ହାଇକୋର୍ଟରେ ଦାରା ସିଂଙ୍କ ଆବେଦନ ଖାରଜ

କଟକ ଅଫିସ,୧୧।୧: ମୟୂରଭଞ୍ଜ ଜିଲାର ପଡ଼ିଆବେଡ଼ା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କ ଆବେଦନକୁ ସୋମବାର ହାଇକୋର୍ଟ ଖାରଜ କରିଦେଇଛନ୍ତି। ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଏବଂ ବିଚାରପତି ବି. ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକୁ ଖାରଜ କରିଦେବା ସହ ଏହି ମାମଲାରେ ମୟୂରଭଞ୍ଜ ଜିଲା କୋର୍ଟ ଦେଇଥିବା ଆଜୀବନ କାରାଦଣ୍ଡାଦେଶ ରାୟକୁ କାଏମ ରଖିଛନ୍ତି। ୧୯୯୯ ଅଗଷ୍ଟ ୨୬ରେ ଠାକୁରମୁଣ୍ଡା ଥାନା ଅଧୀନ ପଡ଼ିଆବେଡ଼ା ସାପ୍ତାହିକ ହାଟରେ ଚାନ୍ଦା ଆଦାୟକୁ କେନ୍ଦ୍ରକରି ଏକ ହତ୍ୟାକାଣ୍ଡ ଘଟିଥିଲା।