତାନଭାବେ ଣ୍ରହଣ କଲେ-ସବୁବେଳେ ସେ ପର ଉପକାର ଚିନ୍ତା କରିଥାନ୍ତି । ରକ୍ତଦାନ କରି ଅନେକଙ୍କ ଜୀବନ ବଞ୍ଚାଇବାରେ ତାଙ୍କୁ ଈଶ୍ୱରୀୟ ଆନନ୍ଦ ମିଳେ। ତାଙ୍କ ଜୀବନକାଳ ମଧ୍ୟରେ ୧୬୦ରୁ ଅଧିକ ଥର ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରି ସାରିଲେଣି। ଏବେ ପରିଣତ ବୟସରେ ବି ରକ୍ତଦାନ ଶିବିର ପାଇଁ ଜନସଚେତନତା ଚାଲୁ ରଖିଛନ୍ତି। ଏଥିଯୋଗୁ ମହାମହିମ ରାଜ୍ୟପାଳଙ୍କଠାରୁ ତାଙ୍କୁ ବହୁବାର ପୁରସ୍କାର ଓ ସମ୍ମାନ ମିଳିଛି। ସେ ହେଲେ ଗୋପୀ ମୋହନ ପଟ୍ଟନାୟକ । ସେ କୁହନ୍ତି, ୧୯୭୭ ମସିହାର କଥା । ଭୁବନେଶ୍ୱର ୬ନମ୍ବର ଅଞ୍ଚଳ ଗଭର୍ନର ହାଉସ ନିକଟ ଭେନସ ହୋଟେଲ ସମ୍ମୁଖ ରାସ୍ତା । ସମୟ ପ୍ରାୟ ଦିନ ୨ଟା ହେବ। ଠିକ୍‌ ଏହି ସମୟରେ ଦ୍ରୁତଗତିରେ ମାଡ଼ି ଆସୁଥିବା ଏକ ମାଟାଡୋର ସହିତ ବିପରୀତ ଦିଗରୁ ଆସୁଥିବା ଗୋଟିଏ ମିନିବସ୍‌ର ମୁହାଁମୁହିଁ ଧକା ହୋଇଥିଲା। ପ୍ରାୟ୧୫ଜଣ ଆହତ ହୋଇ ବିକଳ ଚିତ୍କାର କରୁଥିଲେ । ସେଠାରେ ହଠାତ୍‌ ଏମିତି ଘଟଣା ଦେଖି କ’ଣ କରିବି କିଛି ଭାବିପାରୁ ନ ଥାଏ । କିନ୍ତୁ ନିକଟରେ ଥିବା ଏକ କାଠଗୋଲାରୁ ଟ୍ରଲି ରିକ୍ସାଟିକୁ ଟାଣିଆଣି ଘଟଣାସ୍ଥଳରୁ ଆହତ ହୋଇଥିବା ଦୁଇଜଣ(ଜଣେ ମହିଳା ଓ ଜଣେ ପୁରୁଷ)ଙ୍କୁ ଉଦ୍ଧାରକରି ୬ନମ୍ବର ମେଡିକାଲକୁ ନେଇଯାଇଥିଲି । ଡାକ୍ତର ତାଙ୍କର ଚିକିତ୍ସାରେ ତାଙ୍କୁ ରକ୍ତ ନ ଦେଲେ ତାଙ୍କର ଜୀବନ ଚାଲିଯିବ ବୋଲି କହିଥିଲେ। ଏମିତି ପରିସ୍ଥିତିରେ ସମସ୍ତେ ରୁଣ୍ଡ ହୋଇ ଦେଖୁଥିଲେ ମଧ୍ୟ କେହି ରକ୍ତ ଦେବାକୁ ମନ ବଳାଉ ନ ଥିଲେ। ମନରେ ଟିକେ ଭୟ ଆସୁଥିଲା । ତା’ପରେ ରକ୍ତ ଦେଇଥିଲି । ତା’ ପରଦିନ ମେଡ଼ିକାଲକୁ ଯାଇ ଦେଖିଲି ଲୋକଟି ଖୁସି ଅଛି। ସେଥିପାଇଁ ମତେ ଭଲ ଲାଗିଲା । ଯାହା ଭୟ ଥିଲା ସବୁ ଦୂରେଇଗଲା। ସେବେଠାରୁ ସବୁ ଠିକ୍‌ଠାକ୍‌ ଚାଲିଛି। ସେହିପରି ୨୦୦୪ ମସିହାର କଥା- ମେଡିକାଲରେ ଛୋଟ ଝିଅଟିଏ ରକ୍ତ ପାଇଁ ତା’ ମା’କୁ କହୁଛି, ମା’ କାଲି ଯଦି ରକ୍ତ ନ ମିଳିବ ତେବେ ମୁଁ ମରିଯିବି ନା! ଏହି କଥାଟି ଶୁଣି ତା’ ମା’ର ଆଖିରେ ଲୁହ ଛଳଛଳ ହୋଇ ଯାଉଥାଏ। ତାଙ୍କର ବିକଳ ସହିପାରିଲି ନାହିଁ। ତାକୁ ରକ୍ତ ଦେବା ପାଇଁ କହିଲି। କିନ୍ତୁ ସେ ପିଲାଟି ଥାଲାସେମିଆ ରୋଗରେ ଆକ୍ରାନ୍ତ। ତାକୁ ପ୍ରତି ମାସରେ ଗୋଟେ ରକ୍ତ ଦରକାର ପଡ଼ିଥିଲା। କେଉଁଠୁ ଆସିବ! ସେଥିପାଇଁ ଚିନ୍ତାକଲି। ଆଉ ମୋ ସହିତ ଖେଳୁଥିବା କେତେକ ସାଙ୍ଗ ଓ ପିଲାଙ୍କୁ ଏ ବିଷୟରେ ଜଣାଇଲି। ସେବେଠାରୁ ଥାଲାସେମିଆ ଶିଶୁଙ୍କ ଜୀବନ ରକ୍ଷା ପାଇଁ ପ୍ରୟାସ ଜାରି ରଖିଛି। ଏମିତି ପିଲାଙ୍କୁ ରକ୍ତ ଦେବା ପାଇଁ ପରିବାର ଜରିଆରେ ଏକ ୧୨ଜଣିଆ ଗ୍ରୁପ କରିଥାଏ । ପ୍ରତି ମାସରେ ଜଣେ ଲେଖାଏଁ ମାଗଣା ରକ୍ତଦାନ କରିଥାନ୍ତି। ପ୍ରାୟ ୫ଜଣ ଥାଲାସେମିଆ ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣକରି ରକ୍ତଦାନର ବ୍ୟବସ୍ଥା କରିଆସୁଛି। ଏବେ ଜଣେ ୧୮ବର୍ଷ ଝିଅଙ୍କୁ ପ୍ରତି ମାସରେ ରକ୍ତଦାନ କରାଯାଇଥାଏ।

ଦିବ୍ୟାଙ୍ଗ ପିଲାଙ୍କର ଦରଦୀ ବନ୍ଧୁ – ସକାଳୁସକାଳୁ ନିଜର ରୋଜଗାର ସାରି ପ୍ରାୟ ୧୧ଟା ବେଳକୁ ସେ ବାହାରି ପଡନ୍ତି ବିଭିନ୍ନ ବସ୍ତିଅଞ୍ଚଳକୁ। । ବିଭିନ୍ନ ଦିବ୍ୟାଙ୍ଗ ପିଲାଙ୍କୁ ଶିକ୍ଷା ଦେବାରେ ସମୟ ବିତାଇଥାନ୍ତି। ଅବଶ୍ୟ ପୂର୍ବରୁ ସେ ସ୍କୁଲ, କଲେଜ ପଢାବୟସରେ ବିଭିନ୍ନ ଖେଳକୁଦରେ ଭାଗ ନେଉଥିଲେ। ମାତ୍ର ବିଏ ପଢ଼ା ସରିଲା ପରେ ତାଙ୍କ ନିଜ ପସନ୍ଦର ଚାକିରିଟିଏ ବହୁ ଉଦ୍ୟମକଲେ। ହେଲେ ସେମିତି କିଛି ହୋଇ ପରିଲାନାହିଁ। କିନ୍ତୁ ନିଜକୁ ଖୁସି ରଖିବା ପାଇଁ ସେ ଦିବ୍ୟାଙ୍ଗ ପିଲାମାନଙ୍କ ବିକାଶ ଦିଗରେ କାର୍ଯ୍ୟ କରିଲେ । ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ଲାଗି ରାଜ୍ୟର ଅନେକ ଦୃଷ୍ଟିହୀନ ପିଲାଙ୍କୁ ବିଶେଷକରି କ୍ରିକେଟ, ଫୁଟବଲ ଓ ଚେସ ଖେଳ ସମ୍ପର୍କରେ ପ୍ରଶିକ୍ଷଣ ଦେଇ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ସେ ହେଲେ ତ୍ରିଲୋଚନ ବେଉରା, ଡାକନାମ( ମାନସ)। ଘର ଖୋର୍ଦ୍ଧା ଜିଲା ଦାରୁଠେଙ୍ଗରେ। ସେ କୁହନ୍ତି- ପାଠପଢ଼ା ପରେ ମୋ ମନ ପସନ୍ଦର ଚାକିରିଟିଏ ନ ମିଳିବାରୁ କ’ଣ କରିଲେ ଶାନ୍ତି ମିଳିବ ଭାବି ଏମିତି କାମ କରୁଛି। ଏମିତିକି ୨୦୨୧ମସିହାରୁ ଏକ ଘରୋଇ ସଂସ୍ଥା ଜରିଆରେ ପାରିଭ୍ରାମିକ ଶିକ୍ଷା ପାଇଲି। ପୁଣି ବ୍ରେଲିଲିପିରେ ଟ୍ରେନିଂ ନେଲି ପ୍ରାୟ ୩ମାସ। ଜାତୀୟ ଦୃଷ୍ଟିବାଧିତ ଅନୁଷ୍ଠାନ ସଂସ୍ଥା ମୁମ୍ବାଇରୁ ତାଲିମ ପାଇଥିଲି। ଏଥିଯୋଗୁ ବିଭିନ୍ନ ଦିବ୍ୟାଙ୍ଗ ପିଲାମାନଙ୍କ ସାମଗ୍ରିକ ବିକାଶ ପାଇଁ ପ୍ରଥମେ ନିଜେ ବିଭିନ୍ନ ଗାଁ ଓ ବସ୍ତିରେ ଘୂରିବୁଲି ଦିବ୍ୟାଙ୍ଗ ପିଲାଙ୍କୁ ସ୍କୁଲ ଯିବାରେ ସହଯୋଗ କରୁଥିଲି। ମାତ୍ର ମୋର କାର୍ଯ୍ୟକଳାପ ଦେଖି ଏକ ଘରୋଇସଂସ୍ଥା ଏମିତି କାର୍ଯ୍ୟରେ କିଛି ସହଯୋଗ କରିବାକୁ କହିବାରୁ ଅଧିକ ଆଗ୍ରହୀ ହୋଇଥିଲି। ଏଯାଏ ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଦିବ୍ୟାଙ୍ଗ ପିଲାଙ୍କୁ ପାଠପଢ଼ାଇବା ଠାରୁ ଆରମ୍ଭକରି ଚେସ, ଫୁଟବଲ ଓ କ୍ରିକେଟ ଆଦି ଖେଳ ଶିକ୍ଷା ଦେଇଥାଏ। ତେବେ ଏମିତି ପିଲାମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ସାଧାରଣ ପିଲାଙ୍କ ଭଳି ସେମାନଙ୍କୁ ସାଧାରଣ ସ୍କୁଲରେ କିପରି ସେମାନେ ସାମିଲ ହୋଇ ସକ୍ଷମ ହୋଇପାରିବେ ପ୍ରୟାସ ଜାରିରଖିଛି। ଏଥିପାଇଁ ୧ମରୁ ୧୦ମଯାଏ ପିଲାଙ୍କୁ ସହଯୋଗ କରିଥାଏ। ତେବେ ନିଜ ପରିବାର ଚଳାଇବା ପାଇଁ କାନନନବିହାର ଅଞ୍ଚଳରେ ଏକ ଗ୍ରୋସରି ଓ ପରିବା ଦୋକାନଟିଏ ଖୋଲିଛି। ସକାଳୁ ସକାଳୁ ନିଜର ରୋଜଗାର କାର୍ଯ୍ୟ ସାରି ପ୍ରାୟ ୧୧ଟା ବେଳକୁ କାଟେଣୀ, ଚନ୍ଦକା, ସମପୁର, ବାରଙ୍ଗ ଆଦି ସ୍ଥାନରେ ରହୁଥିବା ଦିବ୍ୟାଙ୍ଗ ପିଲାଙ୍କୁ ପଢ଼େଇବା ଓ ଖେଳେଇବାରେ ସମୟ ବିତେଇଥାଏ। ଦିବ୍ୟାଙ୍ଗମାନଙ୍କୁ ଉପଯୁକ୍ତ ପରିବେଶ ଓ ଟ୍ରେନିଂ ମିଳିଲେ ସେମାନେ କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଥାନ୍ତି। ସେମାନେ ଅନେକ କ୍ଷେତ୍ରରେ ସକ୍ଷମ । ସରକାରୀ, ବେସରକାରୀ ସ୍ତରରେ ଶିଶୁମାନଙ୍କ ବିକାଶ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ମାତ୍ର ଅନେକ କ୍ଷେତ୍ରରେ ଶିଶୁମାନଙ୍କ ଉଦ୍ଦେଶ୍ୟରେ କିଛି କାର୍ଯ୍ୟ କରୁଥିବା ବ୍ୟକ୍ତି ବେଳେବେଳେ ଏମିତି କେତେକ ଘରୋଇସଂସ୍ଥାର ସହଯୋଗରେ ଅଧିକ କାର୍ଯ୍ୟ କରିବାର ପ୍ରେରଣା ପାଇଥାନ୍ତି।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri