ଉଷା ଆପ୍‌ରେ ବସ୍ତି ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ

ବ୍ରହ୍ମପୁର ଅଫିସ,୬ା୧୨: ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ଅଧୀନରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଜାଗା ମିଶନ ଯୋଜନାରେ ପଟ୍ଟା ପ୍ରଦାନ କରାଯିବ। ଏ ନେଇ ବିଏମସି ପକ୍ଷରୁ ଗତ ୧୦ତାରିଖରେ ଡ୍ରୋନ ସର୍ଭେ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ଡ୍ରୋନ ମାଧ୍ୟମରେ ସହରର ୧୬୮ଟି ବସ୍ତିରେ ସର୍ଭେ କାର୍ଯ୍ୟ ସରିଥିବା ବେଳେ ୧୭,୮୬୮ ପରିବାରଙ୍କୁ ଚିହ୍ନଟ କରାଯାଇଛି। ଏହି ପରିବାରଗୁଡିକ ମଧ୍ୟରୁ ଟ୍ଟା ପ୍ରଦାନ ନିମନ୍ତେ ବର୍ତ୍ତମାନ ବିଏମସି ତଥ୍ୟ ସଂଗ୍ରହକାରୀ ଟିମ ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟ ସଂଗ୍ରହ କରାଯିବ। ଏ ନେଇ ସୋମବାର ବିଏମସି ନୂତନ ସମ୍ମିଳନୀ କକ୍ଷରେ ତଥ୍ୟ ସଂଗ୍ରହକାରୀମାନେ ବସ୍ତି ବାସିନ୍ଦାଙ୍କ କିଭଳି ତଥ୍ୟ ସଂଗ୍ରହ କରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ହାଇଦ୍ରାବାଦର ଗାୟତ୍ରୀ ରୁରାଲ ଏଜୁକେସନ ସୋସାଇଟି ନାମକ ଏକ ସଂସ୍ଥାକୁ ଦାୟିତ୍ୱ ଦିଆାଯାଇଛି। ଏହି ସଂସ୍ଥା ଅଧୀନରେ ୪୨ଜଣ ତଥ୍ୟ ସଂଗ୍ରହକାରୀ ବସ୍ତି ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ କରିବେ। ତଥ୍ୟ ସଂଗ୍ରହକାରୀମାନେ ଉଷା (ଅର୍ବାନ ସ୍ଲମ ହାଉସ ହୋଲଡ ଏରିଆ ସର୍ଭେ) ମୋବାଇଲ ଆପ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ତଥ୍ୟ ସଂଗ୍ରହ କରିବେ। ଆପ ମାଧ୍ୟମରେ କିଭଳି ତଥ୍ୟ ସଂଗ୍ରହ କରାଯିବ ସେ ସମ୍ବନ୍ଧରେ ଶିବିରରେ ସୂଚନା ପ୍ରଦାନ କରାଯାଇଥିଲା। ତଥ୍ୟ ସଂଗ୍ରହ ସମୟରେ ବସ୍ତି ବାସିନ୍ଦାଙ୍କ ସହ ଯୁକ୍ତି ନ କରି ସେହି ସ୍ଥାନରେ ରହୁଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରିବେ। ଜାଗା ମାଲିକ ଭଡା ଦେଇ ଅନ୍ୟତ୍ର ରହୁଥିଲେ, ତାଙ୍କ ତଥ୍ୟ ସଂଗ୍ରହ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ଆପରେ ତଥ୍ୟ ସଂଗ୍ରହକାରୀମାନେ ନିଜର ଆଇଡି ଓ ପାସୱାର୍ଡ ମାଧ୍ୟମରେ ଲଗ ଇନ କରି ତଥ୍ୟ ସଂଗ୍ରହ କରିବେ। ଆପ ମାଧ୍ୟମରେ ତଥ୍ୟ ସଂଗ୍ରହ ଦ୍ୱାରା ବହୁ ଯୋଗ୍ୟ ହିତାଧିକାରୀ ପଟ୍ଟା ପାଇପାରିବେ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏବେ ସୁଦ୍ଧା ୨୦ଟି ବସ୍ତି ଚିହ୍ନଟ କରାଯାଇ ରାଜୀବ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ପ୍ରଦାନ କରାଯାଇଛି। ଏଥିସହ ୧୦ଟି ବସ୍ତି ଭଙ୍ଗାଯାଇଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ନାଗେଶ୍ୱର ସୁବୁଦ୍ଧି ସୂଚନା ଦେଇଥିଲେ। ଶିବିରରେ ବିଏମସି କମିଶନର ଜେ.ସୋନାଲ, ଅତିରିକ୍ତ କମିଶନର ନୀଳମାଧବ ଭୋଇ, ଡେପୁଟି କମିଶନର ବିନୋଦ ବେହେରା, ଜାଗା ମିଶନର ରେଭୁନ୍ୟୁ କନସଲଣ୍ଟାଣ୍ଟ୍‌ ଆଲୋକ ରଞ୍ଜନ ସାମନ୍ତରାୟ, ସୁଚିସାନ୍ତ ସାହୁ, ନିକିତା ମିଶ୍ର, ସ୍ପାର୍କ ସଂସ୍ଥା ଏମଡି ଶୁଭଦର୍ଶିନୀ ମିଶ୍ର, ଟାଟା ମେମୋରିଆଲ ଟ୍ରଷ୍ଟର ଟିମ ମୁଖ୍ୟ ଶିଶିର ରଞ୍ଜନ ଦାଶ, ଗ୍ରେସର ପ୍ରୋଜେକ୍ଟ ମ୍ୟାନେଜର ସନ୍ତୋଷ କୁମାରଙ୍କ ସମେତ ନୋଡାଲ ସିଇଓ ଗୀତାଞ୍ଜଳୀ ସାମନ୍ତରାୟ ଓ ସ୍ମିତା ଦାଶ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

ସମ୍ପର୍କରେ ଲାଗିଲା କଳଙ୍କ: ଜ୍ୱାଇଁଙ୍କ ସହ ଶାଶୁ ଫେରାର, ମୋବାଇଲ ଲୋକେସନ ଖୋଲିଦେଲା ସବୁ ଗୁମର

ରାଞ୍ଚି,୪ା୪: ଝାଡ଼ଖଣ୍ଡର ଦୁମକା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଶାଶୁ-ଜ୍ୱାଇଁଙ୍କ ପରି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ସରିଆହାଟ ଥାନା ଅଞ୍ଚଳର ମଥାକେସୋ…

ଭାରତ ପାଇଁ ହେବ ଦ୍ୱିତୀୟ ମଧ୍ୟପ୍ରାଚ୍ୟ! ପ୍ରଚୁର ପରିମାଣରେ ଆସିବ LPG ସହ ପେଟ୍ରୋଲ, ହର୍ମୁଜକୁ ନେଇ ଆଉ ରହିବ ନାହିଁ ଚିନ୍ତା

ଓ୍ବାଶିଂଟନ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ‘ଷ୍ଟ୍ରେଟ ଅଫ ହର୍ମୁଜ’ ପ୍ରଭାବଶାଳୀ ଭାବରେ ଅବରୋଧିତ ରହିଛି। ଇରାନ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକୁ ଏହି ପ୍ରଣାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri