Categories: ଖେଳ

ଭାରତରେ ୱାନ ଡେ ଖେଳୁଥିବା ଡେଭିଡ ମିଲରଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼!

ନୂଆଦିଲ୍ଲୀ,୯ ।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ୱାନ ଡେ ମ୍ୟାଚ ସିରିଜର ଦ୍ୱିତୀୟ ମୁକାବିଲା ରାଞ୍ଚିରେ ରବିବାର ଖେଳାଯାଇଛି । ଏହି ମୁକାବିଲା ପୂର୍ବରୁ ଦକ୍ଷିଣ ଆଫ୍ରିକା ଟିମର ଅନୁଭବି ଖେଳାଳୀ ଡେଭିଡ ମିଲରଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡିଛି । ତାଙ୍କର ଝିଅର ମୃତ୍ୟୁ ଖବର ତାଙ୍କୁ ବଡ ଆଘାତ ଦେଇଛି । ଦକ୍ଷିଣ ଆଫ୍ରିକାରେ ତାଙ୍କ ଝିଅର ମୃତ୍ୟୁ ହୋଇଛି । ମିଲର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଏହି ଖବର ଦେଇଛନ୍ତି ।
ମିଲର ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ଲେଖିଛନ୍ତି, ‘ରିପ୍ ୟୁ ଲିଟଲ ରକଷ୍ଟାର, ଲଭ ୟୁ ଅଲୱେଜ..’ ଏହା ସହ ସେ ହାର୍ଟ ଇମୋଜି ବି ଶୟାର କରିଛନ୍ତି । ଏବେ ପର୍ଯ୍ୟନ୍ତ ଅଫିସିୟାଲି ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ମିଲର ବି କିଛି କହି ନାହାନ୍ତି । ହେଲେ ଭିଡିଓରେ ତାଙ୍କ ଝିଅର କିଛି ଫଟୋ ଦେଖିବାକୁ ମିଳିଛି । ଏମିତିକି ସେ କ୍ରିକେଟ ଖେଳୁଥିବା ବି ଦେଖାଯାଇଛି । ମିଲରଙ୍କ ଏହି ପୋଷ୍ଟକୁ ଦେଖି ବିଶ୍ୱର ବହୁ ଖେଳାଳି ଦୁଃଖ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ତାଙ୍କ ଝିଅ କ୍ୟାନସରରେ ପିଡିତ ଥିବା କୁହାଯାଉଛି ।

Share