ପରାଜୟ ସ୍ୱୀକାର କଲା ଡିସି …

ମୁମ୍ବାଇ, ୨।୪ : ଆଇପିଏଲ୍ ସିଜିନ୍ର ୧୫ତମ ସଂସ୍କରଣରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ବିପକ୍ଷରେ ଗୁଜୁରାଟ ଟାଇଟନ୍ସ(ଜିଟି) ବିଜୟ ହାସଲ କରିଛି । ୧୪ ରନରେ ଡିସି ଜିଟି ଠାରୁ ପରାଜିତ ହୋଇଛି । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଡିସି ୨୦ ଓଭରରେ ୯ ୱିକେଟ ହରାଇ ୧୫୭ ରନ୍ କରିବାକୁ ସକ୍ଷମ ହୋଇଛି ।
ଡିସି ପକ୍ଷରୁ ରିଷଭ ପନ୍ତ ୨୯ ବଲରେ ୪୩ ରନ ସଂଗ୍ରହ କରିଥିବାବେଳେ ଲଳିତ ଯାଦବ ୨୨ ବଲରେ ୨୫ ରନ କରିଥିଲେ । ସେହିପରି ରମନ ପାୱେଲ ୧୨ ବଲରେ ୨୦ ରନ ସଂଗ୍ରହ କରିଥିଲେ । ଟସ ଜିଣି ଡିସି ପ୍ରଥମେ ବୋଲିଂ କରିଥିଲା ।

ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ୍ ଷ୍ଟାଡିୟମ୍ ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଡିସିର ଅଧିନାୟକ ରିଷଭ ପନ୍ତ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜିଟି ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ତାଙ୍କ ଦଳ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା । ଡିସି ପାଇଁ ବିଜୟ ଲକ୍ଷ୍ୟ ୧୭୨ ରନ୍ ରହିଥିଲା ।

ଜିଟି ପକ୍ଷରୁ ଶୁବମାନ୍ ଗିଲ୍ ୪୬ ବଲ୍ ରେ ୮୪ ରନ୍ ସଂଗ୍ରହ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୨୭ ବଲ୍ ରେ ୩୧ ରନ୍ ,ଡାଭିଡ୍ ମିଲର ୧୫ ବଲ୍ ରେ ଅପରାଜିତ ୨୦ ରନ୍ ସଂଗ୍ରହ କରିଥିଲେ।

 

Share