ଡିସିପିଓଙ୍କ ଚିଠିକୁ ବିଡିଓ, ସିଡିପିଓ ଦେଇଥିଲେ ଅଧିକ ଗୁରୁତ୍ୱ

ସୋନପୁର, ୭ା୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ଗ୍ରାମାଞ୍ଚଳରେ ସଚେତନତା ନମ୍ବର ପ୍ଲେଟ୍‌ ପ୍ରଦାନ ନାଁରେ ବଡ ଧରଣର ଠକେଇ ହୋଇଛି। ବିହାରର ରୋହତସ ଜିଲା ବହୁଆରା ଅଞ୍ଚଳର ମନୋଜ କୁମାର ଗୁପ୍ତା ନାମକ ବ୍ୟକ୍ତି ଜିଲା ପ୍ରଶାସନର ସହଯୋଗରେ ଲୋକଙ୍କୁ ଠକିଛନ୍ତି । ପ୍ରତ୍ୟେକ ଘରେ ବିଭିନ୍ନ ସଚେତନତତା ମୂଳକ ସ୍ଲୋଗାନ ସହ ନିଜ ଘର ନମ୍ବର ଉଲ୍ଳେଖ ଥିବା ନମ୍ବର ପ୍ଲେଟ୍‌ ପ୍ରଦାନ କରି ଗ୍ରାମାଞ୍ଚଳର ନିରୀହ ଲୋକଙ୍କୁ ଠକିବାରେ ସକ୍ଷମ ହୋଇଛନ୍ତି। ସେ ଏବେ ଫେରାର ଅଛନ୍ତି। ଏହି ଘଟଣାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଲୋକେ ଠକାମିର ଶିକାର ହେବା ପରେ ସ୍ଥାନୀୟ ସରପଞ୍ଚ ଓ ଅଙ୍ଗନଓ୍ବାଡି କର୍ମୀଙ୍କୁ ଦୋଷ ଦେଉଛନ୍ତି। କିନ୍ତୁ ଏହି ଘଟଣାରେ ଚିଠି ଲେଖିଥିବା ଜିଲା ଶିଶୁ ସୁରକ୍ଷା ଅଧିକାରୀ, ବିଡିଓ ଓ ସିଡିପିଓଙ୍କ ଭୂମିକା ଏବେ ସନ୍ଦେହ ଘେରରେ ରହିଛି। ସବୁଠୁ ବଡ କଥା ହେଲା ନମ୍ବର ପ୍ଲେଟ୍‌ ଲଗାଇବା ଘଟଣାରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଜିଲାର ସମସ୍ତ ବିଡିଓ ଓ ସିଡିପିଓମାନଙ୍କୁ ଏଥିରେ ସହଯୋଗ କରିବାକୁ ଚିଠି ମାଧ୍ୟମରେ କହିଥିଲେ । ତେବେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ ହୋଇଥିବା ବେଳେ ବିଡିଓ ଓ ସିଡିପିଓମାନେ ଚିଠିକୁ ଅତ୍ୟଧିକ ଗୁରୁତ୍ୱ ଦେଇ ସରପଞ୍ଚ, ଅଙ୍ଗନଓ୍ବାଡି ସୁପରଭାଇଜର ଓ ଅଙ୍ଗନଓ୍ବାଡି କର୍ମୀଙ୍କୁ ସହଯୋଗ ପାଇଁ କହିଥିଲେ। ଫଳରେ ଲୋକଙ୍କୁ ଠକିବା ପାଇଁ ବିହାରର ମନୋଜଙ୍କୁ ସୁଯୋଗ ମିଳିଥିଲା। ତେଣୁ ଏହି ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଆମ ଆଦ୍‌ମୀ ପାର୍ଟି(ଆପ୍‌) ସୁବର୍ଣ୍ଣପୁର ଜିଲା ଶାଖା ସମେତ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
ଜିଲାର ସରପଞ୍ଚ ଓ ଅଙ୍ଗନଓ୍ବାଡି କର୍ମୀଙ୍କ ଜରିଆରେ ମନୋଜ ଗ୍ରାମାଞ୍ଚଳର ଲକ୍ଷାଧିକ ଲୋକଙ୍କୁ ଜଣ ପ୍ରତି ୩୦ରୁ ୫୦ ଟଙ୍କା ବିନିମୟରେ ପ୍ଲାଷ୍ଟିକ୍‌ ନମ୍ବର ପ୍ଲେଟ୍‌ ପ୍ରଦାନ କରିଛନ୍ତି। ଏହି ନମ୍ବର ପ୍ଲେଟ୍‌ରେ ଭୋଟରଙ୍କ ନାମ, ଓ୍ବାର୍ଡ ନମ୍ବର ଓ ଘର ନମ୍ବର ଉଲ୍ଳେଖ ଅଛି । ସ୍ବଚ୍ଛ ଗାଁ ନିର୍ମାଳ ଗାଁ, ଝିଅ ପଢାନ୍ତୁ-ଝିଅ ବଞ୍ଚନ୍ତୁ, ସ୍କୁଲ ଯିବାକୁ ହଁ କହିବା ବାଲ୍ୟ ବିବାହକୁ ନାଁ କହିବା, ଘରେ ଥିଲେ ପାଇଖାନା ଝିଅ ବୋହୁଙ୍କୁ ବାହାର ମନା ଓ ଦୋ ଗଜ ଦୁରୀ ମାସ୍କ ଜରୁରୀ ଭଳି ସଚେତନତା ବାର୍ତ୍ତା ମଧ୍ୟ ଏହି ନମ୍ବର ପ୍ଲେଟ୍‌ରେ ଉଲ୍ଲେଖ ରହିଛି। ଉକ୍ତ ସଚେତନତା ନମ୍ବର ପ୍ଲେଟ୍‌ର ବହୁତ ଆବଶ୍ୟକତା ଥିବା ଅଙ୍ଗନଓ୍ବାଡି କର୍ମୀମାନେ ଲୋକଙ୍କୁ ବୁଝାଇବାରେ ସକ୍ଷମ ହୋଇଥିଲେ। ଏପରି କି ସେମାନେ ଲୋକଙ୍କ ନିକଟରୁ ଟଙ୍କା ଆଦାୟ କରି ନମ୍ବର ପ୍ଲେଟ ପ୍ରଦାନକାରୀ ସଂସ୍ଥାର କର୍ମଚାରୀଙ୍କୁ ପ୍ରଦାନ କରିଥିଲେ। ମାର୍ଚ୍ଚ ଓ ଏପ୍ରିଲ ମାସରେ ଜିଲାର ସୋନପୁର, ବିନିକା, ବୀରମହାରାଜପୁର, ଉଲୁଣ୍ଡା, ଡୁଙ୍ଗୁରିପାଲି ଓ ତରଭା ବ୍ଲକର ଗ୍ରାମାଞ୍ଚଳରେ ଏଭଳି ବେଆଇନ କାର୍ଯ୍ୟ ଚାଲିଥିଲା । ତେବେ ଖାରୀ ପଞ୍ଚାୟତର ସତ୍ୟନାରାୟଣ ରଥଙ୍କୁ ପ୍ରଦାନ କରାଯାଇଥିବା ନମ୍ବର ପ୍ଲେଟ୍‌ର ତଥ୍ୟରେ ଚାଳମେଳ ନ ଥିଲା। ରଥ ଏଥିରେ ସନ୍ଦେହ ପ୍ରକାଶ କରି ଆପ୍‌ର ସୁବର୍ଣ୍ଣପୁର ଜିଲା ସଭାପତି ସୁରେଶ କଲତାଙ୍କୁ ଜଣାଇଥିଲେ । କଲତା ଏସମ୍ପର୍କରେ ଖୋଳତାଡ କରିବା ପରେ ଦୁର୍ନୀତି ଲୋକ ଲୋଚନକୁ ଆସିପାରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?