ବିପଦ ସାଜିଲା ବ୍ଲୁ ଫ୍ଲାଗ୍‌ ବିଚ୍‌

ପୁରୀ ଅଫିସ,୨୯।୧୦: ବ୍ଲୁ ଫ୍ଲାଗ ବିଚ୍‌ ବାଥିଂ ଜୋନ୍‌ରେ ଗାଧୋଉଥିବାବେଳେ ବୁଡ଼ିଯାଇଥିବା ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତଦେହ ବୁଧବାର ହୋଟେଲ ପିଙ୍କ୍‌ ହାଉସ୍‌ ପଛ ସମୁଦ୍ରରୁ ଉଦ୍ଧାର କରାଯାଇଛି। ସେ ହେଲେ ଝାଡଖଣ୍ଡ ରାଞ୍ଚତ୍ର ବିନୟ ରାଏଙ୍କ ପୁଅ ତନୀଷ ବିନୟ(୧୬)। ସେ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ। ମଙ୍ଗଳବାର ବ୍ଲୁ ଫ୍ଲାଗ ବିଚ୍‌ରେ ଗାଧୋଉଥିବାବେଳେ ହଠାତ୍‌ ଭାସି ଯାଇଥିଲେ। ସେଠାରେ ମୁତୟନ ଲାଇଫ୍‌ଗାର୍ଡମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀର ଗୋଟିଏ ଟିମ୍‌ ନୂଆନଈଠାରୁ ହୋଟେଲ ଷ୍ଟର୍ଲିଂ ପର୍ଯ୍ୟନ୍ତ ସମୁଦ୍ରରେ ଖୋଜାଖୋଜି କରିଥିଲେ ମଧ୍ୟ ତନୀଷଙ୍କର ସନ୍ଧାନ ପାଇ ନ ଥିଲେ। ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ହୋଟେଲ ପିଙ୍କ୍‌ ହାଉସ୍‌ ପଛ ପାର୍ଶ୍ୱ ସମୁଦ୍ରରେ ତନୀଷଙ୍କ ମୃତଦେହ ଭାସୁଥିବା ଦେଖି ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଥିଲେ।
ବ୍ଲୁ ଫ୍ଲାଗ ବିଚ୍‌ରେ ଗାଧୋଇବାବେଳେ ଏହି ଅଘଟଣ ଘଟିଥିବାରୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବୁଧବାର ଜିଲାପାଳ ଏବଂ ବ୍ଲୁ ଫ୍ଲାଗ ବିଚ୍‌ ପରିଚାଳନା ସଂସ୍ଥା ନଁାରେ ସମୁଦ୍ରକୂଳ ଥାନାରେ ଏତଲା ଦିଆଯାଇଛି। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏହି ଏତଲା ଦେଇଛନ୍ତି। ସେ ଏତଲାରେ ଦର୍ଶାଇଛନ୍ତି, ପ୍ରାୟ ପ୍ରତିବର୍ଷ ଝଡ଼ ତୋଫାନ ଭଳି ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରିଥାଏ ପୁରୀ ବେଳାଭୂମି। ଅନେକ ସମୟରେ ଜୁଆର ରାସ୍ତା ପର୍ଯ୍ୟନ୍ତ ମାଡ଼ି ଆସିଥାଏ। ହେଲେ ତରବରିଆ ଭାବେ ଏହାକୁ ବ୍ଲୁ ଫ୍ଲାଗ ବିଚ୍‌ ଭାବେ ଘୋଷଣା କରାଯିବା ଏବଂ ଏଠାରେ ଗାଧୋଇବାବେଳେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିବା ପରେ ଏଠାରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏଥିପାଇଁ ଜିଲା ପ୍ରଶାସନକୁ ଦାୟୀ କରି ଜିଲାପାଳ ଏବଂ ବିଚ୍‌ ପରିଚାଳନା ସଂସ୍ଥା ନଁାରେ ଥାନାରେ ଏତଲା ଦିଆଯାଇଛି। ଗତ ୧୧ ତାରିଖରେ ପୁରୀର ସ୍ବର୍ଣ୍ଣାଭ ବେଳାଭୂମିକୁ ବ୍ଲୁ ଫ୍ଲାଗର ମାନ୍ୟତା ମିଳିଛି। ୩୩ଟି ମାନଦଣ୍ଡକୁ ପୂରଣ କରିବା ପରେ ଏହି ଅନ୍ତର୍ଜାତୀୟ ସଫଳତା ପାଇଥିଲା ପୁରୀ ବେଳାଭୂମୀ। ଯେଉଁଥିରେ ସୁରକ୍ଷିତ ସ୍ନାନ ଥିଲା ଅନ୍ୟତମ। ମାତ୍ର ବ୍ଲୁ ଫ୍ଲାଗ ମାନ୍ୟତା ମିଳିବାର ୧୬ ଦିନ ମଧ୍ୟ ଏଠାରେ ଘଟିଛି ଏହି ବଡଧରଣର ଅଘଟଣ। ଫଳରେ ଏଠାରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲିଟିଲ ମିସ ଗ୍ଲୋବାଲ ଇଣ୍ଟରନ୍ୟାଶନାଲ ବିଜେତାଙ୍କୁ ଭବ୍ୟ ସାଗତ: ଡିଜେ ବଜାଇ ପାଛୋଟି ନେଲେ..

ଲୋଇସିଂହା,୧।୧(ସୁଶାନ୍ତ ବାରିକ):ମହାରାଷ୍ଟ୍ରର ସାଙ୍ଗଲୀ ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଆୟୋଜିତ ଲିଟିଲ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତାରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା...

ବିଧାୟକଙ୍କ ହୋଡିଂରେ ନାହିଁ ଟାଣୁଆ ନେତା ରାମଚନ୍ଦ୍ର ପଣ୍ଡାଙ୍କ ଫଟୋ, ସହରରେ ଚର୍ଚ୍ଚା

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ ): ଆଜି ହେଉଛି ବର୍ଷର ପ୍ରଥମ ଦିବସ ତଥା ନୂଆବର୍ଷ। ଏହି ଦିନକୁ ଗାଁଠୁ ସହର ସବୁଠି ଧୂମଧାମର ପାଳନ କରୁଛନ୍ତି ସମସ୍ତେ।...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ରବି-ଶୁଭ ଏବଂ ଶୁକ୍ଳ ଯୋଗ ନୂତନ ବର୍ଷ ଆରମ୍ଭ: ଏହି ୩ ରାଶି ଲୋକଙ୍କର ବଲ୍ଲେ-ବଲ୍ଲେ

ନୂତନ ବର୍ଷ ୨୦୨୬ ଆଜିଠାରୁ ଆରମ୍ଭ ହୋଇଛି। ଜ୍ୟୋତିଷ ଦୃଷ୍ଟିକୋଣରୁ, ଏହି ବର୍ଷର ପ୍ରଥମ ଦିନଟି ଗୁରୁତ୍ୱପୂର୍ଣ୍ଣ କାରଣ ଚନ୍ଦ୍ର ସକାଳୁ ସକାଳୁ ଗମନ କରିଥିବାବେଳେ,...

ଆଜିଠାରୁ ୮ମ ବେତନ କମିଶନ ଲାଗୁ: ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଫାଇଦା, ଏତିକି ବଢିଯିବ…

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ସମସ୍ତଙ୍କ ପାଇଁ ଖୁସିର ଦିନ ହେବାକୁ ଯାଉଥିବା ବେଳେ, ନୂତନ ବର୍ଷର ଆରମ୍ଭ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବିଶେଷ ହେବାକୁ...

ଜିଲା ପାଇଁ ଗୌରବ ଆଣିