ଭିତରକନିକାକୁ ବିପଦ ଜଳଯୋଗାଣ ପ୍ରକଳ୍ପ

ଯାଜପୁର ଅଫିସ,୨୦।୭: ଯାଜପୁର ଓ କେନ୍ଦ୍ରାପଡା ଜିଲା ଦେଇ ପ୍ରବାହିତ ଖରସ୍ରୋତା ନଦୀ ପାଣିରେ ଭଦ୍ରକ ଜିଲାର ୯୧ଟି ଲବଣାକ୍ତ ପ୍ରଭାବିତ ପଞ୍ଚାୟତବାସୀଙ୍କ ପାଇଁ ଏକ ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ପ୍ରସ୍ତାବ ରହିଛି। ୮୯୨ କୋଟି ଟଙ୍କାର ଏହି ପ୍ରକଳ୍ପରେ ଚାନ୍ଦବାଲି, ବାସୁଦେବପୁର, ତିହିଡି ଓ ଧାମନଗର ବ୍ଲକବାସୀ ଉପକୃତ ହୋଇପାରିବେ। କେନ୍ଦ୍ରାପଡ଼ା ଜିଲାର ଆଳି ଓ ରାଜକିନିକା ମଧ୍ୟବର୍ତ୍ତୀ ବରୁଣଡିହସ୍ଥିତ ଖରସ୍ରୋତା ନଦୀରୁ ଏହି ପ୍ରକଳ୍ପ ପାଇଁ ଜଳଉଠାଣ ବ୍ୟବସ୍ଥା କରାଯିବ। ଏହାଦ୍ୱାରା ଭିତରକନିକା ଜାତୀୟ ଉଦ୍ୟାନ ପାଇଁ ବିପଦ ସାଜିବା ସହ ସ୍ଥାନୀୟ ଅଞ୍ଚଳ ପ୍ରଭାବିତ ହେବ ବୋଲି ଦର୍ଶାଯାଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ ଅଭିଯୋଗ ହୋଇଛି। ତଦନୁଯାୟୀ ୨୩/୨୦୨୦/ଇଜେଡ୍‌ ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଭଦ୍ରକ ଜିଲା ନିକଟସ୍ଥ ବୈତରଣୀ, ସାଳନ୍ଦୀ, ମନ୍ତେଇ ଓ କାଂସବାଂଶ ନଦୀଗୁଡିକୁ ବାଦ୍‌ ଦିଆଯାଇ କ୍ଷୁଦ୍ର ଖରସ୍ରୋତା ନଦୀର ପାଣି ଅନ୍ୟତ୍ର ପଠାଯିବାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି। ଅନ୍ୟପକ୍ଷେ ଗତ ୧୬ ତାରିଖରେ ଚଣ୍ଡିଖୋଲ ଜଳସମ୍ପଦ ସର୍କଲ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଖରସ୍ରୋତା ନଦୀରୁ ଉକ୍ତ ପ୍ରକଳ୍ପ ପାଇଁ ପାଣି ଉଠାଗଲେ କୌଣସି ପ୍ରକାର ସମସ୍ୟା ଦେଖାଦେବ ନାହିଁ ବୋଲି ଅଧୀକ୍ଷଣ ଯନ୍ତ୍ରୀ ଯୁକ୍ତି ବାଢିଛନ୍ତି।
ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ବାସିନ୍ଦା ସଞ୍ଜୟ କୁମାର ବେହୁରା ଏନ୍‌ଜିଟିରେ ଉପରୋକ୍ତ ଅଭିଯୋଗ କରିଛନ୍ତି। ସେ ଦର୍ଶାଇଛନ୍ତି ଯେ, ଜଳଯୋଗାଣ ପ୍ରକଳ୍ପ ଦ୍ୱାରା ଖରସ୍ରୋତାର ତଳମୁଣ୍ଡରେ ଜଳସ୍ରୋତ ହ୍ରାସ ପାଇବ, ଯାହାକି ସମଗ୍ର ଭିତରକନିକା ଜାତୀୟ ଉଦ୍ୟାନର ଜୈବ ବିବିଧତାକୁ ପ୍ରଭାବିତ କରିବ। କାରଣ ଖରସ୍ରୋତା ଏହି ଜାତୀୟ ଉଦ୍ୟାନ ପାର୍ଶ୍ୱ ଦେଇ ସମୁଦ୍ରରେ ମିଶିଛି। ଏହି ନଦୀର ମଧୁର ଜଳ ଉପରେ ଜାତୀୟ ଉଦ୍ୟାନ ନିର୍ଭର କରେ। ତେଣୁ ଖରସ୍ରୋତାରେ ଜଳ ହ୍ରାସପାଇଲେ ଭିତରକନିକା ପାଣିର ଲବଣାଂଶ ବୃଦ୍ଧି ପାଇ ଜୈବ ବିବିଧତାକୁ ବିପଦରେ ପକାଇବ। ଏହସହିତ ସମ୍ପକ୍ତ ଅଞ୍ଚଳକୁ ଲୁଣିପାଣି ମାଡ଼ିଯିବା ଯୋଗୁ ପାନୀୟ ଓ କୃଷି ପାଇଁ ଲୋକେ ଜଳାଭାବର ସମ୍ମୁଖୀନ ହେବେ ବୋଲି ବେହୁରା ଦର୍ଶାଇଛନ୍ତି। ଏ ନେଇ ଗତ ମେ ୧୪ ତାରିଖ ଶୁଣାଣିରେ ଏନ୍‌ଜିଟିର ଜୁଡିସିଆଲ ମେମ୍ବର ଜଷ୍ଟିସ ଏସ୍‌.ପି. ୱାଙ୍ଗଡି ଓ ଏକ୍ସପର୍ଟ ମେମ୍ବର ସିଦ୍ଧାନ୍ତ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଜଳସମ୍ପଦ ବିଭାଗ ପ୍ରିନ୍ସିପାଲ ସେକ୍ରେଟାରି ଓ ଜଙ୍ଗଲ(ବନ୍ୟଜନ୍ତୁ ସମ୍ପଦ) ବିଭାଗ ଚିଫ କଞ୍ଜର୍‌ଭେଟରଙ୍କୁ ଏକ ସବିଶେଷ ତଥ୍ୟଭିତ୍ତିକ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଆସନ୍ତା ଅଗଷ୍ଟ ୫ରେ ଏନ୍‌ଜିଟିରେ ପରବର୍ତ୍ତୀ ଶୁଣାଣି ହେବ। ଏନେଇ ଚଣ୍ଡିଖୋଲ ଜଳସମ୍ପଦ ସର୍କଲ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛିି। ଏଥିରେ ସୁପରିଣ୍ଟେଣ୍ଡେଣ୍ଟ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ (ଆରଡବ୍ଲ୍ୟୁଏସ୍‌ଏସ୍‌) କଟକ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ, ଜଳସମ୍ପଦ ବିଭାଗ ଚଣ୍ଡିଖୋଲ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ, ଆରଡବ୍ଲ୍ୟୁଏସ୍‌ଏସ୍‌ ଭଦ୍ରକ, କେନ୍ଦ୍ରାପଡା ଓ ଯାଜପୁର ଡିଭିଜନ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ବୈତରଣୀ, ସାଳନ୍ଦୀ, କାଂସବାଂଶ ଓ ମନ୍ତେଇ ନଦୀର ଜଳସ୍ରୋତ ଉପରେ ଆଲୋଚନା ହୋଇଥିଲା। ବୈତରଣୀ ନଦୀଜଳ ଏହି ପ୍ରକଳ୍ପର ଆବଶ୍ୟକତାକୁ ପୂରଣ କରିପାରିବ ନାହିଁ ବୋଲି ଜଳସମ୍ପଦ ବିଭାଗର ଜଳ ଆବଣ୍ଟିତ କମିଟି ପକ୍ଷରୁ ହୋଇଥିବା ପୂର୍ବ ୩ ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାବାଦ୍‌ ସାଳନ୍ଦୀ ଓ କାଂସବାଂଶ ନଦୀର ଜଳ ଦୀର୍ଘସ୍ଥାୟୀ ନୁହେଁ। ସେହିପରି ମନ୍ତେଇ ନଦୀ ଜଳ ଲବଣାକ୍ତ ଏବଂ ପ୍ରସ୍ତାବିତ ପ୍ରକଳ୍ପଠାରୁ ୩୦ କିମି ଦୂରରେ ରହିଥିବାରୁ ତାହା ପ୍ରଯୁଜ୍ୟ ନୁହେଁ। ତେଣୁ ଖରସ୍ରୋତା ନଦୀରେ ପ୍ରକଳ୍ପ ପାଇଁ ନିଷ୍ପତ୍ତି ନିଆଯାଇଛି। ହେଲେ ଭିତରକନିକା ଜାତୀୟ ଉଦ୍ୟାନ ପ୍ରସ୍ତାବିତ ପ୍ରକଳ୍ପଠାରୁ ୩୨ କିମି ଦୂରରେ ଥିବାରୁ ତାହା ପ୍ରଭାବିତ ହେବ ନାହିଁ ବୋଲି ବୈଠକରେ ଆଲୋଚନା ହୋଇଥିଲା।
ବିଭାଗୀୟ ସୂଚନାନୁଯାୟୀ, ଖରସ୍ରୋତା ଯୋକଡିଆ ବ୍ୟାରେଜରେ ସେକେଣ୍ଡ ପ୍ରତି ୭୧ କ୍ୟୁବିକ ମିଟର ପାଣି ପ୍ରବାହିତ ହେଉଛି। ତଦନୁସାରେ ସେକେଣ୍ଡ ପ୍ରତି ୩୫ କ୍ୟୁବିକ ମିଟର ପାଣି ପ୍ରସ୍ତାବିତ ପ୍ରକଳ୍ପ ସ୍ଥାନ ବରୁଣଡିହ ଇନଟେକ୍‌ ୱେଲ୍‌ ନିକଟରେ ରହିଛି। ଏହି ମେଗା ପ୍ରକଳ୍ପ ପାଇଁ ସେକେଣ୍ଡ ପ୍ରତି ମାତ୍ର ୧.୬୪ କ୍ୟୁବିକ ମିଟର ପାଣିର ଆବଶ୍ୟକତା ହେଉଛି। ତେଣୁ ଉପଲବ୍ଧ ପାଣିର ଏହା ମାତ୍ର ୦.୪୫%। ତେଣୁ ଜଳସମ୍ପଦ ବିଭାଗ ଖରସ୍ରୋତାରେ ଏହି ପ୍ରକଳ୍ପ ପାଇଁ ଅନୁମତି(ପତ୍ରସଂଖ୍ୟା ୨୪୧୨/୧୨ା୯ା୨୦୧୯) ଦେଇସାରିଛି ବୋଲି ଆରଡବ୍ଲ୍ୟୁଏସ୍‌ଏସ୍‌ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ କଟକ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଜଳସମ୍ପଦ ବିଭାଗ ଚଣ୍ଡିଖୋଲ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ ଚଣ୍ଡେଶ୍ୱର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଏନଜିଟିର ନିର୍ଦ୍ଦେଶ ଅନୁସାରେ ନିର୍ଦ୍ଧାରିତ ସମୟରେ ଆବଶ୍ୟକ ତଦନ୍ତ ରିପୋର୍ଟ ଦାଖଲ କରାଯିବ। ଏଯାଏ ମେଗା ପ୍ରକଳ୍ପ ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

First Banknote: କେଉଁ ଦେଶରେ ତିଆରି ହୋଇଥିଲା ବିଶ୍ୱର ପ୍ରଥମ ନୋଟ୍, ଜାଣନ୍ତୁ କିଏ …

ଆଜିକା ସମୟରେ ଯେତେବେଳେ ଆମେ ଟଙ୍କା ବିଷୟରେ ଚିନ୍ତା କରୁ, କାଗଜ ମୁଦ୍ରା ବହୁତ ସାଧାରଣ ମନେହୁଏ। କିନ୍ତୁ ଧାତୁ ମୁଦ୍ରା ବଦଳରେ କାଗଜ ବ୍ୟବହାର...

‘ନେତାନ୍ୟାହୁ ନ ଥିଲେ ଆଜି ମାନଚିତ୍ରରେ ହୁଏତ ଇସ୍ରାଏଲ ନ ଥାଆନ୍ତା’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ ଏହାର କାରଣ

ଓ୍ବାଶିଂଟନ,୩୦ ।୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସୋମବାର ଆମେରିକାର ଫ୍ଲୋରିଡାରେ ପହଞ୍ଚିଥିଲେ, ଯେଉଁଠାରେ ସେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିଥିଲେ। ଏହି...

ଜାଡ଼ରେ ଥରୁଛି ଓଡ଼ିଶା: ୧୦ ଡିଗ୍ରୀ ତଳେ ୧୫ ସହର

ଭୁବନେଶ୍ୱର,୩୦।୧୨(ବନ୍ଦନା ସେଠୀ):ଜାଡ଼ରେ ଥରୁଛି ସାରା ରାଜ୍ୟ। ନୂଆବର୍ଷ ପର୍ଯ୍ୟନ୍ତ ଶୀତରେ ସେଭଳି କିଛି ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ତେବେ ଆସନ୍ତା ୨୪ ଘଣ୍ଟା...

‘ଆଣ୍ଟିବାୟୋଟିକ ପାଇଁ ବଢୁଛି ନିରବ ମହାମାରୀ’, ମୋଦିଙ୍କ ପରାମର୍ଶକୁ ନେଇ ବିଶେଷଜ୍ଞ କହିଲେ ସମୟ ଆବଶ୍ୟକ

ନୂଆଦିଲ୍ଲୀ,୩୦।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଣ୍ଟିବାୟୋଟିକ ଅପବ୍ୟବହାର ବିରୋଧରେ ବାର୍ତ୍ତା ସମୟର ଆବଶ୍ୟକତା ଏବଂ ଦେଶରେ ଦ୍ରୁତ ଗତିରେ ବଢୁଥିବା ଆଣ୍ଟିମାଇକ୍ରୋବାୟଲ ପ୍ରତିରୋଧ (AMR)ର ଗମ୍ଭୀର...

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

Rashimka and Vijay Wedding: ସାମ୍ନାକୁ ଆସିଲା ରଶ୍ମିକା-ବିଜୟଙ୍କ ବିବାହ ତାରିଖ, ଏହି ଅତିଥି ଦେବେ ଯୋଗ

ନୂଆଦିଲ୍ଲୀ,୩୦ା୧୨ : ସାଉଥ ସିନେମାର ଷ୍ଟାର କପଲ୍ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ସେମାନଙ୍କ ବିବାହକୁ ନେଇ ବହୁତ ଦିନ ଧରି ଚର୍ଚ୍ଚାରେ ରହି...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri