ବିପଜ୍ଜନକ ସ୍ଥିତି

ଭାରତର ରାସ୍ତାରେ ଏକୁଟିଆ ଜଣେ ମହିଳା ସୁରକ୍ଷିତ କି? ସୁରକ୍ଷାକୁ ନେଇ ସେମାନେ ସବୁବେଳେ ବିପଦ ଓ ଭୟ ଅନୁଭବ କରୁଛନ୍ତି କି? ଉତ୍ତର ଜାଣିବା ଲାଗି ମୁଁ ୫୦ ଜଣ ପୁରୁଷଙ୍କୁ ଏହି ପ୍ରଶ୍ନ ପଚାରିଥିଲି। ମହିଳାମାନେ ସୁରକ୍ଷିତ ମଣନ୍ତି ଓ ସେଥିରେ କୌଣସି ସମସ୍ୟା ନାହିଁ ବୋଲି ସେମାନେ ମୋତେ ନିଶ୍ଚିତ କରିଥିଲେ। ଅବଶ୍ୟ ଏହି ଲୋକମାନେ କେବେ ବି ଏଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ନ ଥିବାରୁ ଏହାର ବାସ୍ତବତା ସମ୍ପର୍କରେ ସେମାନଙ୍କର ଧାରଣା ନ ଥିଲା। ମହିଳାମାନେ ସୁରକ୍ଷିତ କି ନାହିଁ ଆମେ ଏଭଳି ପ୍ରଶ୍ନ ମହିଳାମାନଙ୍କୁ ହିଁ ପଚାରିବା ଉଚିତ। କାରଣ ସେମାନେ ବିପଦରେ ଓ ଭୟରେ ରହିଛନ୍ତି। ଏବେ ଜିନୋସାଇଡ ବା ନିର୍ର୍ଦ୍ଦିିଷ୍ଟ ବର୍ଗର ନରସଂହାର ଆହ୍ବାନକୁ ଭାରତ ପ୍ରୋତ୍ସାହିତ କରୁଥିବାରୁ ବିଶ୍ୱ ସମୁଦାୟ ଏହାକୁ ନେଇ ଚିନ୍ତିତ। ଦି ଇକୋନୋମିଷ୍ଟର ୧୫ ଜାନୁୟାରୀ ସଂସ୍କରଣରେ ‘ନିଆଁ ସହିତ ଖେଳ: ଭାରତ ସରକାର ଅଣଦେଖା କରୁଛନ୍ତି ଏବଂ ଏପରି କି ବେଳେବେଳେ ସଂଖ୍ୟାଲଘୁଙ୍କ ପ୍ରତି ଘୃଣା ଭାବକୁ ପ୍ରୋତ୍ସାହିତ କରୁଛନ୍ତି’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ସେହି ସମାନ ଦିନରେ ସିଏନ୍‌ଏନ୍‌ ‘ଭାରତର ହିନ୍ଦୁ କଠୋରପନ୍ଥୀମାନେ ମୁସଲମାନଙ୍କ ବିରୋଧରେ ନରସଂହାର ଆହ୍ବାନ ଦେଉଛନ୍ତି; ଏହାକୁ ବନ୍ଦ କରିବା ଲାଗି କାହିଁକି କମ୍‌ ପଦକ୍ଷେପ ନିଆଯାଉଛି’ ଶୀର୍ଷକରେ ଏକ ଖବର ମଧ୍ୟ ପ୍ରକାଶ କରିଥିଲା। କିଛିଦିନ ପୂର୍ବରୁ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ଶୀର୍ଷକ ଥିଲା, ‘ହିନ୍ଦୁ କଠୋରପନ୍ଥୀମାନେ ଭାରତରେ ମୁସଲମାନମାନଙ୍କୁ ହତ୍ୟା କରିବାକୁ ଆହ୍ବାନ ଦେଉଥିବାବେଳେ ଭାରତୀୟ ନେତାମାନେ ନୀରବ ରହୁଛନ୍ତି।’ ଲଣ୍ଡନରେ ଦି ଟାଇମ୍ସ ‘ମୁସଲମାନଙ୍କ ବିରୋଧରେ ହିନ୍ଦୁଙ୍କ ଘୃଣା ମନ୍ତବ୍ୟ ସମ୍ପର୍କରେ ଆଇନଜୀବୀମାନେ ଭାରତର ମୁଖ୍ୟ ବିଚାରପତିଙ୍କୁ ଲେଖିଛନ୍ତି’- ଶୀର୍ଷକ ପ୍ରକାଶ କରିଥିଲା। ଟାଇମ୍‌ ମାଗାଜିନ ‘ଭାରତ କ’ଣ ଏକ ମୁସଲମାନ ବିରୋଧୀ ନରସଂହାର ଆଡ଼କୁ ମୁହଁାଉଛି କି’ ଶୀର୍ଷକରେ ଏକ ଆର୍ଟିକଲ ଛାପିଥିଲା। ଆମ ସମ୍ପର୍କରେ ବିଶ୍ୱ କ’ଣ କହୁଛି ଓ ଭାବନା କ’ଣ ରହିଛି ତାହା ଜାଣିବାକୁ ଏହିସବୁ ପ୍ରକାଶିତ ଶୀର୍ଷକ ଯଥେଷ୍ଟ। ଏହି ରିପୋର୍ଟଗୁଡ଼ିକ କେବଳ ସେମାନଙ୍କର ମତ ନୁହେଁ ବରଂ ଆମଦେଶରେ ଘଟୁଥିବା ଘଟଣା, ନିକଟରେ ଖ୍ରୀଷ୍ଟିଆନ୍‌ ଓ ମୁସଲମାନଙ୍କ ଉପରେ ହୋଇଥିବା ଆକ୍ରମଣ ଏବଂ ସରକାରଙ୍କ ଉଦାସୀନତାକୁ ସୂଚାଇ ଦେଇଛନ୍ତି। ବିଶ୍ୱ ଏହାର ଭୟାବହତା ଉପରେ ସ୍ବର ଉଠାଇବା ପରେ ହରିଦ୍ୱାରରେ ଏକ ହିନ୍ଦୁ ଉତ୍ସବରେ ମୁସଲିମ୍‌ଙ୍କ ଗଣହତ୍ୟା ପାଇଁ ଆହ୍ବାନ ଦେଇଥିବା ଲୋକଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର କରାଗଲା।
ସରକାର ହିଂସାକୁ ଉତ୍ସାହିତ କରୁଛନ୍ତି ବୋଲି ଯେଉଁ ଅଭିଯୋଗ ହେଉଛି ତାହାକୁ ସରକାର ମାନିବାକୁ ନାରାଜ। ଏହାବାଦ୍‌ ହିନ୍ଦୁତ୍ୱ ଏବଂ ଭାଜପା ଅଧୀନରେ ଭାରତ ମୁସଲମାନଙ୍କ ପାଇଁ କମ୍‌ ସୁରକ୍ଷିତ ବୋଲି ଯେଉଁ ଅଭିଯୋଗ ଉଠିଛି ତାହାକୁ ମଧ୍ୟ ଗ୍ରହଣ କରୁନାହିଁ। ଏହା ସତ କି ମିଛ ତାହା ହିଁ ମୁଖ୍ୟ ପ୍ରଶ୍ନ। ଏହାର ଉତ୍ତର ଜାଣିବାକୁ ହେଲେ ଯେଉଁମାନେ ଭୟ ସୃଷ୍ଟି କରୁଛନ୍ତି ଓ ତାହାକୁ ଉତ୍ସାହିତ କରୁଛନ୍ତି ସେମାନଙ୍କୁ ପ୍ରଶ୍ନ ନ ପଚାରି ବାସ୍ତବରେ ଭୟ ଅନୁଭବ କରୁଥିବା ମୁସଲମାନଙ୍କୁ ପଚାରିବାକୁ ପଡ଼ିବ। ଯେହେତୁ ମୁଁ ସେମାନଙ୍କୁ ପଚାରିଛି ସେଥିପାଇଁ କହିପାରିବି ଯେ, ଆମେ ଯାହା କରିଛେ ଓ କରୁଛେ ସେଥିରେ ସେମାନେ ବାସ୍ତବରେ ଚିନ୍ତିତ ଓ ଭୟଭୀତ। ସେମାନେ ଏଭଳି ବିବ୍ରତ ହେବାର କାରଣ ବି ରହିଛି ଓ ସେଥିପାଇଁ ଆମେ ଦାୟୀ। ଦଣ୍ଡକୁ ଖାତିର ନ କରି ବିନା ଶିଷ୍ଟତାରେ ମୁସଲମାନଙ୍କ ସମ୍ପର୍କରେ ଏବେ ସର୍ବସାଧାରଣରେ ସବୁଠୁ ଘୃଣିତ ମନ୍ତବ୍ୟ ଦିଆଯାଇପାରୁଛି। ଦଣ୍ଡପାଇବାର ଭୟ ରହୁନାହିଁ କେବଳ ଶାସକ ଦଳ ଯୋଗୁ। ଆମେ ଭାରତୀୟ ସମାଜକୁ ଅସମ୍ବେଦନଶୀଳ କରିଦେଇଥିବାରୁ ଆମମାନଙ୍କ ମଧ୍ୟରେ ଲଜ୍ଜା ବା ଶିଷ୍ଟତା ପ୍ରକାଶ ପାଉନାହିଁ। ସଂଖ୍ୟାଲଘୁ, ବିଶେଷକରି ମୁସଲମାନଙ୍କର ଦାନବୀକରଣ ଏବଂ ଅମାନବୀୟକରଣ କରି ଅପହରଣ ଏବଂ ଯୌନଗତ ହିଂସା ପାଇଁ ସାର୍ବଜନୀନ ସ୍ଥାନରେ ପ୍ରକାଶ କରାଯାଉଛି।
ଆମେ ଭାରତର ଆଭ୍ୟନ୍ତରୀଣ ଓ ବାହ୍ୟ କ୍ଷତି ଯାହା କରିଛୁ ତାହା ଦୀର୍ଘଦିନ ରହିବ। ଆମ ବିରୋଧରେ ଯେଉଁ ଅଭିଯୋଗ ଉଠୁଛି ତାହାକୁ ଗ୍ରହଣ କରୁ ନ ଥିବାରୁ ଏଭଳି ହେବ ଏବଂ ବିଶ୍ୱ ଆମ ବିରୋଧରେ ଏମିତି କହିଚାଲିବ। ଏଭଳି କାର୍ଯ୍ୟରେ ସ୍ବାର୍ଥ ରହିଛି ବୋଲି ଶାସକ ଦଳ ମନେକରୁଥିବାରୁ ତାହା ସେମିତି ଜାରି ରହିବ। ହରିଦ୍ୱାର ଘଟଣାରେ ଆଟର୍ନି ଜେନେରାଲ(ଏଜି) କୋର୍ଟ ଅବମାନନା ପାଇଁ ଜଣେ ପୂଜକ ଯତି ନରସିଂହାନନ୍ଦଙ୍କ ବିରୋଧରେ ମକଦ୍ଦମା ଚଳାଇବା ଲାଗି ମଞ୍ଜୁରୀ ଦେଇଛନ୍ତି। ”ଯେଉଁମାନେ ଉକ୍ତ ବ୍ୟବସ୍ଥାରେ, ଏହି ରାଜନେତାଙ୍କ ଉପରେ, ସୁପ୍ରିମକୋର୍ଟ ଏବଂ ଆର୍ମି ଉପରେ ବିଶ୍ୱାସ କରନ୍ତି, ସେମାନେ ସମସ୍ତେ କୁକୁର ଭଳି ମରିବେ“, ନରସିଂହାନନ୍ଦଙ୍କ ଉକ୍ତ ମନ୍ତବ୍ୟ ସାଧାରଣରେ ସୁପ୍ରିମକୋର୍ଟଙ୍କ ଅଧିକାର କ୍ଷୁଣ୍ଣ କରିବା ଭଳି ଏକ ସିଧାସଳଖ ପ୍ରୟାସ ବୋଲି ଏଜି ଜାଣିବାକୁ ପାଇଥିବା କହିଛନ୍ତି। ପୂଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଜଣେ ଆକ୍ଟିଭିଷ୍ଟ ଦାବି କରି ଚିଠି ଦେବା ପରେ ଏଜି ଏହା ପ୍ରକାଶ କହିଛନ୍ତି। ହେଲେ ସରକାର କାହିଁକି ତାଙ୍କ ପକ୍ଷରୁ ଏଭଳି କଲେ ନାହିଁ? ବିଶ୍ୱ କାହିଁକି ଆମ ସମ୍ପର୍କରେ ଏଭଳି କହୁଛି ତାହାର ଉତ୍ତର ହିଁ ଏଥିରୁ ମିଳିଯାଉଛି। ସାଧାରଣରେ ମୁସଲମାନଙ୍କ ବିରୋଧୀ ଆହ୍ବାନ ସମ୍ପର୍କରେ କେନ୍ଦ୍ର ସରକାର ବା ଶାସକ ଦଳ ସମ୍ପୂର୍ଣ୍ଣ ଉଦାସୀନ। ଏ ସମ୍ପର୍କରେ ମୁଁ ତିନି ଦଶନ୍ଧି ଧରି ଲେଖି ଆସୁଛି। କିନ୍ତୁ ଯେତେବେଳେ ନିୟନ୍ତ୍ରଣ ବାହାରକୁ ଚାଲିିଯାଉଛି ସେତେବେଳେ ସାଧାରଣରେ ଏଭଳି ପ୍ରକାଶ କରାଯାଉଛି। ଆମ ସହରର ରାସ୍ତାଗୁଡ଼ିକରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସାକୁ ପ୍ରୋତ୍ସାହିତ କରିବା ସମୟରେ ପରିଣାମ କ’ଣ ହୁଏ ତାହା ଆମେ ଦେଖିଛେ। ଦେଖିବାକୁ ଗଲେ ଆମେ ଏବେ ଏକ ବିପଜ୍ଜନକ ସ୍ଥିତିରେ ରହିଛେ ଏବଂ ବିଶ୍ୱ ସମୁଦାୟ ଆମ ପାଇଁ ବିବ୍ରତ। ସେମାନେ ଯାହା କହୁଛନ୍ତି ତାହା ଶୁଣିବା ଏବଂ ଯେଉଁ ବିପଜ୍ଜନକ ସ୍ଥିତିରେ ରହିଛେ ସେଥିରୁ ପଛକୁ ହଟି ଆସିବା ହିଁ ଆମ ପାଇଁ ବୁଦ୍ଧିମାନର କାର୍ଯ୍ୟ ହେବ। ନରସଂହାର ବା ଗଣହତ୍ୟା ଭଳି ଶବ୍ଦ ଯେ କେତେ ଭୟଙ୍କର ସେ ସମ୍ପର୍କରେ ଚିନ୍ତା ନ କରିବା ଆଦୌ ସୁରକ୍ଷିତ ନୁହେଁ।

  • ଆକାର ପଟେଲ

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri