ଭିତରକନିକାକୁ ବିପଦ ଜଳଯୋଗାଣ ପ୍ରକଳ୍ପ

ଯାଜପୁର ଅଫିସ,୨୦।୭: ଯାଜପୁର ଓ କେନ୍ଦ୍ରାପଡା ଜିଲା ଦେଇ ପ୍ରବାହିତ ଖରସ୍ରୋତା ନଦୀ ପାଣିରେ ଭଦ୍ରକ ଜିଲାର ୯୧ଟି ଲବଣାକ୍ତ ପ୍ରଭାବିତ ପଞ୍ଚାୟତବାସୀଙ୍କ ପାଇଁ ଏକ ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ପ୍ରସ୍ତାବ ରହିଛି। ୮୯୨ କୋଟି ଟଙ୍କାର ଏହି ପ୍ରକଳ୍ପରେ ଚାନ୍ଦବାଲି, ବାସୁଦେବପୁର, ତିହିଡି ଓ ଧାମନଗର ବ୍ଲକବାସୀ ଉପକୃତ ହୋଇପାରିବେ। କେନ୍ଦ୍ରାପଡ଼ା ଜିଲାର ଆଳି ଓ ରାଜକିନିକା ମଧ୍ୟବର୍ତ୍ତୀ ବରୁଣଡିହସ୍ଥିତ ଖରସ୍ରୋତା ନଦୀରୁ ଏହି ପ୍ରକଳ୍ପ ପାଇଁ ଜଳଉଠାଣ ବ୍ୟବସ୍ଥା କରାଯିବ। ଏହାଦ୍ୱାରା ଭିତରକନିକା ଜାତୀୟ ଉଦ୍ୟାନ ପାଇଁ ବିପଦ ସାଜିବା ସହ ସ୍ଥାନୀୟ ଅଞ୍ଚଳ ପ୍ରଭାବିତ ହେବ ବୋଲି ଦର୍ଶାଯାଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ଅଭିଯୋଗ ହୋଇଛି। ତଦନୁଯାୟୀ ୨୩/୨୦୨୦/ଇଜେଡ୍‌ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଭଦ୍ରକ ଜିଲା ନିକଟସ୍ଥ ବୈତରଣୀ, ସାଳନ୍ଦୀ, ମନ୍ତେଇ ଓ କାଂସବାଂଶ ନଦୀଗୁଡିକୁ ବାଦ୍‌ ଦିଆଯାଇ କ୍ଷୁଦ୍ର ଖରସ୍ରୋତା ନଦୀର ପାଣି ଅନ୍ୟତ୍ର ପଠାଯିବାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି। ଅନ୍ୟପକ୍ଷେ ଗତ ୧୬ ତାରିଖରେ ଚଣ୍ଡିଖୋଲ ଜଳସମ୍ପଦ ସର୍କଲ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଖରସ୍ରୋତା ନଦୀରୁ ଉକ୍ତ ପ୍ରକଳ୍ପ ପାଇଁ ପାଣି ଉଠାଗଲେ କୌଣସି ପ୍ରକାର ସମସ୍ୟା ଦେଖାଦେବ ନାହିଁ ବୋଲି ଅଧୀକ୍ଷଣ ଯନ୍ତ୍ରୀ ଯୁକ୍ତି ବାଢିଛନ୍ତି।
ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ବାସିନ୍ଦା ସଞ୍ଜୟ କୁମାର ବେହୁରା ଏନ୍‌ଜିଟିରେ ଉପରୋକ୍ତ ଅଭିଯୋଗ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ଜଳଯୋଗାଣ ପ୍ରକଳ୍ପ ଦ୍ୱାରା ଖରସ୍ରୋତାର ତଳମୁଣ୍ଡରେ ଜଳସ୍ରୋତ ହ୍ରାସ ପାଇବ, ଯାହାକି ସମଗ୍ର ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତାକୁ ପ୍ରଭାବିତ କରିବ। କାରଣ ଖରସ୍ରୋତା ଏହି ଜାତୀୟ ଉଦ୍ୟାନ ପାର୍ଶ୍ୱ ଦେଇ ସମୁଦ୍ରରେ ମିଶିଛି। ଏହି ନଦୀର ମଧୁର ଜଳ ଉପରେ ଜାତୀୟ ଉଦ୍ୟାନ ନିର୍ଭର କରେ। ତେଣୁ ଖରସ୍ରୋତାରେ ଜଳ ହ୍ରାସପାଇଲେ ଭିତରକନିକା ପାଣିର ଲବଣାଂଶ ବୃଦ୍ଧି ପାଇ ଜୈବ ବିବିଧତାକୁ ବିପଦରେ ପକାଇବ। ଏହସହିତ ସମ୍ପକ୍ତ ଅଞ୍ଚଳକୁ ଲୁଣିପାଣି ମାଡ଼ିଯିବା ଯୋଗୁ ପାନୀୟ ଓ କୃଷି ପାଇଁ ଲୋକେ ଜଳାଭାବର ସମ୍ମୁଖୀନ ହେବେ ବୋଲି ବେହୁରା ଦର୍ଶାଇଛନ୍ତି। ଏ ନେଇ ଗତ ମେ ୧୪ ତାରିଖ ଶୁଣାଣିରେ ଏନ୍‌ଜିଟିର ଜୁଡିସିଆଲ ମେମ୍ବର ଜଷ୍ଟିସ ଏସ୍‌.ପି. ୱାଙ୍ଗଡି ଓ ଏକ୍ସପର୍ଟ ମେମ୍ବର ସିଦ୍ଧାନ୍ତ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପ୍ରିନ୍ସିପାଲ ସେକ୍ରେଟାରି ଓ ଜଙ୍ଗଲ(ବନ୍ୟଜନ୍ତୁ ସମ୍ପଦ) ବିଭାଗ ଚିଫ କଞ୍ଜର୍‌ଭେଟରଙ୍କୁ ଏକ ସବିଶେଷ ତଥ୍ୟଭିତ୍ତିକ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ଅଗଷ୍ଟ ୫ରେ ଏନ୍‌ଜିଟିରେ ପରବର୍ତ୍ତୀ ଶୁଣାଣି ହେବ। ଏନେଇ ଚଣ୍ଡିଖୋଲ ଜଳସମ୍ପଦ ସର୍କଲ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛିି। ଏଥିରେ ସୁପରିଣ୍ଟେଣ୍ଡେଣ୍ଟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) କଟକ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ, ଜଳସମ୍ପଦ ବିଭାଗ ଚଣ୍ଡିଖୋଲ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ, ଆରଡବ୍ଲ୍ୟୁଏସ୍‌ଏସ୍‌ ଭଦ୍ରକ, କେନ୍ଦ୍ରାପଡା ଓ ଯାଜପୁର ଡିଭିଜନ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ବୈତରଣୀ, ସାଳନ୍ଦୀ, କାଂସବାଂଶ ଓ ମନ୍ତେଇ ନଦୀର ଜଳସ୍ରୋତ ଉପରେ ଆଲୋଚନା ହୋଇଥିଲା। ବୈତରଣୀ ନଦୀଜଳ ଏହି ପ୍ରକଳ୍ପର ଆବଶ୍ୟକତାକୁ ପୂରଣ କରିପାରିବ ନାହିଁ ବୋଲି ଜଳସମ୍ପଦ ବିଭାଗର ଜଳ ଆବଣ୍ଟିତ କମିଟି ପକ୍ଷରୁ ହୋଇଥିବା ପୂର୍ବ ୩ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାବାଦ୍‌ ସାଳନ୍ଦୀ ଓ କାଂସବାଂଶ ନଦୀର ଜଳ ଦୀର୍ଘସ୍ଥାୟୀ ନୁହେଁ। ସେହିପରି ମନ୍ତେଇ ନଦୀ ଜଳ ଲବଣାକ୍ତ ଏବଂ ପ୍ରସ୍ତାବିତ ପ୍ରକଳ୍ପଠାରୁ ୩୦ କିମି ଦୂରରେ ରହିଥିବାରୁ ତାହା ପ୍ରଯୁଜ୍ୟ ନୁହେଁ। ତେଣୁ ଖରସ୍ରୋତା ନଦୀରେ ପ୍ରକଳ୍ପ ପାଇଁ ନିଷ୍ପତ୍ତି ନିଆଯାଇଛି। ହେଲେ ଭିତରକନିକା ଜାତୀୟ ଉଦ୍ୟାନ ପ୍ରସ୍ତାବିତ ପ୍ରକଳ୍ପଠାରୁ ୩୨ କିମି ଦୂରରେ ଥିବାରୁ ତାହା ପ୍ରଭାବିତ ହେବ ନାହିଁ ବୋଲି ବୈଠକରେ ଆଲୋଚନା ହୋଇଥିଲା।
ବିଭାଗୀୟ ସୂଚନାନୁଯାୟୀ, ଖରସ୍ରୋତା ଯୋକଡିଆ ବ୍ୟାରେଜରେ ସେକେଣ୍ଡ ପ୍ରତି ୭୧ କ୍ୟୁବିକ ମିଟର ପାଣି ପ୍ରବାହିତ ହେଉଛି। ତଦନୁସାରେ ସେକେଣ୍ଡ ପ୍ରତି ୩୫ କ୍ୟୁବିକ ମିଟର ପାଣି ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନ ବରୁଣଡିହ ଇନଟେକ୍‌ ୱେଲ୍‌ ନିକଟରେ ରହିଛି। ଏହି ମେଗା ପ୍ରକଳ୍ପ ପାଇଁ ସେକେଣ୍ଡ ପ୍ରତି ମାତ୍ର ୧.୬୪ କ୍ୟୁବିକ ମିଟର ପାଣିର ଆବଶ୍ୟକତା ହେଉଛି। ତେଣୁ ଉପଲବ୍ଧ ପାଣିର ଏହା ମାତ୍ର ୦.୪୫%। ତେଣୁ ଜଳସମ୍ପଦ ବିଭାଗ ଖରସ୍ରୋତାରେ ଏହି ପ୍ରକଳ୍ପ ପାଇଁ ଅନୁମତି(ପତ୍ରସଂଖ୍ୟା ୨୪୧୨/୧୨ା୯ା୨୦୧୯) ଦେଇସାରିଛି ବୋଲି ଆରଡବ୍ଲ୍ୟୁଏସ୍‌ଏସ୍‌ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ କଟକ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗ ଚଣ୍ଡିଖୋଲ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡେଶ୍ୱର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଏନଜିଟିର ନିର୍ଦ୍ଦେଶ ଅନୁସାରେ ନିର୍ଦ୍ଧାରିତ ସମୟରେ ଆବଶ୍ୟକ ତଦନ୍ତ ରିପୋର୍ଟ ଦାଖଲ କରାଯିବ। ଏଯାଏ ମେଗା ପ୍ରକଳ୍ପ ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri