Posted inରାଜ୍ୟ

ରାଜ୍ୟରେ ବଢ଼ିଲା ତାତି; ଚଳିତ ବର୍ଷ ପ୍ରଥମ ଥର ୪୦ ଡିଗ୍ରୀ ପାର କଲା ତାପମାତ୍ରା

ଭୁବନେଶ୍ୱର,୧୨।୩: ମାର୍ଚ୍ଚ ମାସ ଅଧା ନହେଉଣୁ ଓଡ଼ିଶାରେ କଲବଲ କଲାଣି ଖରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିଛି। ପଶ୍ଚିମ ଓଡ଼ିଶାର ଶିଳ୍ପ ସହର ଝାରସୁଗୁଡ଼ା ଏବେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଚଳିତ ସିଜନରେ ପ୍ରଥମ ଥର ପାଇଁ ରାଜ୍ୟର ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି। ୪୦.୮ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ତାପମାତ୍ରା ୩୯.୨ ଡିଗ୍ରୀ ରହିଛି।

ସେହିପରି ସମ୍ବଲପୁର ଓ ସୁନ୍ଦରଗଡ଼ରେ ପାରଦ ୩୯ ଡିଗ୍ରୀ ଛୁଇଁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୩୮.୬ ଡିଗ୍ରୀ ଏବଂ କଟକରେ ୩୫.୬ ଡିଗ୍ରୀ ତାପମାତ୍ରା ଅନୁଭୂତ ହୋଇଛି।

ରାଜ୍ୟର ପ୍ରାୟ ୨୫ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପାରଦ ଆହୁରି ୨ ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତଳାରେ ଭୟାବହ ଅଗ୍ନିକାଣ୍ଡ: ଗ୍ୟାସ ଟାଙ୍କି ଫାଟି ଜଳିଗଲା ୧୦ ଦୋକାନ, ୫ ଦମକଳ ଗାଡ଼ି…

ବନ୍ତଳା, ୧୨।୩(ସୁଶିତ ସାହୁ): ଅନୁଗୋଳ ଜିଲା ଶଙ୍ଖପୁର ମଦନମୋହନ ଛକସ୍ଥିତ ବନ୍ତଳା ବଜାରରେ ଗୁରୁବାର ଅପରାହ୍ନରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ଟାଙ୍କି ବିସ୍ଫୋରଣ ଯୋଗୁ…

ବିବାହର ପରେ ରଶ୍ମିକାଙ୍କ ପୁରୁଣା ପ୍ରେମକୁ ନେଇ ବିବାଦ: ଚେତାବନୀ ଦେଲେ ଅଭିନେତ୍ରୀ

ହାଇଦ୍ରାବାଦ,୧୨।୩: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହର କିଛି ଦିନ ପରେ ଏକ ପୁରୁଣା ଅଡିଓ କ୍ଲିପ୍‌କୁ ନେଇ ସୋସିଆଲ ମିଡିଆରେ ହଟଚମଟ ସୃଷ୍ଟି ହୋଇଛି।…

ଶ୍ୱଶୁର ଘରେ ଜ୍ୱାଇଁଙ୍କ ରହସ୍ୟମୟ ମୃତ୍ୟୁ: ସ୍ତ୍ରୀଙ୍କ ଉପସ୍ଥିତିକୁ ନେଇ ବଢୁଛି ସନ୍ଦେହ, ହତ୍ୟା ନା ଆତ୍ମହତ୍ୟା…

ଥୁଆମୂଳ ରାମପୁର,୧୨।୩: ଶ୍ୱଶୁର ଘରେ ଜ୍ୱାଇଁଙ୍କ ମୃତ୍ୟୁକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ବଢ଼ିବା ସହ ସନ୍ଦେହ ପ୍ରକାଶ ପାଇଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର…

ତଣ୍ଟି କାଟି ମହିଳାଙ୍କୁ ବିଭତ୍ସ ହତ୍ୟା ଘଟଣା, ପ୍ରେମିକାକୁ ହତ୍ୟା ପରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ପ୍ରେମିକ

ବାଲେଶ୍ୱର,୧୨ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅର୍ନ୍ତଗତ ଫକୀରମୋହନ ନଗରରେ ଜଣେ ମହିଳାଙ୍କ ତଣ୍ଟି କାଟି ବିଭତ୍ସ ହତ୍ୟା ଘଟଣାର ପର୍ଦ୍ଦାଫାଶ ହୋଇଛି । ପୁରୁଷବନ୍ଧୁ ଜଣକ…

ଜମିବାଡ଼ି ବିବାଦକୁ ନେଇ ହତ୍ୟା ମାମଲା, ୨ ଦୋଷୀଙ୍କୁ ଆଜୀବନ ଜେଲ୍‌

ବଲାଙ୍ଗୀର,୧୨ା୩(ସୁନିଲ କୁମାର ମହାନ୍ତି): ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡ ମାମଲାର ରାୟ ଆଜି ପ୍ରକାଶ ପାଇଛି । ଅତିରିକ୍ତ ଜିଲା ଦୌରାଜଜ୍ (ଦ୍ୱିତୀୟ) ଏହି ମାମଲାର ବିଚାର…

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପ୍ରଭାବ, କୋରାପୁଟରେ ପେଟ୍ରୋଲ ଆଗରେ ଗ୍ରାହକଙ୍କ ଲମ୍ବା ଧାଡ଼ି

କୋରାପୁଟ,୧୨ା୩( ଅମିତାଭ ବେହେରା ): ମଧ୍ୟପ୍ରାଚ୍ୟ ଅଞ୍ଚଳରେ ଚାଲୁଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ଇନ୍ଧନ ଯୋଗାଣ ଉପରେ ପ୍ରଭାବ ପଡିପାରେ ବୋଲି ଆଶଙ୍କାରେ ରହିଛନ୍ତି ଲୋକେ ।…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ଓଡ଼ିଶାରେ ସରିଯିବ କି ଗ୍ୟାସ? ଜାଣନ୍ତୁ କ’ଣ କହିଲେ ବିଧାୟକ

ଭୁବନେଶ୍ୱର,୧୨।୩: ସାଧାରଣ ଖାଉଟୀଙ୍କ ରୋଷେଇ ଘରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ସିଧା ଅଭାବ ପଡିଛି। ଏଲପିଜି ସିଲିଣ୍ଡରର ଅଭାବ ପାଇଁ ଅଚଳାବସ୍ଥା ସୃଷ୍ଟି ହେଲାଣି। ଯୁଦ୍ଧ ପ୍ରଭାବରୁ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri