ପରବର୍ତ୍ତୀ ମ୍ୟାଚ୍‌ରେ ଖେଳିବେ ଓ୍ବାର୍ନର, ନର୍ଟଜେ

ମୁମ୍ବାଇ,୬।୪: ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ବିପକ୍ଷରେ ଗୁରୁବାର ହେବାକୁ ଥିବା ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନର ଏବଂ ପେସର ଅନରିଚ ନର୍ଟଜେ ଖେଳିବେ। ଏ ନେଇ ଦିଲ୍ଲୀ କ୍ୟାପିଟାଲ ଦଳର ଆସିଷ୍ଟାଣ୍ଟ କୋଚ ଶେନ ଓ୍ବାଟଶନ ବୁଧବାର ସ୍ପଷ୍ଟ କରିଛନ୍ତି।

“ଓ୍ବାର୍ନରଙ୍କ କ୍ୱାରେଣ୍ଟିନ ପିରିୟଡ୍‌ ଶେଷ ହୋଇଛି। ସେ ପରବର୍ତ୍ତୀ ମ୍ୟାଚ୍‌ ଲାଗି ଉପଲବ୍ଧ ଥିବାରୁ ଆମେ ଖୁବ ଉତ୍ସାହିତ। ଆହତ ସମସ୍ୟା ଯୋଗୁ କ୍ରିକେଟ ପଡ଼ିଆରୁ ଦୀର୍ଘ ଦିନ ହେଲା ଦୂରେଇ ରହିଥିବା ନର୍ଟଜେ ଗତ କାଲି ରାତି ତାଙ୍କର ଅନ୍ତିମ ଫିଟ୍‌ନେସ ଟେଷ୍ଟରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ଦୁଇ ଖେଳାଳି ଫେରୁଥିବାରୁ ଦଳୀୟ ଶକ୍ତି ବୃଦ୍ଧି ପାଇବ” ବୋଲି ଓ୍ବାଟଶନ ମ୍ୟାଚ୍‌ ପୂର୍ବରୁ ଆୟୋଜିତ ଭର୍ଚୁଆଲ ଖବରଦାତା ସମ୍ମିଳନୀରେ କହିଛନ୍ତି।

Share