Posted inଖେଳ

ଦିବାରାତ୍ର ଓ୍ବାର୍ମଅପ୍‌ ମ୍ୟାଚ: ହନୁମା, ପନ୍ତଙ୍କ ଶତକ

ସିଡ୍‌ନୀ, ୧୩।୧୨- ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଶତକ ହାସଲ କରି ନିଜ ଦାବିକୁ ମଜଭୁତ କରିଛନ୍ତି ଭାରତର ହନୁମା ବିହାରୀ ଓ ରିଷଭ ପନ୍ତ। ଉଭୟଙ୍କ ଅପରାଜିତ ଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ଦିବାରାତ୍ର ଓ୍ବାର୍ମଅପ୍‌ ଗେମ୍‌ରେ ନିଜର ସ୍ଥିତିକୁ ଦୃଢ଼ କରିଛି। ଦ୍ୱିତୀୟ ଦିବସ ଶେଷସୁଦ୍ଧା ଭାରତ ଏହାର ଦ୍ୱିତୀୟ ଇନିଂସରେ ୪ ଉଇକେଟ ହରାଇ ୩୮୬ ରନ ସଂଗ୍ରହ କରିଛି। ଫଳରେ ଅଷ୍ଟ୍ରେଲିଆ ‘ଏ’ ଠାରୁ ଦଳ ୪୭୨ ରନରେ ଅଗ୍ରଣୀଲାଭ କରିଛି।
ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ କେବଳ ପୃଥ୍ବୀ ଶ’(୩)ଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ଭଲ ଖେଳିଥିଲେ। ଟପ୍‌ ଅର୍ଡରରେ ମୟଙ୍କ ଅଗ୍ରଓ୍ବାଲ ୬୧ (୧୨୦ ବଲ, ୪ ଚୌକା, ୨ ଛକା) ଓ ଶୁବମନ ଗିଲ ୬୫ (୬୮ ବଲ, ୧୦ ଚୌକା) କରି ପ୍ଲାଟ୍‌ଫର୍ମ ପ୍ରସ୍ତୁତ କରିଥିଲେ। ପୃଥ୍ବୀ ଆଉଟ ହେବାପରେ ସୁଯୋଗର ଭରପୂର ସଦ୍‌ବ୍ୟବହାର କରିଥିଲେ ଗିଲ୍‌। ତେବେ ଓପନିଂ ସ୍ଲଟ୍‌ ପାଇଁ ଅନ୍ୟତମ ଦାବିଦାର ଥିବା ୨୧ ବର୍ଷୀୟ ଗିଲ୍‌ ଦୁର୍ଭାଗ୍ୟଜନକଭାବେ ଅମ୍ପାୟରଙ୍କ ଦ୍ୱାରା ଆଉଟ ନିଷ୍ପତ୍ତିର ଶିକାର ହୋଇଥିଲେ। ଲେଗ୍‌ ସ୍ପିନର ମିଚେଲ ସ୍ବେପସନ ଦ୍ରୁତ ବେଗରେ ଏକ ବଲ୍‌ ପକାଇଥିବାବେଳେ ଗିଲ୍‌ ଏହାକୁ ଫ୍ଲିକ୍‌ କରିବାକୁ ଯାଇ ମିସ୍‌ କରିଥିଲେ। ବଲ୍‌ଟି ପ୍ରଥମ ସ୍ଲିପ୍‌କୁ ଯାଇଥିବାବେଳେ ସିଅନ ଆବୋଟ ଡାଇଭ୍‌ ମାରି କ୍ୟାଚ ଧରିଥିଲେ। ସ୍ବେପସନ ଏଲବିଡବ୍‌ଲ୍ୟୁ ଅପିଲ୍‌ କରିଥିଲେ। ମାତ୍ର ଅମ୍ପାୟର କ୍ୟାଚ ଆଉଟ ନିଷ୍ପତ୍ତି ନେଇ ଅଙ୍ଗୁଳି ଉଠାଇଥିଲେ। ପ୍ରାକ୍ଟିସ ଗେମ୍‌ରେ ଡିଆରଏସ୍‌ ଓ ସ୍ନିକୋମିଟର ବ୍ୟବହାର ନ ଥିବାରୁ ଗିଲ୍‌ ଅମ୍ପାୟରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍‌ କରିପାରି ନ ଥିଲେ। ଫଳରେ ସେ ଡ୍ରେସିଂରୁମ୍‌ ଆଡ଼କୁ ମୁହାଁଇଥିଲେ। ମିଡିଲ ଅର୍ଡରରେ ହନୁମା ଓ ପନ୍ତ ଆକର୍ଷଣୀୟ ବ୍ୟାଟିଂ କରିଥିଲେ। ହନୁମା ନିଜ ସ୍ବାଭାବିକ ବ୍ୟାଟିଂ ଜାରି ରଖି ୧୯୪ ବଲ୍‌ରୁ ୧୩ ଚୌକା ସହାୟତାରେ ୧୦୪ ରନ କରି ଅପରାଜିତ ରହିଥିଲେ। ପନ୍ତ କିନ୍ତୁ ଖେଳିଥିଲେ ଦ୍ରୁତ ଇନିଂସ। ଶେଷ ଓଭର ପୂର୍ବ ଅର୍ଥାତ୍‌ ୮୯ ଓଭର ବେଳକୁ ସେ ୮୧ ରନ କରି ଶତକଠାରୁ ୧୯ ରନ ଦୂରରେ ରହିଥିଲେ। ଜ୍ୟାକ ଓ୍ବିଲ୍ଡରମୁଥ୍‌ ଶେଷ ଓଭର ବୋଲିଂ କରିଥିଲେ। ପନ୍ତ ପ୍ରଥମ ବଲ୍‌ରେ କୌଣସି ରନ ନେଇପାରି ନ ଥିବାବେଳେ ପରବର୍ତ୍ତୀ ୫ ବଲ୍‌ରେ ଯଥାକ୍ରମେ ୪, ୪, ୬, ୪, ୪ ରନ ସଂଗ୍ରହ କରି ଶତକ ପୂରଣ କରିଥିଲେ। ଖେଳ ଶେଷ ବେଳକୁ ସେ ୭୩ ବଲ୍‌ରୁ ୯ ଚୌକା ଓ ୬ ଛକା ସହାୟତାରେ ୧୦୩ ରନ କରି ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଜିଙ୍କ୍ୟ ରାହାନେ ୭୧ ବଲ୍‌ରୁ ୩୮ ରନ ସ୍କୋର କରିଥିଲେ। ଅଷ୍ଟ୍ରେଲିଆ ‘ଏ’ ବୋଲରଙ୍କ ମଧ୍ୟରେ ମାକ୍ର ଷ୍ଟେକେଟି ୨ଟି ଏବଂ ଓ୍ବିଲ୍ଡରମୁଥ ଓ ମିଚେଲ ସ୍ବେପସନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଭାରତ ଏହାର ପ୍ରଥମ ଇନିଂସରେ ୧୯୪ ରନ କରିଥିବାବେଳେ ଅଷ୍ଟ୍ରେଲିଆ ‘ଏ’ ଇନିଂସ ୧୦୮ ରନରେ ସୀମିତ ରହିଥିଲା।
ପୁକୋଭସ୍କି, ଗ୍ରୀନ୍‌ଙ୍କ ପରେ କନ୍‌ଓ୍ବେ
ଅଷ୍ଟ୍ରେଲିଆ କ୍ରିକେଟରେ ଆହତ ସମସ୍ୟା ବଢ଼ିବାରେ ଲାଗିଛି। ଓ୍ବିଲ୍‌ ପୁକୋଭସ୍କି ଏବଂ କାମେରନ ଗ୍ରୀନ୍‌ଙ୍କ ପରେ ଏବେ ହ୍ୟାରୀ କନ୍‌ଓ୍ବେ କନ୍‌କସନ ଜନିଜ ଆହତ ତାଲିକାରେ ସାମିଲ ହୋଇଛନ୍ତି। ୧୧ ନମ୍ବର ବ୍ୟାଟ୍ସମ୍ୟାନଭାବେ ପ୍ରଥମ ଦିବସରେ ବ୍ୟାଟିଂ କରୁଥିବାବେଳେ କନ୍‌ଓ୍ବେଙ୍କ ହେଲ୍‌ମେଟରେ ବଲ୍‌ ବାଜିଥିଲା। ପଡ଼ିଆରେ ମେଡିକାଲ ଟିମ୍‌ ପରୀକ୍ଷା କରିବା ସମୟରେ ଅସୁସ୍ଥର କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ମାତ୍ର ଅଷ୍ଟ୍ରେଲିଆ ‘ଏ’ ପ୍ରଥମ ଇନିଂସ ଶେଷ ହେବାପରେ ତାଙ୍କୁ ଆଉଥରେ ପରୀକ୍ଷା କରାଯିବା ସମୟରେ ସେ ଅସୁସ୍ଥ ଅନୁଭବ କରୁଥିବା ଜଣାଯାଇଥିଲା। ଫଳରେ ସେ ଓ୍ବାର୍ମଅପ୍‌ ଗେମ୍‌ର ଦ୍ୱିତୀୟ ଏବଂ ତୃତୀୟ ଦିବସ ଖେଳରୁ ଓହରି ଯାଇଥିଲେ। କନ୍‌କସନ ନିୟମରେ ତାଙ୍କ ବଦଳ ଖେଳାଳିଭାବେ ମାର୍କ ଷ୍ଟେକେଟିଙ୍କୁ ଅଷ୍ଟ୍ରେଲିଆ ‘ଏ’ ଦଳରେ ସାମିଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ୟୁଏଇକୁ ହରାଇ ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri