ସୂଚନା ଅଧିକାର ଆଇନରେ ତଥ୍ୟ ମିଳୁନି

ରସୁଲପୁର,୨୧ା୧(ଡି.ଏନ.ଏ.): ରସୁଲପୁର ତହସିଲ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ-୨୦୦୫କୁ ଉଲ୍ଲଂଘନ କରାଯାଉଛି। ଏହି ଆଇନକୁ ତହସିଲଦାର ନିରଞ୍ଜନ ସାହୁ ଠିକ ଭାବରେ ଅନୁପାଳନ କରୁନାହାନ୍ତି। ସୂଚନା ଅଧିକାର କର୍ମୀଙ୍କୁ ନିର୍ଦ୍ଧାରିତ ସମୟ ସୀମା ଭିତରେ ସୂଚନା ପ୍ରଦାନ କରୁ ନ ଥିବା ଅଭିଯୋଗ ହେଉଛି। ନିୟମାନୁଯାୟୀ କର୍ମୀ ଜନ ସୂଚନା ଅଧିକାରୀଙ୍କ ତଥ୍ୟ ପ୍ରଦାନରେ ଅବହେଳା କରିଥିବା ଦର୍ଶାଇ ଉପରିସ୍ଥ ଅଧିକାରୀ(ଅପିଲେଟ ଅଥରିଟି)ଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ବି ସୂଚନା ଅଧିକାର କର୍ମୀଙ୍କୁ ତଥ୍ୟ ମିଳି ପାରୁନାହିଁ। ତେଣୁ ଜନ ଶୁଣାଣି ପାଇଁ ଆବେଦନକାରୀଙ୍କୁ ଛୁଟି ଦିନରେ ନୋଟିସ ଜରିଆରେ ତହସିଲରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଉଛି। ଉକ୍ତ ନିର୍ଦ୍ଦେଶ ମୁତାବକ ତହସିଲରେ ହାଜର ହୋଇ କାର୍ଯ୍ୟାଳୟରେ ତାଲା ଝୁଲୁ ଥିବା ଦେଖି ଆବେଦନକାରୀ ନିରାଶ ହୋଇ ଫେରି ଯାଉଛନ୍ତି। ଏଭଳି ଘଟଣା ଘଟିଛି ସୂଚନା ଅଧିକାର କର୍ମୀ ଯାଜପୁର ବ୍ଲକ ଝାଲପଡ଼ା ପଞ୍ଚାୟତର ପ୍ରକାଶ ଚନ୍ଦ୍ର ସାହୁଙ୍କ କ୍ଷେତ୍ରରେ।
ଆବେଦନକାରୀ ସାହୁ ୦୯ ନଭେମ୍ବର,୨୦୨୨ରେ ବ୍ରାହ୍ମଣୀ ନଦୀରେ ସରକାରୀ ଭାବରେ ଲିଜ ଦିଆଯାଇଥିବା ବାଲିଘାଟ ସମ୍ପର୍କରେ ତଥ୍ୟ ହାସଲ ପାଇଁ ଆରଟିଆଇ ଫର୍ମରେ ଆବେଦନ କରିଥିଲେ। ଏହି ନଦୀର ରସୁଲପୁର ତହସିଲ ଅଧୀନରେ କେତୋଟି ବାଲି ଘାଟ ନିଲାମ ଦିଆଯାଇଛି। ଘାଟ ନିଲାମ ଦିଆଯିବାକୁ ନେଇ କ’ଣ ସରକାରୀ ନିୟମ ରହିଛି। କେଉଁ ଘାଟ କେତେ ଟଙ୍କାରେ ଲିଜ୍‌ଧାରୀଙ୍କୁ ଦିଆଯାଇଛି। ନିଲାମ ଅଞ୍ଚଳର ପରିସୀମା ଓ କେଉଁ ଘାଟରୁ କେତେ ବାଲି ଉତ୍ତୋଳନ କରାଯିବ। ଘାଟକୁ ପରିଚାଳନା କରିବାରେ କ’ଣ ସବୁ ବ୍ୟବସ୍ଥା କରାଯିବ। ଲଘୁ ଖଣିଜ ଆଇନକୁ ଅନୁପାଳନ କରାଯାଇ ଘାଟ ଚାଲୁଛି କି ନାହିଁ। ଘାଟରେ ମେଶିନ୍‌ରେ ଲୋଡିଂ, ହାଇୱାରେ ବାଲି ପରିବହନ କରିବାକୁ ନିୟମ ରହିଛି କି ଆଦି ୧୦ରୁ ଊର୍ଦ୍ଧ୍ୱ ବିଷୟରେ ତଥ୍ୟ ହାସଲ ପାଇଁ ଆବେଦନ କରାଯାଇଛି। ଆବେଦନପତ୍ର ଗ୍ରହଣର ୩୦ଦିନ ଭିତରେ ଆବେଦନକାରୀଙ୍କୁ ସୂଚନା ପ୍ରଦାନ କରିବାର ବିଧି ରହିଛି। ଏହି ନିୟମକୁ କାର୍ଯ୍ୟାଳୟ ପକ୍ଷରୁ ଠିକ୍‌ ଭାବରେ ପାଳନ କରା ନ ଯିବାରୁ ଆବେଦନକାରୀ ପ୍ରଥମ ଅଭିଯୋଗ ଗ୍ରହଣକାରୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଆଧାରରେ ଆବେଦନକାରୀ ସାହୁଙ୍କୁ ୧୪ ଜାନୁଆରୀ,୨୦୨୩ରେ ତହସିଲରେ ହାଜର ହେବାକୁ କୁହାଯାଇଥିଲା। ସେହିଦିନ ମକର ସଂକ୍ରାନ୍ତି ଥିବାରୁ ତହସିଲ ଛୁଟି ରହିଥିଲା। ଆବେଦନକାରୀ ତହସିଲକୁ ଆସି ନିରାଶ ହୋଇ ଫେରିଥିଲେ। ଏ ଦିଗରେ ସେ ତହସିଲଦାରଙ୍କ ସହ ଯୋଗାଯୋଗ କରିବାରୁ ଭୁଲରେ ତାରିଖ ଦିଆଯାଇଛି। ପରେ ତାରିଖ ଦିଆଗଲେ ଆସିବ, ଏବେ ଫେରିଯାଅ ବୋଲି କହିଥିଲେ। ତେବେ ତହସିଲ ପକ୍ଷରୁ ଭୁଲରେ ଛୁଟି ଦିନରେ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇ ଥିଲା ନା ଜାଣିଶୁଣି ଆବେଦନାକାରୀଙ୍କୁ ହଇରାଣ କରିବାକୁ ଏଭଳି କରାଯାଇ ଥିଲା ତାକୁ ନେଇ ଅଭିଯୋଗକାରୀଙ୍କ ମନରେ ସନ୍ଦେହଜାତ ହେଉଛି। ଦିନ ଗଡ଼ାଇବା ଆଳରେ ତହସିଲ ପକ୍ଷରୁ ଏଭଳି କରାଯାଉଛି। ବାଲି ମାଫିଆଙ୍କ ସହ ତହଲିସଲଦାରଙ୍କର ଅସାଧୁ ସମ୍ପର୍କ ରହିଥିବାରୁ ତହସିଲ କାର୍ଯ୍ୟାଳୟ ତଥ୍ୟ ଦେବାକୁ ପଛଘୁଞ୍ଚା ଦେଉଛି ବୋଲି ସାଧାରଣରେ ଚର୍ଚ୍ଚା ଆଲୋଚନା ହେଉଛି। ଏ ନେଇ ତହସିଲଦାର ସାହୁଙ୍କୁ ପଚାରିବାରୁ ଭୁଲରେ ଛୁଟି ଦିନରେ ଜନଶୁଣାଣି ପାଇଁ ଆବେଦନକାରୀଙ୍କୁ କାର୍ଯ୍ୟାଳୟକୁ ଡକା ଯାଇଥିବା କଥାକୁ ସ୍ବୀକାର କରିଛନ୍ତି। ମାତ୍ର ସୂଚନା ଅଧିକାର ଆଇନ ଅନୁଯାୟୀ ଆବେଦନକାରୀଙ୍କୁ ତଥ୍ୟ ପ୍ରଦାନ କରାଯାଇ ଥିଲା। ଉକ୍ତ ତଥ୍ୟ ଅସମ୍ପୂର୍ଣ୍ଣ ବୋଲି ଦର୍ଶାଇ ଆବେଦନକାରୀ ପୁଣି ଥରେ ଅଭିଯୋଗ କରିଛନ୍ତି। ତାଙ୍କୁ ଆଉ ଏକ ତାରିଖରେ ଜନଶୁଣାଣିରେ ହାଜର ହେବାକୁ ନୋଟିସ କରାଯିବ ବୋଲି ତହସିଲଦାର ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri