କାଳ ହେଲା ଫୋନ୍‌ କଲ୍‌

ବାହାନଗା,୨୫ା୧(ଡି.ଏନ.ଏ.)- ଶନିବାର ରାତିରେ ଆସିଲା ଏକ ଫୋନ୍‌ କଲ୍‌। କାହାକୁ କିଛି ନ ଜଣାଇ ଘରୁ ବାହାରି ଯାଇଥିଲେ ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ଓଷଙ୍ଗ ଗ୍ରାମର ସୁରେନ୍ଦ୍ର ମଳିକଙ୍କ ବଡ଼ପୁଅ ଜୟନ୍ତ। ହେଲେ ସୋମବାର ଅପରାହ୍ନରେ ହାତଗୋଡ଼ ବନ୍ଧା ଅବସ୍ଥାରେ ତାଙ୍କ ମୃତଦେହ ସମୁଦ୍ର ବାଲିରୁ ଜବତ ହୋଇଛି। ସୁଚିନ୍ତିତ ଭାବେ ତାଙ୍କୁ ହତ୍ୟା କରାଯାଇ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଗ୍ରାମର ଜଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।
ପୋଲିସ ସୂଚନା ଅନୁଯାୟୀ, ଫୋନ୍‌ କଲ ପାଇ ଜୟନ୍ତ ଘରୁ ବାହାରିଯାଇ ଥିଲେ ମଧ୍ୟ ରାତିରେ ଘରକୁ ଫେରି ନ ଥିଲେ। ତାଙ୍କ ସ୍ତ୍ରୀ ପାର୍ବତୀ ଓ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନ ପାଇବାରୁ ଜୟନ୍ତଙ୍କ ନିଖୋଜ ବାବଦରେ ଗୋପାଳପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ପୂର୍ବଶତୃତାକୁ କେନ୍ଦ୍ର କରି ଗ୍ରାମର ୩ ଯୁବକ ତାଙ୍କୁ ଅପହରଣ କରିନେଇ ଥିବା ଅଭିଯୋଗରେ ଦର୍ଶାଇଥିଲେ। ଗୋପାଳପୁର ଫାଣ୍ଡି ପୋଲିସ୍‌ ସୋମବାର ସକାଳେ ତଦନ୍ତ କରିବା ସହିତ ଅଟାସପୁର ଝାଉଁ ଜଙ୍ଗଲରୁ ତାଙ୍କ ରକ୍ତଭିଜା ସାର୍ଟ ଜବତ କରିଥିଲା। ଅପରାହ୍ନରେ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ମାଛ ମାରି ଘରକୁ ଫେରୁଥିବା ବେଳେ ଅଟାସପୁର ସ୍ଥିତ ବଡ଼ଧନା ନିକଟସ୍ଥ ସମୁଦ୍ର କୂଳଠାରୁ ୧ କିି.ମି. ଦୂର ବାଲିରେ ଜୟନ୍ତଙ୍କ ମୃତଦେହ ପୋତା ଯାଇଥିବା ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଖନ୍ତାପଡ଼ା ଥାନା ଆଇଆଇସି ପରେଶ୍‌ ରାଉତ ଓ ଗୋପାଳପୁର ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲେ। ଜୟନ୍ତଙ୍କ ଦୁଇହାତ ଓ ଗୋଡ଼ ବନ୍ଧାଯାଇ ପଛପଟୁ ମାରଣାସ୍ତ୍ରରେ ଆକ୍ରମଣ କରାଯାଇ ଥିବା ଦେଖିବାକୁ ମିଳିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମଉଲିକ୍‌ ସୁବିଧାରୁ ବଁଚିତ୍‌: ଭଗବାନ ଭରସାରେ ଦେଢ଼ଶୁଳି ପଁଚେତ୍‌ବାସୀ

  ଭବାନୀପାଟଣା, ୨୫।୨ (ଡି.ଏନ୍‌.ଏ.)- ଜନସାଧାରନ କେନ୍‌ଥେଇ ସୁବିଧାରେ ସରକାରୀ ସେବା, ଯୋଜନାର ଲାଭ ପାଇପାରବେ ସେଥିରଲାଗି ରାଏଜ୍‌ ସରକାର ନୂତନ୍‌ ପଁଚେତ୍‌ମାନ୍‌ ଗଠନ୍‌ କରିଥିଲେ।...

ଆଠମଲ୍ଲିକ ବିଧାୟକଙ୍କ ଖବରଦାତା ସମ୍ମିଳନୀ : ସ୍ବର୍ଣ୍ଣ ତ୍ରିଭୁଜ ପର୍ଯ୍ୟଟନସ୍ଥଳ ପାଇଁ ଦିଆଯିବ ପ୍ରସ୍ତାବ

ଅନୁଗୋଳ ଅଫିସ, ୮।୬- ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ବିଧାୟକ ରମେଶ ଚନ୍ଦ୍ର ସାଏ। ପ୍ରଶାସନିକ କ୍ଷେତ୍ରରେ ଥିବା ନିଜର ଦୀର୍ଘବର୍ଷର...

ଋଷ୍ୟଶୃଙ୍ଗ-ଶାନ୍ତାକୁମାରୀଙ୍କ ବିବାହ

ବାସୁଦେବପୁର, ୧୬ା୬(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ପଢ଼ୁଁଆ ପଞ୍ଚାୟତ ସରପୋଖରୀଆଡ଼ିଠାରେ ଋଷ୍ୟଶୃଙ୍ଗ ସାଂସ୍କୃତିକ ଅନୁଷ୍ଠାନ ଆନୁକୂଲ୍ୟରେ ଋଷ୍ୟଶୃଙ୍ଗ-ଶାନ୍ତାକୁମାରୀଙ୍କ ବିବାହ ଉତ୍ସବ ୩ଦିନ ଧରି ଅନୁଷ୍ଠିତ ହୋଇଯାଇଛି।...

ଚନ୍ଦକା ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୪ଶହ ଲିଟର ରନ୍ଧାମଦ ଜବତ, ୨ ଗିରଫ

କଟକ ରୋଡ, ୧୫।୧୧(ଡି.ଏନ୍‌.ଏ.): ଭୁବନେଶ୍ୱର ଅବକାରୀ ଓ ମୋବାଇଲ ସ୍କ୍ବାର୍ଡ ଶୁକ୍ରବାର ରାଜଧାନୀର ଚନ୍ଦକା ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ମହିଳାଙ୍କ ସମେତ ୨...

ଘରଘର ବୁଲି ଛାତ୍ରୀଛାତ୍ର୍ରଙ୍କୁ ପାଠ୍ୟପୁସ୍ତକ ବାଣ୍ଟିଲେ ଶିକ୍ଷକ

ବୁଗୁଡ଼ା,୩୦ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଛାତ୍ରୀଛାତ୍ରଙ୍କ ଘରକୁ ଘର ବୁଲି ପାଠ୍ୟପୁସ୍ତକ ବଣ୍ଟନ କରିଛନ୍ତି।...

ଆଗକୁ ତାତି ଅସମ୍ଭାଳ

ଭୁବନେଶ୍ୱର,୨୬।୫(ବ୍ୟୁରୋ): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ଦେଉଛି। ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟରେ...

ସୁଦର୍ଶନ ସାହୁ ପାଇବେ କଳିଙ୍ଗ ରତ୍ନ ସମ୍ମାନ

କଟକ ଅଫିସ, ୧୭।୪: ପ୍ରସିଦ୍ଧ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ଚଳିତବର୍ଷ ‘କଳିଙ୍ଗ ରତ୍ନ’ ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସାରଳା ସାହିତ୍ୟ ସଂସଦ...

ସିଂହଦ୍ୱାର ସମ୍ମୁଖରେ ସାଂସ୍କୃତିକ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମ:ଘୋଡ଼ା ନାଚରେ କମ୍ପିଲା ବଡ଼ଦାଣ୍ଡ

ପୁରୀ ଅଫିସ, ୧୧ା୮: ସିଂହଦ୍ୱାର ସମ୍ମୁଖରେ ପୁଣି ଜମିଲା ରବିବାରିଆ ସକାଳ। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତ ସାଉଣ୍ଟିଥିଲେ ନିଆରା ଅନୁଭୂତି। ଭାବ ଭକ୍ତିର...

Advertisement
Archives

Model This Week