ୱାର୍ଣ୍ଣରଙ୍କ ବିସ୍ଫୋରକ ବ୍ୟାଟିଂ: ପଞ୍ଜାବ କିଙ୍ଗସର ଶୋଚନୀୟ ପରାଜୟ

ମୁମ୍ବାଇ,୨୦।୪: ଆଇପିଏଲ ୨୦୨୨ର ୩୨ତମ ମ୍ୟାଚରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ (ଡିସିି) ୯ ଉଇକେଟ୍‌ରେ ପଞ୍ଜାବ କିଙ୍ଗସକୁ କରିଛି। ୧୧୬ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୫୭ ବଲ୍ ବାକି ଥାଇ ଦିଲ୍ଲୀ ମାତ୍ର ଗୋଟିଏ ଉଇକେଟ୍‌ ହରାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା। ଦଳ ପକ୍ଷରୁ ଡେଭିଡ ୱାର୍ଣ୍ଣର ୬୦(୩୦) ଏବଂ ପୃଥ୍ଵୀ ଶ’ ୪୧( ୨୦) ରନ୍ କରିଛନ୍ତି। ପଞ୍ଜାବ ପକ୍ଷରୁ ଏକମାତ୍ର ଉଇକେଟ ଦୀପକ ଚହର ନେଇଥିଲେ।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ୨୦ ଓଭରରେ ୧୧୫ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଜିତେଶ ଶର୍ମା ସର୍ବାଧିକ ୩୨ ରନ୍‌ର ପାଳି ଖେଳିଥିବାବେଳେ ଅଧିନାୟକ ମୟଙ୍କ ଅଗ୍ରଓ୍ବାଲ ୨୪ ରନ୍‌ କରିଥିଲେ। ସେହିପରି ଶାହାରୁଖ ଖାନ୍‌, ରାହୁଲ ଚହର ଯଥାକ୍ରମେ ୧୨-୧୨ ରନ ସ୍କୋର କରିଥିଲେ। ଏହି ୪ ବ୍ୟାଟ୍ସମ୍ୟାନ୍‌ଙ୍କୁ ଛାଡି ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରି ନ ଥିଲେ। ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ, ଲଳିତ ଯାଦବ, ଅକ୍ଷର ପଟେ, କୂଳଦୀପ ଯାଦବ ୨ଟି ଲେଖାଏ ଉଇକେଟ୍‌ ନେଇଥିବାବେଳେ ମୁସ୍ତାଫିଜୁର ରେହମାନ ଗୋଟିଏ ଉଇକେଟ୍‌ ନେଇଥିଲେ। ମ୍ୟାଚ୍‌ ପୂର୍ବରୁ ଦିଲ୍ଲୀ କ୍ୟାପଟାଲ୍ସ ଦଳର ମାର୍ଶ କରୋନା ଆକ୍ରାନ୍ତ ହେବାପରେ ଆଜିର ମ୍ୟାଚ୍‌ ହେବା ନେଇ ସସ୍‌ପେନ୍ସ ଥିଲା।

Share