ହିଞ୍ଜିଳିକାଟୁ,୧୮।୯( ଦ୍ବିତୀକୃଷ୍ଣ ପଣ୍ଡା): ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁଙ୍କୁ ଛୁରିରେ ଆକ୍ରମଣ କରିବା ଅଭିଯୋଗରେ ବୋହୁ ଗିରଫ ହୋଇଛନ୍ତି। ସେ ହେଲେ ଭାରତୀ ସାହୁ। କରୁଣାକର ମାର୍ଗ ଅଞ୍ଚଳରେ ରହୁଥିବା ଜୟନ୍ତୀ ସାହୁଙ୍କ ପରିବାର ମଧ୍ୟରେ ବୁଧବାର ରାତିରେ କୌଣସି କଥାକୁ ନେଇ ଶାଶୁ ଓ ବୋହୁଙ୍କ ମଧ୍ୟରେ କଳହ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବୋହୂ ଭାରତୀ ଏକ ଛୁରିରେ ଶାଶୁ ଜୟନ୍ତୀ (୫୫)ଙ୍କୁ ଆକ୍ରମଣ କରିଥିଲେ।
ଏଥିରେ ଜୟନ୍ତୀଙ୍କ ହାତ, ଗାଲ, ବେକ ଓ ଛାତିରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟ ଓ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ଘଟଣା ନେଇ ଜୟନ୍ତୀଙ୍କ ପୁଅ ତଥା ଭାରତୀଙ୍କ ସ୍ବାମୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତିକରି ପୋଲିସ ନଂ. ୬୬୪/୨୬ରେ ମାମଲା ରୁଜୁ କରି ଭାରତୀଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛି।