ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ: ବେକ ଆଉ ଗୋଡ଼ରେ ବନ୍ଧାଯାଇଛି ଚିପ୍ସ ଭର୍ତ୍ତି ଅଖା

ସିମୁଳିଆ,୩୧ା୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ପାହିତୋରଣା ପଞ୍ଚାୟତର ଦୋରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୋରାର କୁନୁଲତା ନାୟକ(୩୫) ନାମକ ଜଣେ ମହିଳାଙ୍କ ବେକ ଓ ଗୋଡ଼ରେ ଚିପ୍ସ ଭର୍ତ୍ତି ଅଖା ବନ୍ଧାଯାଇ ନିକଟସ୍ଥ ପୋଖରୀରେ ପଡ଼ିଥିବା ସ୍ଥାନୀୟ ଲୋକେ ପୋଲିସ ଉପସ୍ଥିତିରେ ଉଦ୍ଧାର କରିଛନ୍ତି। ମୃତ କୁନୁଲତାଙ୍କ ସ୍ବାମୀ ଧନେଶ୍ୱର ଫେରାର ଥିବାର ଜଣାଯାଇଛି।

ପ୍ରକାଶ ଯେ, ୧୭ ବଷର୍ର୍ ତଳେ ଭଦ୍ରକ ଜିଲା ଘଣ୍ଟେଶ୍ୱର ଅଞ୍ଚଳର ଧନେଶ୍ୱର ବାଲିମେଦପୁର ଅଞ୍ଚଳର କୁନିଲତାଙ୍କୁ ପ୍ରେମ ବିବାହ କରି ସିମୁଳିଆର ଦୋରା ଅଞ୍ଚଳରେ ରହିଆସୁଥିଲେ। ତେବେ ଗତ ଦୁଇଦିନ ହେଲା କୁନିଲତା କିମ୍ବା ଧନେଶ୍ୱରଙ୍କୁ ପଡ଼ୋଶୀମାନେ ଦେଖି ନ ପାରିବା ନେଇ ସନ୍ଦେହ ହୋଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଧନେଶ୍ୱରଙ୍କ ଗିରଫ ପରେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିବ ବୋଲି ପୋଲିସ କହିଛି।