କଲେଜ ଛାତ୍ରୀଙ୍କୁ ଫେଭର ମାଗି ବନ୍ଧା ହେଲେ ଡାଟାଏଣ୍ଟ୍ରି ଅପରେଟର

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ମ. ରାମପୁର ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀଙ୍କୁ ଜଣେ ଡାଟାଏଣ୍ଟ୍ରି ଅପରେଟର ଫେଭର ମାଗି ଗରିଫ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କର୍ଲାମୁଣ୍ଡା ବ୍ଲକ୍‌ ରିଷିଡ଼ା କଲେଜର ଡାଟାଏଣ୍ଟ୍ରି ଅପରେଟର ସୌମ୍ୟରଞ୍ଜନ ତ୍ରିପାଠୀ (ସିଲୁ)।
ସୂଚନାନୁସାରେ ମଦନପୁର ରାମପୁର ଥାନା ରିଷିଡ଼ା ସ୍ଥିତି ଜଗନ୍ନାଥ କୌଶଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଡାଟାଏଣ୍ଟ୍ରି ଅପରେଟର ସୌମ୍ୟରଞ୍ଜନ ଜନୈକା ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ୨୦୨୩ରେ ନାମ ଲେଖାଇଥିବା ସମ୍ପୃକ୍ତ ଛାତ୍ରୀଙ୍କୁ ପରୀକ୍ଷାରେ ଫେଲ୍‌ କରାଇଥିବା ନେଇ ଅଭିଯୋଗ ହେଉଛି। ଏଥି ପୂର୍ବରୁ ଉକ୍ତ ଛାତ୍ରୀଜଣଙ୍କ ଜିଲାପାଳଙ୍କଠାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଉପଜିଲାପାଳ କିଛିଦିନ ତଳେ ଅଭିଯୁକ୍ତଙ୍କୁ ସମତେ କଲେଜ ଅଧ୍ୟକ୍ଷଙ୍କୁ ଡାକି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ପରେ ସ୍ଥିତିର ଗମ୍ଭୀରତାକୁ ଦେଖି ସୌମ୍ୟରଞ୍ଜନ ବେଲଖଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ବଦଳି କରାଯାଇଥିଲା। ତେବେ ବାଲେଶ୍ୱର ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ପରେ ପୁଣିଥରେ ଏହି ଘଟଣାକୁ ନେଇ ପ୍ରଶାସନ ତତ୍ପରତା ପ୍ରକାଶ କରିଛ। ମଙ୍ଗଳବାର ପୋଲିସ ମ.ରାମପୁର ତହସିଲଦାର ଓ ସିଡିପିଓ ଛାତ୍ରୀଙ୍କ ଘରକୁ ଯାଇ ପଚରାଉଚରା କରିଥିଲେ। ଆଜି ମ.ରାମପୁର ପୋଲିସ ବେଲଖଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇ ଅଭିଯୁକ୍ତ ଡାଟାଏଣ୍ଟ୍ରି ଅପରେଟର ସୌମ୍ୟରଞ୍ଜନଙ୍କୁ ଗିରଫ କରିଥିଲେ। ପରେ ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା ପୂର୍ବକ କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଓ ଅଭିଯୋଗକାରୀ ଛାତ୍ରଙ୍କୁ ମ.ରାମପୁର ଥାନାଧିକାରୀ ବୀରବର ଭଗତ ଜିଲା କୋର୍ଟରେ ହାଜର କରିଥିବା ସୂଚନା ମିଳିଛି । ବର୍ତ୍ତମାନ ଘଟଣାଟି ମ.ରାମପୁର ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କରିଦେଲେ ମା’-ବାପା! ଘର ଭିତରୁ ପୋଲିସ…

ପୁରୀ,୨୧ା୬(ଅଜିତ କୁମାର ମହାନ୍ତି): ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ…

ନୂଆପଡ଼ାରେ ସକାଳୁ ସ୍କୁଲ ଆସିବେ ପିଲା

ନୂଆପଡ଼ା,୨୧ା୬(ମକାରୁ ବେମାଲ): ନୂଆପଡ଼ା ଜିଲାରେ ସକାଳୁଆ ସ୍କୁଲ ଅବଧି ବଢ଼ିଛି। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବାକୁ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି। ହିଟ ଓ୍ବେଭ୍‌…

ଇପିଏଫ୍‌ଓ ୩.୦ରେ ବଡ଼ ପରିବର୍ତ୍ତନ! ଆଉ ୭୫% ନୁହେଁ, ଏଣିକି ବିନା କାରଣରେ ବି ଉଠାଇ ପାରିବେ ପୁରା PF ଟଙ୍କା

ନୂଆଦିଲ୍ଲୀ,୨୧।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ସଦସ୍ୟମାନଙ୍କ ପାଇଁ ‘EPFO 3.0’ ଅଧୀନରେ ଅନେକ ସହଜ ଓ ସୁବିଧାଜନକ ନିୟମ ଆଣିବାକୁ ଯାଉଛି। ଏହି…

ଗଞ୍ଜାମ କଲେଜରେ ଅନ୍ତର୍ଜାତୀୟ ଯୋଗ ଦିବସ

ଗଞ୍ଜାମ, ୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ପରିସରରେ ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା। କଲେଜର ଅଧ୍ୟକ୍ଷା ଡ଼. ସ୍ମରଣିକା ହୋତାଙ୍କ ସମେତ ୮୦ରୁ…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

କେସିଙ୍ଗା -ଟିଟିଲାଗଡ ରାସ୍ତା, ତେଲନଦୀ ବ୍ରିଜର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ଭାରୀଯାନ ଚଳାଚଳ ଯୋଗୁ ବ୍ରିଜ୍‌ ଭାଙ୍ଗିବାର…

କେସିଙ୍ଗା,୨୧।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ସିଟିଜେନ ଫୋରମ ପକ୍ଷରୁ କେସିଙ୍ଗା -ଟିଟିଲାଗଡ ରାସ୍ତା ଓ ତେଲନଦୀ ବ୍ରିଜ୍‌କୁ ନେଇ ଏକ ଖବରଦାତା ସମ୍ମିଳନୀ…

ଶରୀରକୁ ସୁସ୍ଥ, ମନକୁ ସନ୍ତୁଳିତ କରେ ଯୋଗ

ରାଇକିଆ,୨୧।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଭିନ୍ନ ସ୍ଥାନରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଶରୀରକୁ ସୁସ୍ଥ ରଖେ। ଏଥିସହିତ…

ବ୍ଲକସ୍ତରୀୟ ସୁଭଦ୍ରା ଶକ୍ତି ସମାବେଶ: ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ବର୍ଦ୍ଧିତ, ଅଙ୍ଗନଓ୍ବାଡି କର୍ମୀଙ୍କୁ ମିଳିଲା ସ୍ମାର୍ଟଫୋନ

ଥୁଆମୂଳ ରାମପୁର,୨୧।୬ (ଦୁର୍ଗା କୀର୍ତ୍ତି): ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ଥୁଆମୂଳ ରାମପୁର ଠାରେ ବ୍ଲକ ସ୍ତରୀୟ ‘ସୁଭଦ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri