Posted inଜାତୀୟ

ବିଚ୍‌ ରାସ୍ତାରେ ମୃତଦେହ ଅଦଳବଦଳ, ପୂରା ଘଟଣାବଳୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୨୭ା୯: ସବୁବେଳେ ଚର୍ଚ୍ଚାରେ ରହୁଥିବା ଇନ୍ଦୋରର ଗ୍ରେଟର କୈଳାସ ହସ୍ପିଟାଲ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର ଚର୍ଚ୍ଚା ସବୁ ଚର୍ଚ୍ଚାକୁ ଟପିଯାଇଛି। ଏଠାରେ ଏଥର ମୃତଦେହ ଅଦଳବଦଳ ହୋଇଛି। ଯାହାକୁ ନେଇ ମୃତକଙ୍କ ପରିବାର ଲୋକେ ହସ୍ପିଟାଲ ପରିସରରେ ହୋ-ହଲ୍ଲା କରିଛନ୍ତି।
ଖଣ୍ଡଓ୍ବାରେ ରହୁଥିବା ଜଣେ ବ୍ୟବସାୟୀଙ୍କ ଶନିବାର ରାତିରେ ମୃତ୍ୟୁ ଘଟିଥିଲା। ରବିବାର ସକାଳେ ହସ୍ପିଟାଲ ପକ୍ଷରୁ ମୃତଦେହ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଆତ୍ମୀୟସ୍ବଜନ ମୃତଦେହ ଆମ୍ବୁଲାନ୍ସରେ ନେଇ ୬୦ କିଲୋମିଟର ଯିବା ପରେ ବଡ଼ଓ୍ବାଡା ଏବଂ ସାନଓ୍ବାଡା ରାସ୍ତା ମଝିରେ ପହଞ୍ଚିଥିଲେ। ହଠାତ୍‌ ହସ୍ପିଟାଲରୁ ଖବର ଆସିଲା ଭୁଲରେ ମୃତଦେହ ଅଦଳବଦଳ ହୋଇଯାଇଛି। ଯେଉଁ ମୃତଦେହ ନେଇଛନ୍ତି ତାହା ମହୁ ଅଞ୍ଚଳରେ ରହୁଥିବା ଜଣେ ବୃଦ୍ଧଙ୍କ ମୃତଦେହ ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା।


ମୃତଦେହ ଅଦଳବଦଳ ଘଟଣା ଜଣାପଡ଼ିଥିଲା ଯେତେେବେଳ ମହୁ ନିବାସୀ ପରିବାର ଲୋକେ କରୋନା ସଂକ୍ରମିତ ବୃଦ୍ଧଙ୍କ ମୃତଦେହ ନେବାକୁ ହସ୍ପିଟାଲରେ ପହଞ୍ଚିଥିଲେ। ସେତେବେଳେ ଜଣାପଡ଼ିଥିଲା ଏହି ମୃତଦେହ ଖଣ୍ଡଓ୍ବା ନିବାସୀ ଜଣେ ବ୍ୟବସାୟୀଙ୍କର। ଏହା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଖଣ୍ଡଓ୍ବାବାସୀଙ୍କୁ ମୃତଦେହ ଫେରାଇ ଆଣିବାକୁ କହିଥିଲେ।


ଏହି ଘଟଣା ପରେ ସ୍ବାସ୍ଥ୍ୟ ବିଭାଗ ନୋଡାଲ ଅଧିକାରୀ ଅମିତ ମାଲାକାର କହିଛନ୍ତି, ଏ ବିଷୟରେ ଆମକୁ ସୋସିଆଲ ମିଡିଆରୁ ଜଣାପଡ଼ିଛି। କୈଳାସ ହସ୍ପିଟାଲରେ ଏକ ମୃତଦେହ କରୋନା ରୋଗୀଙ୍କର ଆଉ ଗୋଟିଏ ସାଧାରଣ ମୃତଦେହ ଥିଲା। ତେବେ ପ୍ୟାକିଂ ସମୟରେ ଏହା ଅଦଳ ବଦଳ ହୋଇଯାଇଥିଲା। ପରେ ହସ୍ପିଟାଲ ନିଜର ଭୁଲ ସ୍ବୀକାର କରିଥିବା ବେଳେ ଠିକ୍‌ ମୃତଦେହ ଠିକ୍‌ ସ୍ଥାନକୁ ପଠାଇ ଦେଇଥିବା କହିଛି। ଏ ବିଷୟରେ ଆଉ କିଛି ଅଭିଯୋଗ ବର୍ତ୍ତମାନ ସୁଦ୍ଧା ଆସିନାହିଁ। ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri