Posted inଜାତୀୟ

ଶାଶୁଙ୍କୁ ଦେବୀ ମାନି ମନ୍ଦିର ନିର୍ମାଣ କଲେ ୧୧ ବୋହୂ

ରାୟପୁର, ୧୯।୧: ଶାଶୁ-ବୋହୂଙ୍କ ମଧ୍ୟରେ ପାଟିତୁଣ୍ଡ ହେବାର ଖବର ଅନେକ ସମୟରେ ଆମେ ଶୁଣିବାକୁ ପାଇଥାଉ। କିନ୍ତୁ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବୋହୂମାନେ ଶାଶୁଙ୍କ ମୃତ୍ୟୁ ପରେ ତାଙ୍କର ପ୍ରତିମା ତିଆରିକରି ପୂଜା କରୁଛନ୍ତି।
ଛତିଶଗଡ଼ର ବିଳାସପୁର ଜିଲାର ରତନପୁରରେ ରହିଛନ୍ତି ଏମିତି ଏକ ପରିବାର। ରତନପୁରର ବିଶ୍ୱ ପ୍ରସିଦ୍ଧ ମହାମାୟୀ ଦେବୀଙ୍କ ମନ୍ଦିର ରହିଛି। ୭୭ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକ ଶିବ ପ୍ରସାଦ ତମ୍ବୋଲିଙ୍କ ପରିବାର ମଧ୍ୟ ଏଠାରେ ରୁହନ୍ତି। ଯାହାକି ଅନ୍ୟ ପରିବାର ପାଇଁ ଏକ ଉଦାହରଣ ପାଲଟିଛି। ଏହି ପରିବାରର ସମୁଦାୟ ସଦସ୍ୟଙ୍କ ସଂଖ୍ୟା ୩୯। ଘରେ ୧୧ଜଣ ବୋହୂ ରହିଛନ୍ତି। ପରିବାରର ସମସ୍ତ ସଦସ୍ୟ ପରସ୍ପରକୁ ପ୍ରେମର ବନ୍ଧନରେ ବାନ୍ଧି ରଖିଥାନ୍ତି। ବୋହୂମାନଙ୍କ ଶାଶୁ ଗୀତା ଦେବୀଙ୍କର ୨୦୧୦ ମସିହାରେ ମୃତ୍ୟୁ ଘଟିଥିଲା। ଗୀତା ଦେବୀ ବୋହୂମାନଙ୍କୁ ବହୁତ ଭଲ ପାଇବା ସହ ସବୁ ପ୍ରକାରର ସ୍ବାଧୀନତା ଦେଇଥିଲେ। ଫଳରେ ଶାଶୁଙ୍କ ମୃତ୍ୟୁପରେ ବୋହୂମାନେ ଦୁଃଖରେ ଭାଙ୍ଗିପଡ଼ିଲେ। ବୋହୂମାନଙ୍କୁ ଏକତାର ପାଠ ପଢ଼ାଉଥିବା ଗୀତା ଦେବୀଙ୍କ ମୃତ୍ୟୁ ପରେ ତାଙ୍କର ସମ୍ମାନ ଏବଂ ମନେ ରଖିବା ପାଇଁ ବୋହୂମାନେ ଏକ ସ୍ବତନ୍ତ୍ର ମନ୍ଦିର ନିର୍ମାଣ କରି ତାଙ୍କର ପୂଜାର୍ଚ୍ଚନା କରୁଛନ୍ତି। ଖାଲି ସେତିକି ନୁହେଁ ପ୍ରତି ମାସ ଏହି ମୂର୍ତ୍ତି ସାମ୍ନାରେ ଭଜନ କିର୍ତ୍ତନ ମଧ୍ୟ ହୋଇଥାଏ। ଗୀତା ଦେବୀଙ୍କ ସବୁ ବୋହୂମାନେ ଉଚ୍ଚ ଶିକ୍ଷିତା। ସମସ୍ତେ ସେମାନଙ୍କ ସ୍ବାମୀଙ୍କୁ ବ୍ୟବସାୟରେ ସାହାଯ୍ୟ ମଧ୍ୟ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri