ଝାରବନ୍ଧ,୮ା୬(ଦେବେନ୍ଦ୍ର ସାହୁ ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନର୍ଗତ ଡଭା ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଚାଷୀଙ୍କ ଆମରଣ ଅନଶନ ଜାରି ରହିଛି । ଟୋକନ ସମସ୍ୟା ଓ ଜମି କିସମ ପରିବର୍ତ୍ତନ ଦୁଇ ଦଫା ଦାବିନେଇ ଗତ ୧ତାରିଖରୁ ଡଭା ବଜାର ଠାରେ ଧାନ ବସ୍ତା ରଖି ଚାଷୀ ଆମରଣରେ ବସିଛନ୍ତି ।
ହେଲେ ଦୀର୍ଘ ଆଠ ଦିନ ବିତିଯାଇଥିଲେ ମଧ୍ୟ ପ୍ରଶାସନ କୁମ୍ଭ କର୍ଣ୍ଣ ନିଦ୍ରାରେ ଶୋଇ ରହିଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି । ଆମରଣ ଅନଶନରେ ବସିଥିବା ଗୁପତ ସିଦାର, ଜୟନ୍ତ ସାହୁ, ଅରୁଣ କୁମାର, ରମେଶ ପ୍ରଧାନଙ୍କ ଆଜି ସକାଳେ ଆନ୍ଦୋଳନ ସ୍ଥଳରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଡଭା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।