Posted inଜାତୀୟ

୫୦ ବର୍ଷରେ ମା’ଙ୍କ ଦ୍ୱିତୀୟ ବିବାହ କରାଇଲେ ଝିଅ, କହିଲେ-ମୁଁ ବହୁତ ଖୁସି

ନୂଆଦିଲ୍ଲୀ,୧୩।୧୨: ଦୁଇ ବର୍ଷର ହୋଇଥିବା ବେଳେ ପିତାଙ୍କୁ ହରାଇଥିଲେ। ହେଲେ ତାଙ୍କ ମା’ କେବେହେଲେ ତାଙ୍କୁ ପିତାର ଅଭାବ ଜାଣିବାକୁ ଦେଇ ନ ଥିଲେ। ଜୀବନରେ ଆଉ ଜଣେ ସାଥୀଙ୍କୁ ନଖୋଜି ସେ ନିଜର ସନ୍ତାନ ହିଁ ସବୁକିଛି ବୋଲି ମାନି ନେଇଥିଲେ। ମାତ୍ର ବଡ଼ ହେବା ପରେ ମା’ଙ୍କ ପାଇଁ ଜୀବନସାଥୀ ଖୋଜି ଖୋଜି ଶେଷରେ ସଫଳ ହୋଇଛି ଝିଅ। ମୂଳତଃ ମେଘାଳୟର ରାଜଧାନୀ ଶିଲୋଂ ବାସିନ୍ଦା ଦେବର୍ତ୍ତୀ ଚକ୍ରବର୍ତ୍ତୀ ଏବଂ ତାଙ୍କ ମା’ ମୌସୁମୀ ଚକ୍ରବର୍ତ୍ତୀଙ୍କ ଏଭଳି କାହାଣୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ୫୦ ବର୍ଷୀୟ ମୌସୁମୀଙ୍କ ବିବାହ କରାଇଛନ୍ତି ଦେବର୍ତ୍ତୀ।

 

ଦେବର୍ତ୍ତୀଙ୍କ ବାପା ଜଣେ ଲୋକପ୍ରିୟ ଡାକ୍ତର ଥିଲେ। ହେଲେ କମ୍‌ ବୟସରେ ବ୍ରେନ୍‌ ହାମ୍‌ରେଜ ହେବା ଯୋଗୁ ତାଙ୍କର ମୃତ୍ୟୁ ଘଟିଥିଲା। ସେତେବେଳେ ଦେବର୍ତ୍ତୀ ୨ ବର୍ଷର ହୋଇଥିବା ବେଳେ ମୌସୁମୀ ୨୫ ବର୍ଷର ଥିଲେ। ମୌସୁମୀ ପେସାରେ ଶିକ୍ଷକ ହୋଇଥିବା ହେତୁ ସେ ତାଙ୍କ ବାପଘରେ ରହୁଥିଲେ। ବିବାହ କରିନେଲେ ଝିଅଙ୍କ ଅବହେଳା ହେବ ଭାବି ସେ ସେଥିପାଇଁ ହଁ କରୁ ନ ଥିଲେ। ହେଲେ ଦେବର୍ତ୍ତୀ ସର୍ବଦା ସେ ବିବାହ କରି ସୁଖରେ ରୁହନ୍ତୁ ବୋଲି ଚାହୁଁଥିଲେ।

ଏବେ ଦେବର୍ତ୍ତୀ ବମ୍ବେରେ ରହୁଛନ୍ତି। ସେ ଟ୍ୟାଲେଣ୍ଟ ମ୍ୟାନେଜର ଭାବେ କାମ କରୁଛନ୍ତି। ପିଲାଟି ବେଳରୁ ସ୍ବପ୍ନ ଥିବା ବେଳେ ସେ ବିବାହ ଲାଗି ମା’ଙ୍କୁ ରାଜି କରାଇଥିଲେ। ପ୍ରଥମେ ବନ୍ଧୁ ପରେ ଜୀବନସାଥୀ ହେବାକୁ ପ୍ରସ୍ତାବ ଦେଇଥିଲେ। ଶେଷରେ ତାହା ହିଁ ହୋଇଛି।

ଚଳିତ ବର୍ଷ ମାର୍ଚ୍ଚରେ ଦେବର୍ତ୍ତୀ ମା’ଙ୍କ ବିବାହ ପଶ୍ଚିମବଙ୍ଗରେ କରାଇଛନ୍ତି। ଉଭୟ ଦମ୍ପତି ୫୦ ବର୍ଷର। ବିବାହ ପରେ ମା’ଙ୍କ ଜୀବନ ବଦଳି ଯାଇଛି। ସେ ଏବେ ଖୁସିରେ ରହୁଛନ୍ତି। ପ୍ରଥମେ ସେ ସାମାନ୍ୟ କଥାରେ ଚିଡ୍‌ଚିଡ୍‌ ହେଉଥିଲେ। ଏବେ କିନ୍ତୁ ତାଙ୍କ ପରିବର୍ତ୍ତନ ଖୁସି ଦେଉଥିବା ଦେବର୍ତ୍ତୀ କହିଛନ୍ତି।

मां-पापा के साथ देबार्ती


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri