Posted inଖେଳ

ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଭୟଭୀତ ଓ୍ବାର୍ନର, ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୩।୬: ଅଷ୍ଟ୍ରେଲିୟ କ୍ରିକେଟର ଡେଭିଡ ୱାର୍ନର ଭାରତକୁ ଭଲ ପାଆନ୍ତି। କିନ୍ତୁ ଗୁରୁବାର ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ସେ ବେଶ ମର୍ମାହତ ହୋଇଛନ୍ତି। ଏହି ଘଟଣା ପରେ ସେ ଏକ ବଡ଼ ନିଷ୍ପତ୍ତି ନେଉଛନ୍ତି। ସେଇଟି ହେଲା ସେ ଆଉ କେବେ ଏହି ବିମାନରେ ଯାତ୍ରା କରିବେ ନାହିଁ। ଜୁନ ୧୨ରେ ଅହମ୍ମଦାବାଦରେ ଘଟିଥିବା ହୃଦୟବିଦାରକ ଘଟଣା ନୁହେଁ, ବରଂ ଏହା ପଛରେ ଥିବା ବାସ୍ତବତା ମଧ୍ୟ ତାଙ୍କୁ ଏହି ନିଷ୍ପତ୍ତି ନେବାକୁ ବାଧ୍ୟ କରିଛି ବୋଲି ଓ୍ବାର୍ନର କହିଛନ୍ତି। ୱାର୍ନର ନିଜେ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏହି ସମସ୍ତ କଥା ଉଲ୍ଲେଖ କରିଛନ୍ତି।

ଅଷ୍ଟ୍ରେଲିଆର ପୂର୍ବତନ ବାମହାତୀ ଓପନର ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅହମ୍ମଦାବାଦ ବିମାନ ଦୁର୍ଘଟଣା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ପ୍ରଥମେ ସେ ସମଗ୍ର ଘଟଣାକୁ ଦୁଃଖଦ କହିଛନ୍ତି। ତା’ପରେ ସେ କହିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ ଥିଲା ସମଗ୍ର ପରିବାର ସହ ଏୟାର ଇଣ୍ଡିଆରେ ଯାତ୍ରା କରିବାକୁ। କିନ୍ତୁ ଏବେ ନୁହେଁ। ସେ କହିଛନ୍ତି ଯେ ସେ ଆଉ କେବେ ଏୟାର ଇଣ୍ଡିଆରେ ଯାତ୍ରା କରିବେ ନାହିଁ। ଏହି ବୟାନର କାରଣ ହେଉଛି ଏୟାର ଇଣ୍ଡିଆର ପୂର୍ବତନ କ୍ରୁ ସଦସ୍ୟଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ, ଯେଉଁଥିରେ ସେ ତ୍ରୁଟିପୂର୍ଣ୍ଣ ବିମାନର ନିରନ୍ତର ବ୍ୟବହାର ବିଷୟରେ ଉଲ୍ଲେଖ କରିଥିଲେ।

ୱାର୍ନର ଆଉ ଏକ ଷ୍ଟୋରୀ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ଆଉ ଏକ ବୋଇଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ନିରୀହ ଲୋକଙ୍କ ଜୀବନ ସହିତ ଏହିପରି ଖେଳି ଲାଭ ଅର୍ଜନ କରିବା ଅତ୍ୟନ୍ତ ଲଜ୍ଜାଜନକ।


ସୂଚନାଯୋଗ୍ୟ, ଓ୍ବାର୍ନର ୧୫ ବର୍ଷ ଧରି ଅଷ୍ଟ୍ରେଲିଆ ପାଇଁ କ୍ରିକେଟ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ୧୧୨ଟି ଦିନିକିଆ, ୧୬୨ଟି ଟେଷ୍ଟ ଏବଂ ୧୧୦ଟି ଟି-୨୦ ମ୍ୟାଚ ଖେଳିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟରେ ଏହି ତିନୋଟି ଫର୍ମାଟରେ ମିଳିତ ଭାବରେ ୧୮୦୦୦ରୁ ଅଧିକ ରନ କରିଛନ୍ତି। ଏହି ଅଷ୍ଟ୍ରେଲୀୟ ଓପନିଂ ବ୍ୟାଟସମ୍ୟାନ ଅନ୍ତର୍ଜାତୀୟ କ୍ରିକେଟରେ ୪୯ଟି ଶତକ କରିଛନ୍ତି, ଯାହା ମଧ୍ୟରୁ ସର୍ବାଧିକ ୨୬ଟି ଟେଷ୍ଟରେ, ୨୨ଟି ଦିନିକିଆରେ ଏବଂ ୧ଟି ଶତକ ଟି-୨୦ରେ ରେକର୍ଡ କରାଯାଇଛି।
ଓ୍ବାର୍ନରଙ୍କ ନାମ ଆଇପିଏଲ୍‌ରେ ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ମଧ୍ୟ ସାମିଲ ହୋଇଛି। ସେ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ସର୍ବାଧିକ ରନ ସ୍କୋର କରିଥିବା ବିଦେଶୀ ଖେଳାଳି। ସେ ୧୮୪ଟି ଆଇପିଏଲ୍‌ ମ୍ୟାଚରେ ୬୫୬୫ ରନ୍‌ କରିଛନ୍ତି, ଯେଉଁଥିରେ ତାଙ୍କର ସର୍ବୋତ୍ତମ ସ୍କୋର ୧୨୬ ରନ।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ଭାରତୀୟଙ୍କ ଭଲପାଇବା ଆଗରେ ନତମସ୍ତକ ଇରାନ: କହିଲା- ‘Thank You India, ଆଉ ସାହାଯ୍ୟ ଦରକାର ନାହିଁ’

ନୂଆଦିଲ୍ଲୀ,୧୧।୪: “ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ” – ଏହି କଥାକୁ ପୁଣିଥରେ ପ୍ରମାଣିତ କରିଛନ୍ତି ଭାରତବାସୀ। ଆମେରିକା ଏବଂ ଇସ୍ରାଏଲ ସହ ଜାରି ରହିଥିବା…

କୁକୁର କାମୁଡ଼ା ଗାଈ କ୍ଷୀର ପିଇ ଗ୍ରାମବାସୀ ଆତଙ୍କିତ

ଉମରକୋଟ,୧୧।୪ (ସନ୍ତୋଷ ଶତପଥୀ): କୁକୁର କାମୁଡ଼ିଥିବା ଏକ ଗାଈ କ୍ଷୀର ପିଇବା ପରେ ଜଳାତଙ୍କ ରୋଗ ବ୍ୟାପିବା ଆଶଙ୍କାରେ ଗ୍ରାମବାସୀ ଆତଙ୍କିତ ହୋଇପଡ଼ିଛନ୍ତି। କୁକୁର କାମୁଡ଼ା ଗାଈର…

ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅଟକିଲା ଆମ୍ବୁଲାନ୍ସ: ସାଇରନ୍‌ ବାଜୁଥିଲେ ବି ଛାଡ଼ିଲେନି ପୋଲିସ, ସାଧାରଣରେ ଅସନ୍ତୋଷ…

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ଦୁଇଟି ଆମ୍ବୁଲାନ୍ସ ଅଟକି ରହିବା ଘଟଣା ଏବେ…

ମର୍ମନ୍ତୁଦ ଦୁର୍ଘଟଣା: ଚାଲିଗଲା ୧୦ଜୀବନ

କଟିହାର,୧୧ା୪: ବିହାରର କଟିହାର ଜିଲାରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବସ୍‌, ଟ୍ରକ୍‌ ଏବଂ ପିକ୍‌ଅପ୍‌ ମଧ୍ୟରେ ଧକ୍କା ହୋଇ ୧୦ଜଣଙ୍କ ମୃତ୍ୟୁ ଘଟିଥିବା…

ପ୍ରସିଦ୍ଧ ଗାୟିକା ଆଶା ଭୋସଲେଙ୍କୁ ହୃଦ୍‌ଘାତ: ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କୁ ନେଇ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଶନିବାର ସାରେ ତାଙ୍କୁ ହୃଦଘାତ (Heart Attack)…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri