ମା’ ସମଲେଶ୍ୱରୀଙ୍କ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ

ସମ୍ବଲପୁର,୧।୬(ବ୍ୟୁରୋ): ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି। ପୂଜକମାନଙ୍କ ସହମତିରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାରଠାରୁ ଏହି ନୂଆ ଦର୍ଶନ ସମୟ ଲାଗୁ କରାଯିବ। ତଦନୁଯାୟୀ ସକାଳ ୬ଟାରୁ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ। ଦିନ ୧୨ଟାରୁ ୧୨ଟା ୩୦ ପର୍ଯ୍ୟନ୍ତ ଅନ୍ନ ଭୋଗ ଲାଗି ହେବ। ତେଣୁ ଏହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ। ଦିନ ସାଢ଼େ ୧୨ଟା ପରେ ଭକ୍ତ ପୁଣି ମା’ଙ୍କ ଦର୍ଶନ କରିବେ। ସା ୮ଟାରୁ ସାଢ଼େ ୮ଟା ମଧ୍ୟରେ ମା’ଙ୍କ ସା ଆଳତି ହେବ। ସେହି ସମୟରେ ସାଧାରଣ ଦର୍ଶନ ବନ୍ଦ ରହିବ। ରାତି ୯ଟାରେ ମା’ଙ୍କ ଠାରେ ଅନ୍ନ ଭୋଗ ଲାଗି ହେବ ଓ ପହଡ଼ ପଡ଼ିବ। ଏହା ପରେ ପରଦିନ ସକାଳ ଆଳତି ପର୍ଯ୍ୟନ୍ତ ମା’ଙ୍କ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି।