Posted inଖେଳ

ଧାଓ୍ବନଙ୍କ ଧମାଲ ଜାରି: ଅରେଞ୍ଜ କ୍ୟାପ୍‌ ରେସ୍‌ରେ ରାହୁଲଙ୍କୁ ପଛରେ ପକାଇଲେ

ୟୁଏଇ,୨୩।୯: ଆଇପିଏଲ ୨୦୨୧ରେ ଶିଖର ଧାୱନଙ୍କ ଶାସନ ପୁଣି ଥରେ ଜଲଓ୍ବା ଦେଖାଇଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୪୨ ରନର ଇନିଂସ ଖେଳି ପୁଣିଥରେ ଅରେଞ୍ଜ୍‌ କ୍ୟାପକୁ ନିଜ କବ୍ଜାକୁ ନେଇଛନ୍ତି। ଧାୱନ ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ ରାହୁଲଙ୍କୁ ପଛରେ ପକାଇଛନ୍ତି। ଏହା ବ୍ୟତୀତ ଦିଲ୍ଲୀର ଏହି ବିସ୍ଫୋରକ ଓପନର୍‌ ମଧ୍ୟ ଆଇପିଏଲ ୨୦୨୧ରେ ୪୦୦ ରନ ମାର୍କ ଅତିକ୍ରମ କରିଛି। ଧାୱନ ବର୍ତ୍ତମାନ ୯ଟି ମ୍ୟାଚରେ ୪୨୨ ରନ କରିଛନ୍ତି। ସେ ତିନି ଅର୍ଦ୍ଧଶତକ ହାସଲ କରିଛନ୍ତି।
ଆଇପିଏଲରେ ଏହା କ୍ରମାଗତ ଷଷ୍ଠ ସିଜିନ୍‌ରେ ଧାୱନ ୪୦୦ ରୁ ଅଧିକ ସ୍କୋର କରିଛନ୍ତି। ମୋଟାମୋଟି ଧାୱନ ଏହି ଏପରି କାର୍ଯ୍ୟ ଆଠ ଥର କରିଛନ୍ତି । ଦିଲ୍ଲୀ ବ୍ୟାଟ୍ସମ୍ୟାନ ୨୦୧୧, ୨୦୧୨, ୨୦୧୬, ୨୦୧୭, ୨୦୧୮, ୨୦୧୯, ୨୦୨୦ ଏବଂ ୨୦୨୧ ରେ ୪୦୦ରୁ ଅଧିକ ସ୍କୋର କରିଛନ୍ତି। ଏହା ସହ ଧାୱନ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଏବଂ ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଡେଭିଡ ୱାର୍ଣ୍ଣରଙ୍କୁ ସାତଥର ପଛରେ ପକାଇଛନ୍ତି। ଆଇପିଏଲରେ ସର୍ବାଧିକ ୪୦୦ ପ୍ଲସ ସ୍କୋରର ରେକର୍ଡ ଚେନ୍ନାଇ ସୁପର କିଙ୍ଗ୍ସର ସୁରେଶ ରାଇନା (୯ ଥର) ଙ୍କ ନାମରେ ଅଛି।
ଦିଲ୍ଲୀ କ୍ୟାପିଟାଲର ଓପନର୍‌ ପୃଥ୍ବୀ ଶ’ ୩୧୯ ରନ ସହ ଅରେଞ୍ଜ୍‌ କ୍ୟାପ ଦୌଡ଼ରେ ପଞ୍ଚମ ସ୍ଥାନରେ ରହିଛନ୍ତି। ସେ ଏହି ଆଇପିଏଲରେ ତିନି ଅର୍ଦ୍ଧଶତକ ହାସଲ କରିଛନ୍ତି। ୮ ଟି ମ୍ୟାଚରୁ ୩୮୦ ରନ ସହ ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ ରାହୁଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ତୃତୀୟ ସ୍ଥାନରେ ଅଛନ୍ତି ମୟଙ୍କ ଅଗ୍ରୱାଲ ୮ ଟି ମ୍ୟାଚରେ ୩୨୭ ରନ ସଂଗ୍ରହ କରିଛନ୍ତି। ସିଏସକେର ଫାଫ ଡୁ ପ୍ଲେସିସ ୮ଟି ମ୍ୟାଚରେ ୩୨୦ ରନ ସହ ଚତୁର୍ଥ ସ୍ଥାନରେ ଅଛନ୍ତି । ୮ ଟି ମ୍ୟାଚରେ ୨୮୪ରନ ସହ ରୁତୁରାଜ ଆଇପିଏଲ ୧୪ ରେ ଷଷ୍ଠ ସ୍ଥାନରେ ଅଛନ୍ତ।
ସେହିପରି ଟପ ୫ ବୋଲର ତାଲିକାରେ ସନରାଇଜର୍ସ ହାଇଦ୍ରାବାଦର ରସିଦ ଖାନ ଯୋଗ ଦେଇଛନ୍ତି। ରସିଦ ଖାନ, ରାହୁଲ ଚହର, ମହମ୍ମଦ ଶାମି ଏବଂ କାଗିସୋ ରାବାଡା ପ୍ରତ୍ୟେକ ୧୧ ଟି ଉଇକେଟ ନେଇଛନ୍ତି କିନ୍ତୁ ଭଲ ହାରାହାରି ଆଧାରରେ ହାଇଦ୍ରାବାଦ ସ୍ପିନରରସିଦ ଶୀର୍ଷରେ ଅଛନ୍ତି। ଏହି ତାଲିକାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ହର୍ଷଲ ପଟେଲ ୮ଟି ମ୍ୟାଚରେ ୧୭ ଉଇକେଟ ନେଇ ପର୍ପଲ କ୍ୟାପ ତାଲିକାର ଶୀର୍ଷରେ ରହିଛନ୍ତି।
ଦିଲ୍ଲୀ କ୍ୟାପିଟାଲ୍ସର ଆବେଶ ଖାନ ୯ଟି ମ୍ୟାଚରେ ୧୪ ଉଇକେଟ ନେଇ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ରାଜସ୍ଥାନ ରୋଲ୍ସର କ୍ରିସ ମୋରିସ ମଧ୍ୟ ୮ଟି ମ୍ୟାଚରେ ୧୪ ଉଇକେଟ ନେଇ ତୃତୀୟ ସ୍ଥାନରେ ଅଛନ୍ତି। ଏହା ବ୍ୟତୀତ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୪ ଉଇକେଟ ନେଇଥିବା ପଞ୍ଜାବ କିଙ୍ଗ୍ସର ଦ୍ରୁତ ବୋଲର ଅର୍ଶଦୀପ ସିଂ ୧୨ ଉଇକେଟ ନେଇ ଚତୁର୍ଥ ସ୍ଥାନରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri