ଧସିଲା ବାଘ ନଦୀ ବିଜୁ ସେତୁ ଗାର୍ଡ ୱାଲ୍‌

ଫିରିଙ୍ଗିଆ ୫ା୯(ବିକ୍ରମ ଦିଗାଲ): ସରକାର ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି କାର୍ଯ୍ୟ କରୁଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ଯନ୍ତ୍ରୀ କି ଠିକାଦାର ମାନଙ୍କ ମନମୁଖୀ କାର୍ଯ୍ୟ ପାଇଁ ଅନେକ ଜାଗାରେ ରାସ୍ତା ଫାଟି ଆଁ କଲାଣି ତ କେଉଁଠି ବର୍ଷାରେ ଗାର୍ଡ ୱାଲ ଭାଙ୍ଗି ପଥର ଖସି ରାସ୍ତା ଧୋଇ ଗଲାଣି । ଏହା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ଡାଙ୍ଗଡ଼ିକିଆ ନିକଟରେ ବାଘ ନଦୀରେ ଗ୍ରାମ୍ୟ ନିର୍ମାଣ ବିଭାଜନ ଫୁଲବାଣୀ ଦ୍ୱାରା ତିଆରି କରାଯାଇଥିବା ପୋଲରେ l ଏହି ପୋଲ ୨୦୨୦ରେ ନିର୍ମାଣ କରାଯାଇଥିବା ବେଳେ ୨୦୨୦ ଡିସେମ୍ବରରେ ଏହାର କାର୍ଯ୍ୟ ସମ୍ପୂର୍ଣ ହୋଇଥିବା ଫଳକରେ ଲେଖା ଅଛି। କିନ୍ତୁ କାର୍ଯ୍ୟର ପ୍ରଥମ ବର୍ଷରୁ ବିଜୁ ସେତୁର ଉଭୟ ପଟ ନିମ୍ନ ମାନର ୱାଲ ଓ ପଥର ପିଚିଂ କରାଯାଇଥିବାରୁ ବର୍ଷାରେ ଧୋଇ ହୋଇ ନଷ୍ଟ ହୋଇଯାଇଛି। ପୂର୍ବରୁ କମ କିଛି ଧୋଇ ହୋଇ ଥିବା ବେଳେ ଚଳିତ ବର୍ଷ ବର୍ଷାରେ ପୋଲର ତଳୁ ମଧ୍ୟ ମାଟି ପଥର ଧୋଇ ହୋଇଯାଇଛି। ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କାର୍ଯ୍ୟ କରା ଯାଇନଥିବା ବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏଭଳି କାର୍ଯ୍ୟ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁ ଚନ୍ଦ୍ରିକାରେ ହୋଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳର କିଛି ବରିଷ୍ଠ ବ୍ୟକ୍ତି । ଏହି ବିଜୁ ସେତୁ ଉପରେ ଡାଙ୍ଗଡ଼ିକିଆ, କୁଟିବାରୀ, ଜୟଲମ୍ବା, ଗୁରୁପଡା, ଭଳି ୬ ରୁ ୮ ଟି ଗାଁ ଏହି ଯାତାୟାତ କରୁଥିବାରୁ ଏହି ସମସ୍ୟା ନେଇ ଜିଲାପାଳଙ୍କୁ ଜଣାଇବୁ ବୋଲି ସମ୍ପୃକ୍ତ ଗଁାବାସୀ କହିଛନ୍ତି। ତେବେ ଏହି ବିଜୁ ସେତୁରେ ଅଟକାଳ ମୂଲ୍ୟ ୨ କୋଟି ୧୭ ଲକ୍ଷ୍ୟ ୨୫ ହଜାର ଟଙ୍କା ବ୍ୟୟ କରାଯାଇଥିବା ଫଳକରେ ଲେଖା ଥିବା ବେଳେ ଏଭଳି ନିମ୍ନ ମାନର କାର୍ଯ୍ୟକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରିଛନ୍ତି । ଏନେଇ ସମ୍ପୃକ୍ତ ଠିକାଦାରଙ୍କୁ ପଚାରିବାରୁ ନଷ୍ଟ ହୋଇଥିବା ସ୍ବୀକାର କରିଥିବା ବେଳେ ଦାଇତ୍ୱରେ ଥିବା ବିଭାଗୀୟ ଅଧିକାରୀ ଏସଡିଓ ସୁଶୀଲ କୁମାର ମହାନ୍ତି ପୁଣି ଥରେ ଏହି କାର୍ଯ୍ୟ କରିବାକୁ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri