ବ୍ୟାପୁଛି ଘାତକ ସଂକ୍ରାମକ ରୋଗ, ଜ୍ୱର ପରେ ନାକରୁ ବୋହୁଛି ରକ୍ତ…

ବାଗଦାଦ୍‌, ୩୦।୫ : ସମ୍ପ୍ରତି ମଧ୍ୟ-ପୂର୍ବ ଏସୀୟ ଦେଶ ଇରାକରେ ଏକ ନୂତନ ପ୍ରକାରର ରୋଗ ଦ୍ରୁତ ବେଗରେ ବ୍ୟାପିବାରେ ଲାଗିଛି। ଏଥିରେ ରୋଗୀରେ ଜ୍ୱର ହେବା ସହିତ ନାକରୁ ରକ୍ତ ବାହାରୁଛି। ନାକ ଦେଇ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଏହି ରୋଗରେ ଇରାକରେ ଏପର୍ଯ୍ୟନ୍ତ ୧୯ ଜଣଙ୍କର ମୃତ୍ୟୁ ଘଟିଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ ଏହା ଏକ ଭୁତାଣୁ ଜନିତ ରୋଗ। ଏପର୍ଯ୍ୟନ୍ତ ଏହାର କୌଣସି ଟିକା ଉପଲବ୍ଧ ହୋଇନାହିଁ। ନ୍ୟୁଜ ଏଜେନ୍ସି ଏଏଫପିର ରିପୋର୍ଟ ଅନୁଯାୟୀ, ଜଣେ ସ୍ବାସ୍ଥ୍ୟ କର୍ମୀ ଗାଈମାନଙ୍କ ଉପରେ କୀଟନାଶକ ସ୍ପ୍ରେ କରୁଥିବାବେଳେ ଏହି ସଂକ୍ରମଣର ଶିକାର ହୋଇଥିଲେ। ପିପିଏ କିଟ ପିନ୍ଧିଥିବା ସ୍ବାସ୍ଥ୍ୟ କର୍ମୀମାନେ ଏହି ରୋଗ ଆରମ୍ଭ ହେବା ପରେ ଇରାକର ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଛନ୍ତି। ଏହି ଜ୍ୱରର ନାମ କ୍ରିମିଅନ-କଙ୍ଗୋ ହେମୋରେଜିକ ଫିବର ରଖାଯାଇଛି। ଏହା ପ୍ରାଣୀମାନଙ୍କଠାରୁ ମଣିଷଙ୍କୁ ଶୀଘ୍ର ସଂକ୍ରମିତ ହୋଇଥାଏ।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁଯାୟୀ, ଏହି ରୋଗ କୀଟପତଙ୍ଗ କାମୁଡ଼ିବା ଦ୍ୱାରା ପ୍ରାଣୀମାନଙ୍କଠାରେ ବ୍ୟାପୁଛି। ସଂକ୍ରମିତ ପ୍ରାଣୀମାନଙ୍କ ସଂସ୍ପର୍ଶରେ ଆସି ମଣିଷମାନେ ଏହି ସଂକ୍ରାମକ ରୋଗର ଶିକାର ହେଉଛନ୍ତି। ଇରାକରେ ଏପର୍ଯ୍ୟନ୍ତ ମଣିଷମାନଙ୍କରେଏହି ସଂକ୍ରମଣର ୧୧୧ ଟି ମାମଲା ପଞ୍ଜିକୃତ ହୋଇଛି। ଡାକ୍ତରମାନେ କହିଛନ୍ତି ଯେ ଏହି ଭୁତାଣୁ ସଂକ୍ରମଣ ଶୀଘ୍ର ବ୍ୟାପିପାରେ। କାରଣ ଆକ୍ରାନ୍ତଙ୍କ ଶରୀର ଭିତରେ ଏବଂ ବାହାରେ ରକ୍ତସ୍ରାବ ହୁଏ। ସେଥିମଧ୍ୟରୁ ସବୁଠାରୁ ଗମ୍ଭୀର ହେଉଛି ନାକରୁ ରକ୍ତସ୍ରାବ। ନାକରୁ ରକ୍ତସ୍ରାବ ପ୍ରତି ପାଞ୍ଚ ଜଣରେ ୨ ଜଣଙ୍କ ମୃତ୍ୟୁ ଘଟୁଛି।

ଦକ୍ଷିଣ ଇରାକରେ ଏଭଳି ଅଧିକାଂଶ ମାମଲା ରିପୋର୍ଟ କରାଯାଉଛି। ଧିକାର ପ୍ରଦେଶର ସ୍ବାସ୍ଥ୍ୟ ଅଧିକାରୀ ହାୟଦାର ହତୌଚି କହିଛନ୍ତି ଯେ ଏହି ସଂକ୍ରମଣ ପୂର୍ବରୁ ଦେଖାଯାଇ ନାହିଁ। ଏହି ସଂକ୍ରାମକ ରୋଗର ଅଧାରୁ ଅଧିକ ଆକ୍ରାନ୍ତ ଦକ୍ଷିଣ ଇରାକ ଅଞ୍ଚଳରେ ରିପୋର୍ଟ କରାଯାଇଛି। ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଏହି ସଂକ୍ରମଣ ଅତି ଶୀଘ୍ର ବ୍ୟାପିବାରେ ଲାଗିଛି। ଡାକ୍ତରଙ୍କ ଅନୁଯାୟୀ, ଏହି ସଂକ୍ରମଣ ଧିକାର ପ୍ରଦେଶର ବଳଦ, ଗାଈ, ଛେଳି ଏବଂ ମେଣ୍ଢା ଆଦି ଗୃହପାଳିତ ପ୍ରାଣୀଙ୍କ ସମେତ ବନ୍ୟ ପ୍ରାଣୀଙ୍କଠାରୁ ବ୍ୟାପୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri