ସକାଳୁ ସକାଳୁ ପୋଖରୀରେ ଭାସୁଛି କ୍ଷୁଦ୍ର ଜଳସେଚନ ବିଭଗ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୭।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୁରୁଣା ପଡାସ୍ଥିତ ସାନବନ୍ଧରୁ ରବିବାର ସକାଳୁ ଜଣେ ବୃଦ୍ଧଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ପୂର୍ଣ୍ଣଚନ୍ଦ୍ର ନାୟକ(୭୦) ଓ ସେ ସହରର ବଡ଼ ପଡାର ହୋଇଥିବାବେଳେ କ୍ଷୁଦ୍ର ଜଳସେଚନ ବିଭଗର ଅବସରପ୍ରାପ୍ତ କର୍ମଚାରୀ ବୋଲି ଜଣାପଡିଛି। ଶନିବାର ତାଙ୍କ ଭାଉଜଙ୍କ ମୃତ୍ୟୁ ପରେେ ଅନ୍ତ୍ବେଷ୍ଟି କ୍ରିୟା ପାଇଁ ଏହି ପୋଖରୀକୁ ଗାଧୋଇବା ଆସିଥିଲେ। ପୋଖରୀଟି ବହୁତ ବଡ ଓ ଗଭୀର ଥିବାରୁ ସେ ଜାଣି ନ ପାରି ଗାଧୋଉଥିବା ଅବସ୍ତାରେ ତଳକୁ ଖସି ପଡ଼ିଥିଲେ । ପରିବାର ଲୋକେ ଖୋଜା ଖୋଜି କରିଥିଲେ ବି ତାଙ୍କୁ ପାଇଁ ନ ଥିଲେ। ଖବର ପାଇଁ ଟାଉନ ଥାନା ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛନ୍ତି।

Dharitri – Odisha’s No.1 Odia Daily

Share