ଗଞ୍ଜାମ,୨୪।୧୦ (ବିଦ୍ୟାଧର ସାହୁ ): ଗଞ୍ଜାମ ଥାନା ଅନ୍ତର୍ଗତ ଋଷିକୁଲ୍ୟା ନଦୀ ନିକଟ ପଙ୍କାଳ ତଟରେ ଏକ ଅଜଣା ବ୍ୟକ୍ତିର ମୃତଦେହ ପଡିଥିବା ଦେଖି ସ୍ଥାନୀୟ ବ୍ୟକ୍ତି ଦେଖି ଗଞ୍ଜାମ ପୋଲିସ ଥାନାକୁ ଖବର ଦେଇଥିଲେ । ଖବରପାଇ ଗଞ୍ଜାମ ଥାନାଧିକାରୀ ସୁମିତ୍ରା ପାତ୍ରଙ୍କ ନେତୃତ୍ୱରେ ଏକ ଟିମ ଯାଇ ମୃତଦେହକୁ ଜବତ କରିଛନ୍ତି । ମୃତକଙ୍କ ପରିଚୟ ଏଯାଏ ଜଣା ପଡିନାହିଁ। ଋଷିକୂଲ୍ୟା ନଦୀରେ କେଉଁଠୁ ଭାସି ଆସିଛି ନା ଆତ୍ମହତ୍ୟା ନା ଆଉ କିଛି ତାହା ସ୍ପଷ୍ଟ ହୋଇ ପାରିନି । ଏନେଇ ନେଇ ଗଞ୍ଜାମ ଥାନା ପୋଲିସ ଅଧିକ ତଦନ୍ତ କରୁଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ, ଗଞ୍ଜାମ ଥାନାଧିକାରୀ ଓ ତାଙ୍କ ଟିମ ସହ ସାଇଣ୍ଟିଫିକ ଟିମ ପହଞ୍ଚି ଅଧିକ ତଦନ୍ତ କରୁଛି। ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ମେଡିକାଲ ପଠାଇଯାଇଥିବା ଆଇଆଇସି ପାତ୍ର ସୂଚନା ଦେଇଛନ୍ତି।
Dharitri – The Largest & Most Trusted Odia Daily
\

