୧୧ ଶହ କୋଟି ବେଟିଂ ମାମଲାରେ ଜଣେ ଗିରଫ

ହାଇଦ୍ରାବାଦ: ଚାଇନା ବେଟିଂ ଆପ୍‌ ଦ୍ୱାରା ୧,୧୦୦ କୋଟି ଟଙ୍କାର ବେଟିଂ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଗୁଜରାଟର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ଗୁଜରାଟ ଭାବନଗରର ୨୬ ବର୍ଷୀୟ ନାଇଜର କୋଠାରୀ। ସେ ଏକ ଟେକ୍ନୋଲୋଜୀ କମ୍ପାନୀରେ କାମ କରୁଥିଲେ। କୋଠାରୀ ୧୪ କୋଟି ଟଙ୍କାର ନେଣଦେଣ କରିଥିବା ଜଣାପଡିଛି। ବେଆଇନ ଅର୍ଥ କାରବାର ନିରୋଧି ଆଇନ(ପିଏମ୍‌ଏଲ୍‌ଏ) ଅଧିନରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ଲକଚେନ୍‌ ଭିତ୍ତିକ କ୍ରିପ୍ଟୋ କରେନ୍ସି ୟୁଏସ୍‌ଡିଟି ଦ୍ୱାରା ଚାଇନା କମ୍ପାନୀରୁ ବିଦେଶକୁ ଅର୍ଥ ରାଶି ପ୍ରେରଣ କରାଯାଉଥିଲା। ଡିସେମ୍ବର ୨୨ ଯାଏ ଇଡି କୋଠାରୀଙ୍କୁ ରିମାଣ୍ଡରେ ନେବା ଲାଗି ପିଏମ୍‌ଏଲ୍‌ଏ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଏହି ମାମଲାରେ ହାଓଲା କାରବାର ମଧ୍ୟ ହୋଇଥିବା ଇଡି ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଡିପି ୯% ରହିବ: କେୟାର ରେଟିଂ

ଭୁବନେଶ୍ୱର: କରୋନା ମହାମାରୀର ୨ୟ ଲହର ଭାରତ ବଜାର ଉପରେ ଗଭୀର ପ୍ରଭାବ ପକାଇଛି। ସଂକ୍ରମଣକୁ ରୋକିବା ପାଇଁ ଦେଶ ମଧ୍ୟରେ ଲକ୍‌ଡାଉନ ଓ ଶଟ୍‌ଡାଉନ...

‘ଷ୍ଟାର୍ଟଅପ୍‌ କରୁଥିବା ବ୍ୟକ୍ତି ହୋଇ ପାରିବେ ଧୀରୁଭାଇ ଅମ୍ବାନୀ’

ନୂଆଦିଲ୍ଲୀ, ୨୫-୨: ଛୋଟ ଛୋଟ ବ୍ୟବସାୟ କରୁଥିବା ବ୍ୟକ୍ତି ବିଶେଷ ଦିନରେ ବହୁତ ବଡ ହେବାର ସମ୍ଭାବନା ରହିଛି। ଦେଶରେ ଷ୍ଟାର୍ଟ ଅପ୍‌ କରୁଥିବା ବ୍ୟକ୍ତି...

ଟୁଇଟର ଡିଲ୍‌ରେ ନୂଆ ପ୍ରତିବନ୍ଧକ, ଏଲୋନ ମସ୍କଙ୍କ ବିରୋଧରେ ମାମଲା, ୨୦୨୫ ପର୍ଯ୍ୟନ୍ତ ରୋକ ଦାବି …

ଓ୍ବାଶିଂଟନ୍‌, ୭।୫ : ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର କ୍ରୟ ଘୋଷଣା କରିଥିବା ଏଲୋନ ମସ୍କଙ୍କ ଅସୁବିଧା ବଢ଼ିବାରେ ଲାଗିଛି। ଫ୍ଲୋରିଡା ପେନ୍‌ସନ ଫଣ୍ଡ୍‌ ଏହି...

୩ଗୁଣା ବଢ଼ିଛି ନୂଆ ନିଯୁକ୍ତି:ଇପିଏଫ୍‌ଓ

ନୂଆଦିଲ୍ଲୀ,୨୧ା୪: ଫେବୃୟାରୀରେ ସଂଗଠିତ କ୍ଷେତ୍ରରେ ନିଯୁକ୍ତି ସୃଷ୍ଟି ବର୍ଷକର ଏହି ମାସ ତୁଳନାରେ ୩ ଗୁଣ ବୃଦ୍ଧି ପାଇ ୮.୬୧ ଲକ୍ଷରେ ପହଁଚିଯାଇଛି । କର୍ମଚାରୀ ଭବିଷ୍ୟନିଧି...

କମିଲା ୩୯ ଔଷଧ ଦର

ଭୁବନେଶ୍ୱର,୫।୯: ନ୍ୟାଶନାଲ ଲିଷ୍ଟ ଅଫ୍‌ ଏସେନସିଆଲ ମେଡିସିନ୍‌(ଏନ୍‌ଏଲ୍‌ଇଏମ୍‌) କୁ ସଂଶୋଧନକରି କେନ୍ଦ୍ର ସରକାର ୩୯ଟି ଗୁରୁତ୍ୱର ଔଷଧ ମୂଲ୍ୟ ହ୍ରାସ କରିଛନ୍ତି। ଏହି କ୍ରମରେ କର୍କଟ...

ଆସିପାରେ ଲକ୍ଷେ କୋଟିର ଆଉ ଏକ ପ୍ୟାକେଜ

ନୂଆଦିଲ୍ଲୀ,୧୦।୪: ସରକାର ଆଗାମୀ ଦିନରେ ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ଆଣିବା ନେଇ ସମ୍ଭାବନା ରହିଛି। ଏହି ପ୍ୟାଜେକ ୧ ଲକ୍ଷ କୋଟି ଟଙ୍କାର ହେବା ନେଇ...

ବକେୟା ସ୍ପେକ୍ଟ୍ରମ ଫି ଦେବାରେ ଆର୍‌କମ୍‌ ପୁଣି ବିଫଳ

ନୂଆଦିଲ୍ଲୀ,୨୮-୪: ରିଲାଏନ୍ସ କମ୍ୟୁନିକେଶନ(ଆର୍‌କମ୍‌) ପୁଣି ଥରେ ଟେଲିକମ୍‌ ବିଭାଗ(ଡିଓଟି)କୁ ବକେୟା ୪୯୨ କୋଟି ଟଙ୍କା ଫି ଦେବାରେ ବିଫଳ ହୋଇଛି। ଜଣେ  ଅଧିକାରୀ ଏ ସମ୍ପର୍କରେ...

ବଜାରରେ ମୋଦି ରାଖୀ

ନୂଆଦିଲ୍ଲୀ,୨୨।୭: ଚାଇନା ସେନା ଆକ୍ରମଣରେ ଭାରତର ୨୦ ଯବାନ ଶହୀଦ ହେବା ପରେ ଭାରତରେ ଚାଇନା ସାମଗ୍ରୀ ବର୍ଜନ ଅଭିଯାନ ଜୋର୍‌ଦାର ହୋଇଛି। ଚଳିତ ବର୍ଷ...

Advertisement
Archives

Model This Week