ଆଗକୁ ବିପଦ କୋଭିଡ୍‌ ଆବର୍ଜନା

ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ),୧୪ା୬: ମହାମାରୀ କରୋନାର ଦ୍ୱିତୀୟ ଲହର କ୍ରମଶଃ ଦୁର୍ବଳ ହେବାରେ ଲାଗିଥିବାବେଳେ କୋଭିଡ୍‌ ରୋଗୀଙ୍କ ଚିକିତ୍ସାରୁ ବାହାରୁଥିବା ବ୍ୟବହୃତ ଡାକ୍ତରୀ ଉପକରଣର ଗଦା ଗଦା ଆବର୍ଜନା ସାରା ଦେଶ ପାଇଁ ଆଉ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗତ ଏପ୍ରିଲରୁ ମେ’ ମାସ ମଧ୍ୟରେ ଏଭଳି ବାୟୋମେଡିକାଲ୍‌ ଓ୍ବେଷ୍ଟ (ବିଏମ୍‌ଡବ୍ଲ୍ୟୁ/ବି-ଓ୍ବେଷ୍ଟ)ରେ ୫୦% ବୃଦ୍ଧି ଘଟିଛି। ସର୍ବାଧିକ ସଂକ୍ରମଣ ବୋଝ ସହିଥିବା ରାଜ୍ୟଗୁଡ଼ିକ ପାଇଁ ଏହା ବେଶି ବିପଦ ସାଜିଛି। ଚଳିତବର୍ଷ ସୃଷ୍ଟି ହୋଇଥିବା ବି-ଓ୍ବେଷ୍ଟ ମଧ୍ୟରୁ ଅଧା କେବଳ ୫ଟି ରାଜ୍ୟରେ ରହିଛି। ଏକ ରିପୋର୍ଟ ଅନୁସାରେ ଓଡ଼ିଶାରେ ଦିନକୁ ୬.୬୫ ଟନ୍‌ ବାୟୋମେଡିକାଲ ବର୍ଜ୍ୟବସ୍ତୁ ସୃଷ୍ଟି ହେଉଛି। ତେଣୁ ଆଗକୁ ସେଗୁଡ଼ିକୁ ବୈଜ୍ଞାନିକ ଉପାୟରେ ନଷ୍ଟ କରା ନ ଗଲେ ବିଷାକ୍ତ ଆବର୍ଜନା ଉଭୟ ସ୍ବାସ୍ଥ୍ୟ ଓ ପରିବେଶ ପାଇଁ ହାନିକାରକ ହେବ ବୋଲି ଡାକ୍ତର ଓ ବିଶେଷଜ୍ଞମାନେ ମତ ଦେଇଛନ୍ତି।
କୋଭିଡ୍‌ ଚିକିତ୍ସାରେ ବ୍ୟବହୃତ ସିରିଞ୍ଜ, ଗ୍ଲୋଭ୍‌ସ, ଫେସ୍‌ ଶିଲ୍ଡ, ପିପିଇ କିଟ୍‌, ଡିସ୍ପୋଜେବୁଲ ବେଡ୍‌ଶିଟ୍‌ ଆଦିର ଉପଯୁକ୍ତ ଟ୍ରିଟ୍‌ମେଣ୍ଟ କରାଯାଉ ନାହିଁ। ସଂକ୍ରମଣର ଦ୍ୱିତୀୟ ଲହରରେ ଏଭଳି ବର୍ଜ୍ୟବସ୍ତୁ ଏଣେତେଣେ ପଡ଼ିରହିଥିବା ଦେଖିବାକୁ ମିଳୁଛି। ଏହା ଆଗକୁ ସଂକ୍ରମଣ ବୃଦ୍ଧିର କାରଣ ସାଜିପାରେ। ଏହା କରୋନା ଭଳି ଜନସ୍ବାସ୍ଥ୍ୟ ସମସ୍ୟାକୁ ଜନ୍ମ ଦେଇପାରେ ବୋଲି ଡାକ୍ତର ଓ ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ବାୟୋମେଡିକାଲ ଓ୍ବେଷ୍ଟ ମ୍ୟାନେଜମେଣ୍ଟ ରୁଲ୍ସ, ୨୦୧୬ ଅନୁସାରେ ଦୂରନ୍ତ ସ୍ଥାନରେ ଗଭୀର ଗାତ ଖୋଳି ଏଭଳି ଆବର୍ଜନାକୁ ବୈଜ୍ଞାନିକ ଉପାୟରେ ପୋତି ନଷ୍ଟ କରାଯିବା ପାଇଁ ନିୟମ ରହିଛି। ତେବେ ଅନେକ ରାଜ୍ୟ ମ୍ୟୁନିସିପାଲିଟି ଗାଡ଼ିରେ ସେଗୁଡ଼ିକୁ ବୋହି ନଈନାଳ ଓ ଖୋଲାପଡ଼ିଆରେ ଫୋପାଡ଼ିଦେଉଛନ୍ତି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ସଂଗୃହୀତ ତଥ୍ୟାନୁସାରେ ୨୦୨୧ ମେ’ରେ କୋଭିଡ୍‌ଜନିତ ବାୟୋମେଡିକାଲ ଆବର୍ଜନା ଦୈନିକ ୨୦୩ ଟନ୍‌ (ଟିପିଡି) ସୃଷ୍ଟି ହୋଇଛି। ଅଣକୋଭିଡ୍‌ ସମୟ ତୁଳନାରେ ଏହା ୩୩% ଅଧିକ। ଏଥିରୁ କେବଳ କେରଳ, ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀ ଓ କର୍ନାଟକରେ ୫୦% ବି-ଆବର୍ଜନା ସୃଷ୍ଟି ହୋଇଛି। ମେ’ ୧୦ରେ ସର୍ବାଧିକ ୨୫୦ ବିଏମ୍‌ଡବ୍ଲ୍ୟୁ ସୃଷ୍ଟି ହୋଇଥିଲା। ୨୦୨୦ରେ ମହାମାରୀର ପ୍ରଥମ ଲହର ବେଳେ ଏହାର ପରିମାଣ ଥିଲା ୧୮୦-୨୦୦ ଟିପିଡି। ୨୦୨୧ ଫେବୃୟାରୀରେ ଦ୍ୱିତୀୟ ଲହର ଆରମ୍ଭ ହେବା ପରେ କୋଭିଡଜନିତ ବିଏମ୍‌ଡବ୍ଲ୍ୟୁ ୫୩ ଟିପିଡି ଥିବାବେଳେ ଗତ ମାସରେ ଏହା ୨୦୩ ଟିପିଡିରେ ପହଞ୍ଚତ୍ଥିଲା। ସେଥିରୁ ଦୈନିକ କେରଳରେ ୨୩.୭୧ ଟନ୍‌, ଗୁଜରାଟ ୨୧.୯୮ ଟନ୍‌, ମହାରାଷ୍ଟ୍ର ୧୯.୦୨ ଟନ୍‌ ଓ ଦିଲ୍ଲୀରେ ୧୮.୭୯ ଟନ୍‌ ଆବର୍ଜନା ବାହାରିଥିଲା। ସେହିପରି ଦୈନିକ ୫ ଟନରୁ ଊର୍ଦ୍ଧ୍ୱ କୋଭିଡ୍‌ ଆବର୍ଜନା ସୃଷ୍ଟିକାରୀ ରାଜ୍ୟଗୁଡ଼ିକ ମଧ୍ୟରେ ରହିଛି ଆନ୍ଧ୍ରପ୍ରଦେଶ (୯.୯୯), ହରିୟାଣା (୧୩.୧୧), କର୍ନାଟକ (୧୬.୯୧), ମଧ୍ୟପ୍ରଦେଶ (୭.୩୨), ଓଡ଼ିଶା (୬.୬୫), ତାମିଲନାଡୁ (୧୩.୫୭), ଉତ୍ତରପ୍ରଦେଶ (୧୫.୯୧) ଓ ପଶ୍ଚିମବଙ୍ଗ (୫.୭୨)। ଏହି ରାଜ୍ୟଗୁଡ଼ିକରେ ମୋଟ ୧୯୮ଟି କମନ୍‌ ବାୟୋମେଡିକାଲ ଓ୍ବେଷ୍ଟ ଟ୍ରିଟ୍‌ମେଣ୍ଟ ଫାସିଲିଟି ରହିଛି। ସେଥିରୁ ସର୍ବାଧିକ ୨୯ଟି ମହାରାଷ୍ଟ୍ରରେ ଥିବାବେଳେ କର୍ନାଟକରେ ୨୬ ଓ ଗୁଜରାଟରେ ୨୦ଟି ରହିଛି। ସର୍ବାଧିକ ଆବର୍ଜନା ସୃଷ୍ଟିକାରୀ ରାଜ୍ୟ କେରଳରେ ମାତ୍ର ଗୋଟିଏ କମନ୍‌ ଫାସିଲିଟି ରହିଛି। ଏର୍ନାକୁଲମ୍‌ ଜିଲାରେ ଦ୍ୱିତୀୟ ଫାସିଲିଟି ନିର୍ମାଣ ପାଇଁ ଉଦ୍ୟମ ଚାଲିଛି।
ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ ଏନ୍‌ଭାଇରନ୍‌ମେଣ୍ଟ (ସିଏସ୍‌ଇ) ପକ୍ଷରୁ ନିକଟରେ ଜାରି ୨୦୨୧ ଷ୍ଟେଟ୍‌ ଅଫ୍‌ ଇଣ୍ଡିଆଜ୍‌ ଏନ୍‌ଭାଇରନ୍‌ମେଣ୍ଟ ରିପୋର୍ଟ ଅନୁସାରେ ଦେଶରେ ବାୟୋମେଡିକାଲ ଟ୍ରିଟ୍‌ମେଣ୍ଟ ସୁବିଧାର ବହୁ ଅଭାବ ରହିଛି। ୨୦୧୭ରେ ୫୫୯ ଟିପିଡି ବାୟୋମେଡିକାଲ ଆବର୍ଜନା ସୃଷ୍ଟି ହୋଇଥିବାବେଳେ ୨୦୧୯ରେ ଏହା ୬୧୯ରେ ପହଞ୍ଚତ୍ଥିଲା। ଏହି ସମୟ ମଧ୍ୟରେ ବିଏମ୍‌ଡବ୍ଲ୍ୟୁ ଟିଟ୍‌ମେଣ୍ଟ ୯୨.୮%ରୁ ୮୮%କୁ ଖସିଆସିଥିଲା। ବିହାରରେ ୬୯% ଏବଂ କର୍ନାଟକରେ ୪୭% ବିଏମ୍‌ଡବ୍ଲ୍ୟୁକୁ ଟ୍ରିଟ୍‌ମେଣ୍ଟ କରାଯାଇ ନ ଥିଲା। ପ୍ରାଇଭେଟ ହସ୍ପିଟାଲ୍ସ ଆଣ୍ଡ ନର୍ସି ହୋମ୍ସ ଆସୋସିଏଶନ (ପିଏଚ୍‌ଏ) ଅଧ୍ୟକ୍ଷ ଏଚ୍‌.ଏମ୍‌. ପ୍ରସନ୍ନଙ୍କ ମତରେ ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ବେଳେ ଅଧିକ ପରିମାଣର ବାୟୋମେଡିକାଲ ଓ୍ବେଷ୍ଟ ସୃଷ୍ଟି ହୋଇଛି। ପ୍ରାକ୍‌ କୋଭିଡ୍‌ ସମୟ ତୁଳନାରେ ବର୍ତ୍ତମାନ ଏହାର ପରିମାଣ ୪ରୁ ୫ଗୁଣ ଅଧିକ। ପୂର୍ବରୁ ଏହାକୁ ଯଥାସ୍ଥାନରେ ଫୋପାଡ଼ି ନଷ୍ଟ କରିବା ପାଇଁ କିଲୋ ପିଛା ୧୦-୧୩ ଟଙ୍କା ଖର୍ଚ୍ଚ ହେଉଥିଲା। ବର୍ତ୍ତମାନ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି)କୁ ବାଦ୍‌ ଦେଇ କିଲୋ ପ୍ରତି ୫୮ ଟଙ୍କା ଖର୍ଚ୍ଚ ହେଉଛି। ଏକ ଛୋଟ ହସ୍ପିଟାଲରୁ ଦୈନିକ ଏଭଳି ୧୦୦ କେ.ଜି ଆବର୍ଜନା ବାହାରୁଛି। ଗ୍ରାମାଞ୍ଚଳରେ ସଂକ୍ରମଣ ବଢ଼ୁଥିବାରୁ ରୋଗୀଙ୍କ ଚିକିତ୍ସାରେ ଏପରି ଉପକରଣର ବ୍ୟବହାର ମଧ୍ୟ ବଢ଼ିଛି। ତେଣୁ ଜିଲାଗୁଡ଼ିକରେ ମଧ୍ୟ ସ୍ଥିତି ଚିନ୍ତାଜନକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri