ଡିଜିଟାଲାଇଜିଂ ସହାୟତାର ବିପଦ

ବେକୀ ଫେଥ୍‌

ଡିଜିଟାଲ ସିଷ୍ଟମଗୁଡ଼ିକ ବିକାଶ ଏବଂ ମାନବୀୟ କାର୍ଯ୍ୟକଳାପ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସେଗୁଡ଼ିକ ବିଶ୍ୱର ସବୁଠୁ ବିପଜ୍ଜନକ ଅବସ୍ଥାରେ ରହୁଥିବା ଗୋଷ୍ଠୀସମୂହଙ୍କୁ ଆଗକୁ ବିପଦରେ ପକାଇପାରେ ବୋଲି ଅନୁମାନ କରାଯାଉଛି। ନିକଟରେ ଆଫଗାନିସ୍ତାନରେ ଏଭଳି ବିପଦଗୁଡ଼ିକର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଇଂଲଣ୍ଡର ପ୍ରତିରକ୍ଷା ବିଭାଗ ଦୁଇଟି ପୃଥକ ଡାଟା ସୁରକ୍ଷା ଉଲ୍ଲଂଘନରେ ସାମିଲ ଥିତ୍ତ୍ଲା ବୋଲି ସେପ୍ଟେମ୍ବରରେ ପ୍ରକାଶ ପାଇଥିଲା। ମୁଖ୍ୟତଃ ଆଫଗାନ୍‌ ପୁନର୍ଗଠନ ଏବଂ ସହାୟତା ନୀତି କାର୍ଯ୍ୟକ୍ରମରେ ଭାଗ ନେଇଥିତ୍ବା ଇଂଲଣ୍ଡର ସୁରକ୍ଷା ବଳ ଓ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖିତ୍ ସମ୍ଭବତଃ ଏହା କରାଯାଇଥିଲା। ଏବେ ଡିଜିଟାଲ ପରିଚୟ ପତ୍ର ପାଇଁ ଅନ୍ତର୍ରାଷ୍ଟ୍ରୀୟ ସହାୟତାରେ ନିର୍ମାଣ କରାଯାଇଥିବା ଡିଜିଟାଲ ସିଷ୍ଟମଗୁଡ଼ିକୁ ନିୟନ୍ତ୍ରଣ କରୁଛନ୍ତି। ତାଲିବାନ୍‌ଙ୍କୁ ସର୍ଭର ରୁମ୍‌ର ଚାବି ଦିଆଯାଇଛି ବୋଲି ୟୁନାଇଟେଡ୍‌ ନେଶନ୍ସ ହାଇ କମିଶନର ଫର୍‌ ରିଫ୍ୟୁଜିସ (ୟୁଏନ୍‌ଏଚ୍‌ସିଆର)ର ଜଣେ ପୂର୍ବତନ ଅଧିକାରୀ କହିଥିଲେ। ଆଫ୍‌ଗାନିସ୍ତାନରେ ପ୍ରଚଳିତ ଡିଜିଟାଲ ପରିଚୟପତ୍ର ‘ତାଜକିରା’ରେ ପ୍ରଦତ୍ତ ତଥ୍ୟକୁ ଭିତ୍ତି କରି ଏଥ୍‌ନିକ ଗ୍ରୁପଗୁଡ଼ିକୁ ଆକ୍ରମଣ କରିବା ଲାଗି ବ୍ୟବହାର କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି।
ମାନବୀୟ ସଙ୍କଟ ସମୟରେ ଆର୍ଥିକ ସହାୟତା ଯୋଗାଇଦେବା ଲାଗି ଦାୟିତ୍ୱ ନେଇଥିବା ବିଭିନ୍ନ ସଂଗଠନ ଓ ସରକାରଗୁଡ଼ିକ ଡାଟା ସୁରକ୍ଷା ପାଇଁ ଆଇନର ଆବଶ୍ୟକତାକୁ ସ୍ବୀକାର କରନ୍ତି। କିନ୍ତୁ ଉଭୟ ଡାଟା ସୁରକ୍ଷା ସମ୍ପର୍କିତ ବିଶେଷ ଜ୍ଞାନ ଏବଂ ସାମାଜିକ ସୁରକ୍ଷା ସିଷ୍ଟମ୍‌ ଉପରେ ଜ୍ଞାନ ଥିବା କର୍ମଚାରୀ ପାଇବା କଷ୍ଟକର ଏବଂ ଏହା ବ୍ୟୟବହୁଳ। ସହାୟତା କାର୍ଯ୍ୟରେ ଡାଟା ପରିଚାଳିତ ସିଷ୍ଟମ୍‌ ଆରମ୍ଭ କରାଯାଇଥିବାରୁ ଟେକ୍‌ନୋଲୋଜି ଯୋଗାଣକାରୀ ସଂସ୍ଥା, ସରକାର ଏବଂ ସାମାଜିକ, ଅର୍ଥନୈତିକ, ରାଜନୈତିକ ବାଧା ଯୋଗୁ ବିପଦରେ ଥିବା ଲୋକମାନଙ୍କ ମଧ୍ୟରେ ଅତ୍ୟଧିତ୍କ ଅସନ୍ତୁଳନ ସୃଷ୍ଟି ହେବା ଯଥେଷ୍ଟ ସମ୍ଭାବନା ରହିଛି। ଏହି କ୍ଷେତ୍ରରେ ପ୍ରାଇଭେଟ୍‌ ସେକ୍ଟର କମ୍ପାନୀଗୁଡ଼ିକର ସମ୍ପୃକ୍ତିକୁ ଆଗକୁ ନେଉଥିବା ବ୍ୟାବସାୟିକ ପଦକ୍ଷେପଗୁଡ଼ିକ ବହୁ ସମୟରେ ପ୍ରତିକୂଳ ସ୍ଥିତିରେ ରହୁଛନ୍ତି। ଡାଟା ବା ତଥ୍ୟ ସଂଗ୍ରହ ଏବଂ ବ୍ୟକ୍ତିଗତ ତଥ୍ୟ ଶେୟାରିଂ ସିଷ୍ଟମ୍‌ ଲୋକମାନଙ୍କୁ ବିପଦରେ ପକାଇବା ଉଚିତ ନୁହେଁ। କିନ୍ତୁ ସମ୍ବେଦନଶୀଳ ଡାଟା ବାହାରକୁ ପ୍ରକାଶ କରିବାରେ ସହାୟତା ଯୋଗାଣକାରୀ ଗ୍ରୁପଗୁଡ଼ିକ ମଧ୍ୟ ଦାୟୀ। ୪ ବର୍ଷ ପୂର୍ବେ ୟୁଏନ୍‌ଏଚ୍‌ସିଆର୍‌ ବାଂଲାଦେଶରେ ରୋହିଙ୍ଗ୍ୟା ଶରଣାର୍ଥୀମାନଙ୍କ ବାୟୋମେଟ୍ରିକ ଡାଟା ସମେତ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିଥିଲା । ହେଲେ ତା’ ନିଜ ନୀତି ଉଲ୍ଲଂଘନ କରି ଏହାକୁ ମ୍ୟାନ୍‌ମାର ସରକାରଙ୍କୁ ଶେୟାର କରିଥିଲା। ସମ୍ଭାବ୍ୟ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଚାହଁୁଥିବା ଲୋକମାନଙ୍କ ଉପରେ ଯାଞ୍ଚ କରିବା ଲାଗି ୟୁଏନ୍‌ଏଚ୍‌ସିଆର୍‌ ଏହି ତଥ୍ୟ ଶେୟାର କରିଥିଲା। ସେହିଭଳି ନିକଟରେ ଓ୍ବାଲର୍‌ଡ ଫୁଡ୍‌ ପ୍ରୋଗ୍ରାମ୍‌ (ଡବ୍ଲ୍ୟୁଏଫ୍‌ପି) ଇରାକ୍‌, ନାମ୍ବିଆ ଏବଂ ନାଇଜେରିଆରେ ଡିଜିଟାଲ ସହାୟତା ସେବା ବ୍ୟବସ୍ଥାର ଇଣ୍ଟର୍‌ନାଲ ଅଡିଟ ରିପୋର୍ଟ ପ୍ରକାଶ ପାଇଛି। ଏଥିରୁ ଜଣାପଡ଼ିଛି ଯେ, ଡାଟା ପ୍ରିଭେସି ଓ ସୁରକ୍ଷା ନିଶ୍ଚିତ କରିବାକୁ କୌଣସି ପ୍ରୋଜେକ୍ଟ କାର୍ଯ୍ୟ କରି ନ ଥିଲା। ସେମାଲି ପବ୍ଲିକ୍‌ ଏଜେଣ୍ଡା ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି, ଡାଟା ସିଷ୍ଟମକୁ ସହାୟତା ପ୍ରଦାନ କରୁଥିବା ଅନେକ ଗ୍ରୁପ୍‌ ଏବଂ ସରକାରଙ୍କ ଦ୍ୱାରା ସୋମାଲିଆରେ ବ୍ୟାପକ ଡାଟା ସଂଗ୍ରହ କରାଯାଇଥିବାବେଳେ ଏହି ତଥ୍ୟ କିଭଳି ଠିକ୍‌ ଭାବେ ନିୟନ୍ତ୍ରଣ କରାଯିବ ତାହା ନିଶ୍ଚିତ କରିବା ଲାଗି କୌଣସି ନୀତି ଗ୍ରହଣ କରାଯାଇନାହିଁ।
ଡିଜିଟାଲାଇଜେଶନର ସମର୍ଥକମାନେ ଯୁକ୍ତିବାଢନ୍ତି, ଏହା ବ୍ୟୟ କମ୍‌ କରିବ, ଏଥିରେ କମ୍‌ କ୍ଷତି ହେବ। ଏହା କିନ୍ତୁ ସତ ହୋଇ ନପାରେ। ଉଗାଣ୍ଡାର ସିଭିଲ୍‌ ସୋସାଇଟି ସଂଗଠନ ‘ଅନ୍‌ଓ୍ବାଣ୍ଟେଡ୍‌ ଓ୍ବିଟ୍‌ନେସ’୍‌ ପ୍ରକାଶ କରିଥିତ୍ଲା ଯେ, ଉଗାଣ୍ଡାରେ ଡିଜିଟାଲ ଆଇଡି ସ୍କିମ୍‌ ପାଇଁ ତଥ୍ୟ ସଂଗ୍ରହ ପ୍ରକ୍ରିୟାରେ ଉଗାଣ୍ଡାର ପବ୍ଲିକ୍‌ ପ୍ରୋକ୍ୟୁରମେଣ୍ଟ ଆଣ୍ଡ୍‌ ଡିସ୍‌ପୋଜାଲ ଅଫ୍‌ ପବ୍ଲିକ୍‌ ଆସେଟସ୍‌ ଆକ୍ଟ, ୨୦୦୩ ବଦଳରେ ଏକ ବର୍ଗୀକୃତ ତଥ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା। ବର୍ଗୀକୃତ ତଥ୍ୟ ସଂଗ୍ରହ କାର୍ଯ୍ୟକ୍ରମ ପାଇଁ ତାକୁ ଢେର କ୍ଷତି ସହିବାକୁ ପଡ଼ିଥିତ୍ଲା। ସେହିଭଳି ମେ’ରେ ପ୍ରକାଶିତ ଡବ୍ଲ୍ୟୁଏଫ୍‌ପିର ଏସ୍‌ସିଓପିଇ(ସ୍କୋପ୍‌) ପ୍ରୋଗ୍ରାମର ଆଭ୍ୟନ୍ତରୀଣ ଅଡିଟ୍‌ରୁ ଜଣାପଡ଼ିଥିଲା ଯେ, ନିକଟରେ ଆଇଟି ପ୍ରୋଜେକ୍ଟ ଏବଂ ନିବେଶର ଲାଭ ଓ କ୍ଷତିର ଆକଳନ ଠିକ୍‌ ଭାବେ କରିବା ଲାଗି ଏକ ସିଷ୍ଟମ୍‌ ଲାଗୁ କରାଯାଇଛି। ୨୦୧୦ ଦଶନ୍ଧି ପରଠାରୁ ବିଶ୍ୱରେ ହିତାଧିକାରୀ ଓ ଟ୍ରାନ୍ସଫର୍‌ ମ୍ୟାନେଜ୍‌ମେଣ୍ଟ ପାଇଁ ଏକ ସର୍ବବୃହତ୍‌ ସିଷ୍ଟମ୍‌ ଭାବେ ଡବ୍ଲ୍ୟୁଏଫ୍‌ପି ସ୍କୋପ୍‌କୁ ବ୍ୟବହାର କରିଆସୁଛି। ତେବେ ଏହା କେବଳ ଏକ ପୃଥକ୍‌ ଘଟଣା ନ ଥିଲା। ବରଂ ୨୦୧୯ରେ ସିଭିଲ୍‌ ସୋସାଇଟିଗୁଡ଼ିକର ଏକ ଗ୍ରୁପ୍‌ ଡାଟା ଆନାଲିଟିକ କମ୍ପାନୀ ପାଲାଣ୍ଟିର୍‌ ଏବଂ ଡବ୍ଲ୍ୟୁଏଫ୍‌ପି ମଧ୍ୟରେ ଥିତ୍ବା ବିବାଦୀୟ ବୁଝାମଣାକୁ ନେଇ ଏକ ଖୋଲା ଚିଠିରେ ସେମାନଙ୍କ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ମାନବ ସେବାରେ ଜଡ଼ିତ ସଂଗଠନ ଓ ଟେକ୍‌ନୋଲୋଜି କମ୍ପାନୀଗୁଡ଼ିକ ମଧ୍ୟରେ ଡିଜିଟାଲ୍‌ ସିଷ୍ଟମ୍‌ରେ ତଥ୍ୟ ସଂଗ୍ରହ କରିବା ପ୍ରକ୍ରିୟାରେ ସ୍ବଚ୍ଛତାର ଅଭାବ ରହିଛି ବୋଲି ଏଥିରେ ସତର୍କ କରିଦେଇଥିଲେ। ସାମ୍ପ୍ରତିକ ବ୍ୟବସ୍ଥାଗୁଡ଼ିକରେ ତୃତୀୟ ପକ୍ଷ ଅଡିଟ୍‌ ସମ୍ଭବ ନୁହେଁ ବୋଲି ଏହି ଚିଠିରେ ମଧ୍ୟ ଦର୍ଶଯାଇଥିଲା। ଭବିଷ୍ୟତରେ ଏହି ପ୍ରକାର ସହଭାଗିତାରେ ଚାଲୁ ରହିଥିବା ତଥ୍ୟ ସଂଗ୍ରହ ପ୍ରକ୍ରିୟାର କ୍ଷତି ବିଶ୍ଳେଷଣ କରିବା ଅସମ୍ଭବ ହେବ।
ବିକାଶ ଓ ସହାୟତା କ୍ଷେତ୍ରରେ ଏବେ ସରକାରୀ ଓ ଘରୋଇ ସହଭାଗିତା ଲଗାତର ବଢୁଥିବାରୁ ଏମାନଙ୍କ ସମ୍ପର୍କ ଉପରେ ନିଶ୍ଚିତ ଭାବେ ଯାଞ୍ଚ କରିବାକୁ ପଡ଼ିବ। ଏଥିପାଇଁ କର୍ପୋରେଟ ସେକ୍ଟରଗୁଡ଼ିକର କାର୍ଯ୍ୟକଳାପ ସମ୍ପର୍କିତ ନକ୍ସା ପ୍ରସ୍ତୁତ କରିବା ପାଇଁ ଅଧିକ ଗବେଷଣା କରାଯିବା ଦରକାର। କାର୍ଯ୍ୟକଳାପରେ ସ୍ବଚ୍ଛତା ବଢିଲେ, ସେହି ସବୁ ସହଭାଗିତା ଡିଜିଟାଲାଇଜେଶନର ଉତ୍ସାହ ବୃଦ୍ଧି କଲାଭଳି ଆର୍ଥିକ ଲାଭ ପହଞ୍ଚାଉଛନ୍ତି କି ନାହିଁ, ତାହା ଯାଞ୍ଚ କରିବାକୁ ନୀତି ନିର୍ଦ୍ଧାରକ ଏବଂ ପାଣ୍ଠି ଯୋଗାଣକାରୀମାନେ ସକ୍ଷମ ହୋଇପାରିବେ। ମାନବୀୟ ସହାୟତା ଯୋଗାଣ କ୍ଷେତ୍ର ଅଭିନବ ଡିଜିଟାଲ ଟେକ୍‌ନୋଲୋଜିଗୁଡ଼ିକ ଆବିଷ୍କାର ଓ ଉପଯୋଗ କରିବାରେ କ୍ଷମତାଶାଳୀ ଡୋନର୍‌ ଏବଂ ଅନ୍ୟମାନଙ୍କ ଚାପର ସମ୍ମୁଖୀନ ହେଉଛନ୍ତି। ଏଣୁ ଏଥିରୁ ବୁଝାପଡ଼ୁଛି ଯେ, ଏହି ସହାୟତାକୁ ଅଧିକ ପ୍ରଭାବୀ କରିବାର ଜରୁରୀ ଆବଶ୍ୟକତା ରହିଛି। ତାହା ଟ୍ରାଞ୍ଜାକଶନ କ୍ଷତି କମ୍‌ କରିବା ସହ ସହାୟତାର କାର୍ଯ୍ୟକ୍ଷମତା ବୃଦ୍ଧି କରିବ। ଦୁର୍ଗମ ଅଞ୍ଚଳରେ ରିମୋଟ୍‌ ଇଲେକ୍‌ଟ୍ରୋନିକ କ୍ୟାଶ୍‌ ଟ୍ରାନ୍ସଫର ମଧ୍ୟମରେ ବିଭିନ୍ନ ସମୁଦାୟଗୁଡ଼ିକୁ ପାଣ୍ଠି ଯୋଗାଇବାର ଏହା ଏକ ପ୍ରକୃଷ୍ଟ ଦୃଷ୍ଟାନ୍ତ। କିନ୍ତୁ ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱର ସବୁଠୁ ବିପଜ୍ଜନକ ଅବସ୍ଥାରେ ଥିବା ଜନଗୋଷ୍ଠୀଗୁଡ଼ିକର ଡିଜିଟାଲ ପରିଚୟରେ ବାସ୍ତବରେ ସେମାଙ୍କର ଲାଭ ହେବ ନାହଁି। ଡିଜିଟାଲ ସିଷ୍ଟମରେ ସେମାନଙ୍କ ପରିଚୟ ସ୍ଥିର କରିବା ସେମାନଙ୍କ ଲାଗି ଜାତିଗତ କାରଣରୁ ବିପଦ ଆଣିବା ଆଶଙ୍କା ରହିଛି। ଏଥିପାଇଁ ସେମାନଙ୍କୁ ସରକାରଙ୍କ ନିକଟରେ ପ୍ରକଟ ହେବାକୁ ବାଧ୍ୟ କରାଯାଇପାରିବ ନାହିଁ ବୋଲି ଆମକୁ ଗ୍ୟାରେଣ୍ଟି ଦେବାକୁ ପଡ଼ିବ।
ରିସର୍ଚ୍ଚ ଫେଲୋ ଆଣ୍ଡ୍‌ ଡିଜିଟାଲ ଟେକ୍‌ନୋଲୋଜି କ୍ଲଷ୍ଟର, ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଡେଭଲପ୍‌ମେଣ୍ଟ ଷ୍ଟଡିଜ୍‌


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri