ଭିସୁଟ୍‌ ପୁରାତନ ଛାତ୍ରୀଙ୍କ ମୃତଦେହ ମିଳିଲା

ସମ୍ବଲପୁର,୨ା୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଥାନା ପିସି ବ୍ରିଜ୍‌ ଉପରୁ ଡେଇଁ ନିଖୋଜ ଥିବା ଭିସୁଟ୍‌ ଆଇଟି ବିଭାଗ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତଦେହ ଅଗ୍ନିଶମ ବିଭାଗ ବୁଧବାର ସକାଳେ ପାୱାର ଚ୍ୟାନେଲରୁ ଜବତ କରିଛି। ପ୍ରିୟଦର୍ଶିନୀଙ୍କ ମା’ ଲବଙ୍ଗ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୃତ ଶରୀର ବେକରେ ଦାଗ ରହିଛି, ସୁନାଚେନ୍‌ ମଧ୍ୟ ନାହିଁ। ତା’ର ମନୋବଳ ଦୃଢ଼ ରହିଥିଲା। ସେ କେବେ ଆତ୍ମହତ୍ୟା କରିପାରିବ ନାହିଁ। ପ୍ରଥମେ ସନ୍ଧ୍ୟା ୬ଟାରେ ଫୋନ୍‌ରେ କଥା ହୋଇଥିଲି। ସେ ଭୁବନେଶ୍ୱର ଯାଉଛି ବୋଲି କହିଥିଲା। ପରେ ରାତି ସାଢେ ୯ଟାରେ ଫୋନ୍‌ କରିଥିଲି। ସେ ଫୋନ୍‌ ଉଠାଇଥିଲେ ମଧ୍ୟ କଥା ହୋଇପାରି ନ ଥିଲା। ତଣ୍ଟିକୁ କେହି ଚିପିଧରିଥିବା ଭଳି କେବଳ ଶବ୍ଦ ଶୁଭିଥିଲା। ଏସବୁ କାରଣରୁ ଝିଅକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହେଉଛି। ଏହି ଘଟଣାରେ କେତେଜଣଙ୍କର ସମ୍ପୃକ୍ତି ରହିଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାରକରି ବୁର୍ଲା ପୋଲିସ ଆଇପିସି ଦଫା ୩୦୨, ୨୦୧, ୩୪ରେ ମାମଲା (ନଂ.୯୬/୨୨) ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଘଟଣାରେ ପୁରୁଷବନ୍ଧୁ ପ୍ରତିମାନ ଦେ ଓ ଅନ୍ୟ ଜଣେ ସହଯୋଗୀଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚୁରା କରୁଥିବା ଥାନା ଅଧିକାରୀ ସୁଶାନ୍ତ ଦାସ କହିଛନ୍ତି। ସେ ଆହୁରି କହିଛନ୍ତି, ମୋବାଇଲ ଫୋନ୍‌ ରେକର୍ଡ ସହ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି। ଅଟକ ପ୍ରତିମାନ ପୁରୁଷ ବନ୍ଧୁ ଅଟନ୍ତି। ହତ୍ୟା ମାମଲା ରୁଜୁ ହୋଇଛି, ହେଲେ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ଅଟକ ପ୍ରତିମାନ ଗୃହ ବିଭାଗ ଯୁଗ୍ମ ସଚିବ ପ୍ରଣବ କୁମାର ଦେଙ୍କ ପୁଅ ବୋଲି ବୟାନ ଦେଇଥିବା ଥାନା ଅଧିକାରୀ କହିଛନ୍ତି। ମଙ୍ଗଳବାର ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଚିନ୍ମୟୀ ଡିଗ୍ରୀ ପାଇଥିଲେ। ଅପରାହ୍ନରେ ସେ ସ୍ଥାନୀୟ ଅଞ୍ଚଳର ଜଣେ ସାଙ୍ଗଙ୍କ ଘରକୁ ଯାଇଥିଲେ। ସେଠାରେ ସେ କିଛି ସାମଗ୍ରୀ ଛାଡି ଚାଲିଆସିଥିଲେ। ଅପରାହ୍ନ ୩ଟାରୁ ସାଙ୍ଗ ଘରୁ ବାହାରି ଆଉ ଫେରି ନ ଥିଲେ। ରାତି ପ୍ରାୟ ୧୦ଟାରେ ସେ ପାଓ୍ବାର ଚ୍ୟାନେଲକୁ ଡେଇଁ ପଡ଼ିଥିବା ନେଇ ଖବର ପ୍ରଚାରିତ ହୋଇଥିଲା। ହେଲେ ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚିନ୍ମୟୀ କୁଆଡ଼େ ଯାଇଥିଲେ, କାହା ସାଙ୍ଗରେ ଥିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଚିନ୍ମୟୀଙ୍କ ଭଉଣୀ ମଧ୍ୟ ସମାନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଆମେ ପ୍ରତିମାନଙ୍କୁ ପୂର୍ବରୁ ଜାଣିଥିଲୁ। ଭୁବନେଶ୍ୱରରେ ଚିନ୍ମୟୀ ସହିତ ତାଙ୍କୁ ଏକାଠି ଦେଖିଥିଲି ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri