ଡିସିପିଓଙ୍କ ଚିଠିକୁ ବିଡିଓ, ସିଡିପିଓ ଦେଇଥିଲେ ଅଧିକ ଗୁରୁତ୍ୱ

ସୋନପୁର, ୭ା୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ଗ୍ରାମାଞ୍ଚଳରେ ସଚେତନତା ନମ୍ବର ପ୍ଲେଟ୍‌ ପ୍ରଦାନ ନାଁରେ ବଡ ଧରଣର ଠକେଇ ହୋଇଛି। ବିହାରର ରୋହତସ ଜିଲା ବହୁଆରା ଅଞ୍ଚଳର ମନୋଜ କୁମାର ଗୁପ୍ତା ନାମକ ବ୍ୟକ୍ତି ଜିଲା ପ୍ରଶାସନର ସହଯୋଗରେ ଲୋକଙ୍କୁ ଠକିଛନ୍ତି । ପ୍ରତ୍ୟେକ ଘରେ ବିଭିନ୍ନ ସଚେତନତତା ମୂଳକ ସ୍ଲୋଗାନ ସହ ନିଜ ଘର ନମ୍ବର ଉଲ୍ଳେଖ ଥିବା ନମ୍ବର ପ୍ଲେଟ୍‌ ପ୍ରଦାନ କରି ଗ୍ରାମାଞ୍ଚଳର ନିରୀହ ଲୋକଙ୍କୁ ଠକିବାରେ ସକ୍ଷମ ହୋଇଛନ୍ତି। ସେ ଏବେ ଫେରାର ଅଛନ୍ତି। ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଲୋକେ ଠକାମିର ଶିକାର ହେବା ପରେ ସ୍ଥାନୀୟ ସରପଞ୍ଚ ଓ ଅଙ୍ଗନଓ୍ବାଡି କର୍ମୀଙ୍କୁ ଦୋଷ ଦେଉଛନ୍ତି। କିନ୍ତୁ ଏହି ଘଟଣାରେ ଚିଠି ଲେଖିଥିବା ଜିଲା ଶିଶୁ ସୁରକ୍ଷା ଅଧିକାରୀ, ବିଡିଓ ଓ ସିଡିପିଓଙ୍କ ଭୂମିକା ଏବେ ସନ୍ଦେହ ଘେରରେ ରହିଛି। ସବୁଠୁ ବଡ କଥା ହେଲା ନମ୍ବର ପ୍ଲେଟ୍‌ ଲଗାଇବା ଘଟଣାରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଜିଲାର ସମସ୍ତ ବିଡିଓ ଓ ସିଡିପିଓମାନଙ୍କୁ ଏଥିରେ ସହଯୋଗ କରିବାକୁ ଚିଠି ମାଧ୍ୟମରେ କହିଥିଲେ । ତେବେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ ହୋଇଥିବା ବେଳେ ବିଡିଓ ଓ ସିଡିପିଓମାନେ ଚିଠିକୁ ଅତ୍ୟଧିକ ଗୁରୁତ୍ୱ ଦେଇ ସରପଞ୍ଚ, ଅଙ୍ଗନଓ୍ବାଡି ସୁପରଭାଇଜର ଓ ଅଙ୍ଗନଓ୍ବାଡି କର୍ମୀଙ୍କୁ ସହଯୋଗ ପାଇଁ କହିଥିଲେ। ଫଳରେ ଲୋକଙ୍କୁ ଠକିବା ପାଇଁ ବିହାରର ମନୋଜଙ୍କୁ ସୁଯୋଗ ମିଳିଥିଲା। ତେଣୁ ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆମ ଆଦ୍‌ମୀ ପାର୍ଟି(ଆପ୍‌) ସୁବର୍ଣ୍ଣପୁର ଜିଲା ଶାଖା ସମେତ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ଜିଲାର ସରପଞ୍ଚ ଓ ଅଙ୍ଗନଓ୍ବାଡି କର୍ମୀଙ୍କ ଜରିଆରେ ମନୋଜ ଗ୍ରାମାଞ୍ଚଳର ଲକ୍ଷାଧିକ ଲୋକଙ୍କୁ ଜଣ ପ୍ରତି ୩୦ରୁ ୫୦ ଟଙ୍କା ବିନିମୟରେ ପ୍ଲାଷ୍ଟିକ୍‌ ନମ୍ବର ପ୍ଲେଟ୍‌ ପ୍ରଦାନ କରିଛନ୍ତି। ଏହି