ଶ୍ରୀମନ୍ଦିରରେ ଦୟଣା ଚୋରି ନୀତି

ପୁରୀ ଅଫିସ, ୫।୪: ଚୈତ୍ର ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥି ମଙ୍ଗଳବାର ଅବସରରେ ଶ୍ରୀମନ୍ଦିରରେ ଦୟଣା (ଦମନକ) ଚୋରି ନୀତି ସମ୍ପନ୍ନ ହୋଇଛି। ଅପରପକ୍ଷରେ ଏହି ନୀତି ଯୋଗୁ ଶ୍ରୀମନ୍ଦିରରେ ରାମଲୀଳା ନୀତି ବନ୍ଦ ରହିଥିଲା। ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଓ ଦକ୍ଷିଣୀଘର ଭୋଗ ସରିବା ପରେ ରାମ ଏବଂ କୃଷ୍ଣ ରତ୍ନସିଂହାସନକୁ ବିଜେ କରିଥିଲେ। ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଆଜ୍ଞାମାଳ ନେଇ ଦୁଇ ଠାକୁରଙ୍କୁ ପ୍ରଦାନ କରିଥିଲେ। ପୂର୍ବରାତ୍ରୀ ଅର୍ଥାତ ସୋମବାରରୁ ଅଧିବାସ ହୋଇ ରହିଥିବା କନ୍ଦର୍ପ ପଟି ବଟମୂଳସ୍ଥିତ ପାଲିଙ୍କି ନିକଟକୁ ମହାଜନ ସେବକ ବିଜେ କରାଇଥିଲେ। ଏହାପରେ ରାମ ଓ କୃଷ୍ଣ ପାଲିଙ୍କିକୁ ବିଜେ ହୋଇଥିଲେ। କନ୍ଦର୍ପ ପଟି ଧରି ମହାଜନ ସେବକ ଆଗେ ଆଗେ ଚାଲିଥିଲେ। ବିମାନବଡୁମାନେ ଘଣ୍ଟ, ଛତା, କାହାଳୀ ସହ ଠାକୁରଙ୍କୁ ଜଗନ୍ନାଥବଲ୍ଲଭକୁ ବିଜେ କରାଇଥିଲେ। ଜଗନ୍ନାଥବଲ୍ଲଭ ଝୁଲଣ ଘର ଶେଯଖଟରେ ରାମ, କୃଷ୍ଣ ବିଜେ କରିବା ପରେ କନ୍ଦର୍ପ ପଟି ବିଜେ କରାଯାଇଥିଲା।
ପୂଜାପଣ୍ଡା ସାମନ୍ତ ବରୁଣ ପୂଜା ଓ ଯଜ୍ଞ କରିଥିଲେ। ପୂର୍ଣ୍ଣାହୁତି ପରେ ପଞ୍ଚୋପଚାରରେ ଖିରି ଭୋଗ ହେବା ସହ ମୁଦିରସ୍ତ ବନ୍ଦାପନା କରିଥିଲେ। ପୂଜାପଣ୍ଡା ସାମନ୍ତ ରାମକୃଷ୍ଣଙ୍କ ନିକଟରେ ପୂଜା ଓ ଶୀତଳ ଭୋଗ ମଣୋହି କରିବା ପରେ ବନ୍ଦାପନା କରାଯାଇଥିଲା। ମହାଜନ ସେବକ ରାମ, କୃଷ୍ଣଙ୍କୁ ମଠର ସୁଗ୍ରୀବ ମହାରାଜଙ୍କ ସମ୍ମୁଖ ପ୍ରମୋଦ ଉଦ୍ୟାନକୁ ବିଜେ କରାଇଥିଲେ। ସେଠାରେ ଏକ ଆସ୍ଥାନରେ ୬ଟି ଦୟଣା ବୃକ୍ଷ ରୋପଣ କରାଯାଇ ଥିଲା। ଭିତରଚ୍ଛ ୨ଟି ବୃକ୍ଷ ଆଣି ରାମକୃଷ୍ଣଙ୍କ ଶ୍ରୀହସ୍ତରେ ଲାଗି କରାଇଥିଲେ। ଅବଶିଷ୍ଟ ୪ଟି ବୃକ୍ଷକୁ ଏକ ତାଡ଼ରେ ଶ୍ରୀମନ୍ଦିରକୁ ଅଣାଯାଇଥିଲା। ଏହାପରେ ରାମ ଓ କୃଷ୍ଣ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭୋଗମଣ୍ଡପ ଘରେ ଧୋପଖାଳ ହୋଇ ଚାନ୍ଦୁଆ ଟଣାଯାଇଥିଲା। ଚାନ୍ଦୁଆ ତଳେ ବାଲିବନ୍ଧ ଉପରେ ଦୟଣା, ମରୁଆ ସୁବାସ ଗଛମାନ ରୋପଣ କରାଯାଇଥିଲା। ପାଲିଙ୍କିରୁ ମହାଜନ ଦୁଇ ଠାକୁରଙ୍କୁ ଗରୁଡ଼ ଦ୍ୱାରକୁ ଆଣିଥିଲେ। ସେଠାରେ ମଇଲମ ହୋଇଥିଲା। ବଡ଼ସିଂହାର ଭୋଗ ଶେଷ ହେବା ପରେ ମଦନମୋହନ ରତ୍ନସିଂହାସନକୁ ବିଜେ କରିଥିଲେ। ମଦନ ମୋହନ, ଶ୍ରୀଦେବୀ ଓ ଭୂଦେବୀ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଭୋଗମଣ୍ଡପ ଘର ଖଟଶେଯ ଉପରେ ବିଜେ ହୋଇଥିଲେ। ମହାଜନ ସେବକ ମଦନମୋହନ, ଶ୍ରୀଦେବୀ ଏବଂ ଭୂଦେବୀଙ୍କୁ ଜଗନ୍ନାଥବଲ୍ଲଭରୁ ଆସିଥିବା ୩ଟି ଗଛ ଦୟଣା ଲାଗିକରାଇଥିଲେ। ଏହାପରେ ଠାକୁରଙ୍କ ଆଗରେ ୩ଟି ଚାଙ୍ଗୁଡ଼ିରେ ୩ଟି ଗଛ ରଖାଯାଇଥିଲା। ପୂଜାପଣ୍ଡା ମଣ୍ଡଳ ଉପରେ ୩ଟି ଚାଙ୍ଗୁଡ଼ି ରଖିଥିଲେ। ଶୀତଳଭୋଗ ମଣୋହି ପରେ ଭୋଗମଣ୍ଡପ ଘର ଦ୍ୱାର ବନ୍ଦ କରି ଜଉମୁଦ ଦିଆଯାଇଥିଲା। ପରେ ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତି ବଢିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

୧୩ ବରିଷ୍ଠ ରାଜସ୍ବ ସହାୟକଙ୍କୁ ସେକ୍ସନ ଅଫିସର ପଦବୀକୁ ପଦୋନ୍ନତି

କୋରାପୁଟ,୮ା୨(ଅମିତାଭ ବେହେରା): କୋରାପୁଟ ଜିଲାର ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ବରିଷ୍ଠ ରାଜସ୍ବ ସହାୟକଙ୍କ ମଧ୍ୟରୁ ୧୩ ଜଣଙ୍କୁ ଜିଲାପାଳ ମନୋଜ ସତ୍ୟବାନ ମହାଜନ ସେକ୍ସନ ଅଫିସର…

ଶିକ୍ଷକ କର୍ମଶାଳା ପାଲଟିଲା ରଣାଙ୍ଗନ: ପ୍ରଧାନଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ, ଅଶ୍ଳୀଳ ଭାଷା କହି…

ପରଜଙ୍ଗ,୮ା୨(ନିଗମାନନ୍ଦ ଦଳବେହେରା): ବିଦ୍ୟାଳୟରେ ଚାଲିଥିଲା ପାଞ୍ଚଦିନିଆ ଶିକ୍ଷକ କର୍ମଶାଳା। ଭାଗ ନେଇଥିଲେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ଓ ଶିକ୍ଷୟିତ୍ରୀ। କିନ୍ତୁ ହଠାତ୍‌ କର୍ମଶାଳା ପାଲଟିଲା ରଣାଙ୍ଗନ। ନିଶାସକ୍ତ…

ରୋଗୀଙ୍କୁ ଚିକିତ୍ସା ପାଇଁ ନେଉଥିଲେ ବିଶାଖାପାଟଣା, ବାଟରେ ଘଟିଲା ବଡ଼ ଅଘଟଣ, ଚାଲିଗଲା ୨ ଜୀବନ

ପାତ୍ରପୁର/ଚିକିଟି,୮ା୨(ଉମାଚରଣ ନେପାକ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଅନ୍ତର୍ଗତ ପାତିସୁନପୁର ଗ୍ରାମର ଗୋଟିଏ ପରିବାରର ୬ ଜଣ ବିଶାଖାପାଟଣା ଯାଉଥିବା ବେଳେ ରବିବାର ଅପରାହ୍ନରେ…

ବସ୍‌ ଇଞ୍ଜିନ୍‌ରୁ ବାହାରିଲା ନିଆଁ, ଡ୍ରାଇଭର ନେଲେ ଏମିତି ପଦକ୍ଷେପ

ଭଞ୍ଜନଗର,୮ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବସଷ୍ଟାଣ୍ଡରେ ରବିବାର ଅପରାହ୍ନରେ ଏକ ଘରୋଇ ବସ୍‌ରେ ହଠାତ୍‌ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଫଳରେ ବସ୍‌ରେ ବସିଥିବା ଯାତ୍ରୀମାନେ ଭୟଭୀତ…

ବିଲ୍‌ କରିବା ଆଶାରେ ଶୀଘ୍ର ଶେଷ କରୁଛନ୍ତି କାମ: ଠିକ୍‌ ଢଙ୍ଗରେ ଲାଗୁନି ଷ୍ଟ୍ରିଟ୍‌ ଲାଇଟ 

ଧର୍ମଶାଳା,୨।୮(ଶିବ ପ୍ରଶାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ବିଭିନ୍ନ ଗାଁରେ ଅନ୍ଧକାର ଦୂର କରିବା ନିମନ୍ତେ ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ଷ୍ଟ୍ରିଟ୍‌ ଲାଇଟ ଲଗାଯିବା…

ମା’ ତାରାତାରିଣୀଙ୍କ ହୁଣ୍ଡିରୁ ମିଳିଲା କୁନି ପୁଅର ଚିଠି; ଦୁଃଖ ଶୁଣିବାକୁ ମା’ଙ୍କ ପାଖେ ଆକୁଳ ନିବେଦନ

ପୁରୁଷୋତ୍ତମପୁର,୮।୨(ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ହୁଣ୍ଡିରୁ ମିଳିଥିବା ଏକ ଚିଠି ଏବେ ଶ୍ରଦ୍ଧାଳୁଙ୍କ ମନକୁ ଆନ୍ଦୋଳିତ କରିଛି। ଜଣେ କୁନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri