Posted inଜାତୀୟ

ସ୍ବାମୀଙ୍କ ଅନ୍ତିମ ସଂସ୍କାର କରାଇ ଦେଲେ ନାହିଁ ସ୍ତ୍ରୀ, ଚିତାରୁ ମୃତଦେହ ଉଠାଇ ନେଲା ପୋଲିସ

ମୁରାଦାବାଦ୍‌,୧୩।୧: ଉତ୍ତର ପ୍ରଦେଶର ମୁରାଦାବାଦ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି ଯେ, ସମ୍ପତ୍ତି ଲୋଭରେ ସ୍ବାମୀଙ୍କୁ ତାଙ୍କ ଭାଇ ମାରିଦେଇଛନ୍ତି। ଯୁବକଙ୍କୁ ଅନ୍ତିମ ସଂସାର କରାଯାଉଥିବାବେଳେ ସ୍ତ୍ରୀ ଏହାକୁ ଅଟକାଇ ପୋଲିସକୁ ଫୋନ୍‌ କରିଥିଲେ। ପୋଲିସ ଘଟରାସ୍ଥଳରେ ପହଞ୍ଚି ଚିତା ଲାଗିଥିବା ଅବସ୍ଥାରେ ମୃତଦେହକୁ ଜବତ କରିଛି। ସୂଚନାଯୋଗ୍ୟ, ବିଲାରି ନିବାସୀ ମୁନେଶଙ୍କ ହଠାତ୍‌ ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ତାଙ୍କ ତୁରନ୍ତ ଅନ୍ତିମ ସଂସ୍କାର କରାଇବା ବ୍ୟବସ୍ଥା କରାଇଥିଲେ। ଏହାକୁ ତାଙ୍କ ସ୍ତ୍ରୀ ପୁନମ ବିରୋଧ କରିଥିଲେ। କାରଣ ପୂର୍ବରୁ ସମ୍ପତ୍ତି ପାଇଁ ମୁନେଶଙ୍କ ଦୁଇ ଭାଇ ସୌରଭ ଏବଂ ସୁଶୀଲ ତାଙ୍କ ଉପରେ ଆକ୍ରମଣ କରିଥିଲେ। ସେ ଦୁଇ ଜଣ ହଁି ମୋ ସ୍ବାମୀଙ୍କୁ ହତ୍ୟା କରିଥିବା ପୁନମ ଅଭିଯୋଗ କରିଛନ୍ତି। ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁ ମଡ଼କ: ତେଜିଲା ରାଜନୀତି

ଜୟପୁର/ନୂଆଦିଲ୍ଲୀ,୩ା୧:ରାଜସ୍ଥାନର କୋଟା ହସ୍ପିଟାଲରେ ଶିଶୁ ମଡ଼କକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଏହି ପ୍ରସଙ୍ଗରେ ରାଜ୍ୟରେ କ୍ଷମତାସୀନ ଗେହଲଟ ସରକାରଙ୍କୁ ଭାଜପା ଏବଂ ବିଏସ୍‌ପି ଟାର୍ଗେଟ...

କରୋନା ପ୍ରଭାବ: ନିଜେ ଟାଇପ୍‌ କରୁଛନ୍ତି ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ,୨୧।୭: ମହାମାରୀ କରୋନା ସଂକ୍ରମଣକୁ ନେଇ ଜନସାଧାରଣ ଭୟଭୀତ ଅବସ୍ଥାରେ ଥିବା ବେଳେ ଏହାର ପ୍ରଭାବ ସବୁ କାର୍ଯ୍ୟରେ ପଡ଼ିଥିବା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟର ବିଚାରପତି...

ରାମମନ୍ଦିର ଗର୍ଭଗୃହ ସୁନାରେ ହେବ ନିର୍ମାଣ

ନୂଆଦିଲ୍ଲୀ,୧୦।୨: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ମନ୍ଦିରର ଗର୍ଭଗୃହକୁ ସୁନାରେ ତିଆରି କରାଯିବ ବୋଲି କୁହାଯାଉଛି। ଏଥି ପାଇଁ...

ମାନହାନି ମାମଲାରେ ରବିଶଙ୍କରଙ୍କୁ ସମନ

ଥିରୁଭାନନ୍ଥପୁରମ୍‌,୧୬ା୨(ପି.ଟି.): ଏକ ମାନହାନି ମାମଲାରେ ହାଜର ହେବା ଲାଗି କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଶନିବାର କେରଳର ଏକ ଅଦାଲତ ସମନ ଜାରି କରିଛନ୍ତି। କଂଗ୍ରେସ...

ମସଜିଦ୍‌ ପରିସରରେ ବିବାହ କଲେ ହିନ୍ଦୁ ଯୁବତୀ, ମୁଖ୍ୟମନ୍ତ୍ରୀ ଶେୟାର କଲେ ଫଟୋ

କୋଚି,୨୦।୧: କେରଳର ଆଲାପୁଝାରେ ମୁସଲମାନ ସମ୍ପ୍ରଦାୟ ଲୋକେ ମସଜିଦ୍‌ ପରିସରରେ ଜଣେ ହିନ୍ଦୁ ଯୁବତୀଙ୍କ ବିବାହ କରିଛନ୍ତି। ଆଲାପୁଝାର ଚେରୁଭଲ୍ଲୀସ୍ଥିତ ଜୁମା ମସଜିଦ୍‌ରେ ସମ୍ପୂର୍ଣ୍ଣ ହିନ୍ଦୁ...

ଧନତେରସରେ ଘରକୁ ଆଣନ୍ତୁ ନାହିଁ ଏସବୁ ଜିନିଷ

ଧନତେରସରେ ବିଭିନ୍ନ ଜିନିଷ କିଣାକିଣି କଲେ ଘରକୁ ଲକ୍ଷ୍ମୀ ଆସିଥାଆନ୍ତି ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଲୋକେ ସୁନାରୂପା କିଣିବାର ବିଧି ରହିଛି। ହେଲେ ଏବେ...

କ୍ୟାବିନେଟ୍‌ ନିଷ୍ପତ୍ତି: ୮ ଉତ୍ତର-ପୂର୍ବ ରାଜ୍ୟରେ ଗ୍ୟାସ୍‌ ଗ୍ରିଡ୍‌; ନୀଳାଚଳ ଇସ୍ପାତରେ ପୁଞ୍ଜି ପ୍ରତ୍ୟାହାର

ନୂଆଦିଲ୍ଲୀ,୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେନୁଷ୍ଠିତ ହୋଇଥିବା କ୍ୟାବିନେଟ୍‌ ବୈଠକରେ ବୁଧବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୮ ଉତ୍ତର-ପୂର୍ବ ରାଜ୍ୟରେ ଗ୍ୟାସ୍‌ ଗ୍ରିଡ୍‌ ସ୍ଥାପନ...

ମୁଣ୍ଡରେ କାର୍ଡବୋର୍ଡ ବକ୍ସ୍‌ ପିନ୍ଧି ପରୀକ୍ଷା ଦେଲେ ଶିକ୍ଷାର୍ଥୀ: ସୋସିଆଲ ମିଡ଼ିଆରେ ଭାଇରାଲ

ହାଭେରି,୧୯।୧୦: କର୍ନାଟକରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଭାଗଥ୍‌ ପିୟୁ କଲେଜରେ ପ୍ରଥମ ବାର୍ଷିକ ବିଜ୍ଞାନ ପରୀକ୍ଷାରେ ଶିକ୍ଷାର୍ଥୀମାନଙ୍କୁ ମୁଣ୍ଡରେ କାର୍ଡବୋର୍ଡ ବକ୍ସ୍‌ ପିନ୍ଧିବାକୁ...

Play 250+ Trending Games
Archives

Model This Week

Why Dharitri