ନମ୍ବର ପ୍ଲେଟ୍‌ରେ ଭୋଟରଙ୍କ ନାମ, ଓ୍ବାର୍ଡ ନମ୍ବର ଓ ଘର ନମ୍ବର ଉଲ୍ଳେଖ ଅଛି । ସ୍ବଚ୍ଛ ଗାଁ ନିର୍ମାଳ ଗାଁ, ଝିଅ ପଢାନ୍ତୁ-ଝିଅ ବଞ୍ଚନ୍ତୁ, ସ୍କୁଲ ଯିବାକୁ ହଁ କହିବା ବାଲ୍ୟ ବିବାହକୁ ନାଁ କହିବା, ଘରେ ଥିଲେ ପାଇଖାନା ଝିଅ ବୋହୁଙ୍କୁ ବାହାର ମନା ଓ ଦୋ ଗଜ ଦୁରୀ ମାସ୍କ ଜରୁରୀ ଭଳି ସଚେତନତା ବାର୍ତ୍ତା ମଧ୍ୟ ଏହି ନମ୍ବର ପ୍ଲେଟ୍‌ରେ ଉଲ୍ଲେଖ ରହିଛି। ଉକ୍ତ ସଚେତନତା ନମ୍ବର ପ୍ଲେଟ୍‌ର ବହୁତ ଆବଶ୍ୟକତା ଥିବା ଅଙ୍ଗନଓ୍ବାଡି କର୍ମୀମାନେ ଲୋକଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲେ। ଏପରି କି ସେମାନେ ଲୋକଙ୍କ ନିକଟରୁ ଟଙ୍କା ଆଦାୟ କରି ନମ୍ବର ପ୍ଲେଟ ପ୍ରଦାନକାରୀ ସଂସ୍ଥାର କର୍ମଚାରୀଙ୍କୁ ପ୍ରଦାନ କରିଥିଲେ। ମାର୍ଚ୍ଚ ଓ ଏପ୍ରିଲ ମାସରେ ଜିଲାର ସୋନପୁର, ବିନିକା, ବୀରମହାରାଜପୁର, ଉଲୁଣ୍ଡା, ଡୁଙ୍ଗୁରିପାଲି ଓ ତରଭା ବ୍ଲକର ଗ୍ରାମାଞ୍ଚଳରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିଲା । ତେବେ ଖାରୀ ପଞ୍ଚାୟତର ସତ୍ୟନାରାୟଣ ରଥଙ୍କୁ ପ୍ରଦାନ କରାଯାଇଥିବା ନମ୍ବର ପ୍ଲେଟ୍‌ର ତଥ୍ୟରେ ଚାଳମେଳ ନ ଥିଲା। ରଥ ଏଥିରେ ସନ୍ଦେହ ପ୍ରକାଶ କରି ଆପ୍‌ର ସୁବର୍ଣ୍ଣପୁର ଜିଲା ସଭାପତି ସୁରେଶ କଲତାଙ୍କୁ ଜଣାଇଥିଲେ । କଲତା ଏସମ୍ପର୍କରେ ଖୋଳତାଡ କରିବା ପରେ ଦୁର୍ନୀତି ଲୋକ ଲୋଚନକୁ ଆସିପାରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌: ଜାଣନ୍ତୁ ଖେଳାଯିବ ମ୍ୟାଚ୍‌

କଟକ,୯ା୧୨(ଅନାଦି କର):ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ପ୍ରଥମf ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ପାଇଁ ଖେଳାଳିଙ୍କଠାରୁ ଆରମ୍ଭ...

ପୁଣିଥରେ ଭାରତକୁ ଧୋକା ଦେବେ ଟ୍ରମ୍ପ, ଲାଗୁ କରିବେ ନୂଆ ଟାରିଫ୍‌

ଓ୍ବାଶିଂଟନ୍‌,୯।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚିତ କରିଛନ୍ତି ଯେ ତାଙ୍କ ପ୍ରଶାସନ ଭାରତୀୟ ଚାଉଳ ଏବଂ କାନାଡିଆନ ସାର ସମେତ ବିଦେଶୀ କୃଷି ଉତ୍ପାଦ...

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri