ରାଜନଗର,୧୩।୫(ଭାଷ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଭିତରକନିକା ଜାତୀୟ ଉଦ୍ୟାନକୁ ସଂଯୋଗ କରୁଥିବା ବ୍ରାହ୍ମଣୀନଦୀର ଶାଖା କାଚିଆ ନଦୀ ଶିଳପୋଖରୀ ଗାଁ ନିକଟରୁ ମଙ୍ଗଳବାର ଏକ ବୋଉଳା କୁମ୍ଭୀରର ମୃତଦେହ ଉଦ୍ଧାର ହୋଇଛି। କୁମ୍ଭୀରଟି ୪.୮ ଫୁଟ ଲମ୍ବ ଥିବା ବେଳେ ଗୋଲେଇ ୧.୭ଫୁଟ ରହିଛି।
ମିଳିଥିବା ସୂଚନା ମୁତାବକ, ବନ ବିଭାଗର ଏକ ଟିମ୍ ପାଟ୍ରୋଲିଂ କରୁଥିବା ବେଳେ କାଚିଆ ନଦୀରେ ଏକ ମୃତ କୁମ୍ଭୀର ଭାସୁଥିବା ଦେଖିବାକୁ ପାଇଥିଲେ। ପରେ କର୍ମଚାରୀମାନେ କୁମ୍ଭୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ। ପରେ ସହକାରୀ ବନ ସଂରକ୍ଷକ ସାନସ କୁମାର ଦାସଙ୍କ ଉପସ୍ଥିତିରେ ରାଜନଗର ପଶୁ ଚିକିତ୍ସକ କୁମ୍ଭୀରର ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କୁମ୍ଭୀର ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଉଦ୍ଧାର କାର୍ଯ୍ୟରେ ବନପାଳ ନବୀନ କୁମାର ମଲ୍ଲିକ, ସନ୍ଧ୍ୟାରାଣୀ ମଲ୍ଲୀକଙ୍କ ସହ ବନକର୍ମଚାରୀ ଉପସ୍ଥିତ ଥିଲେ।


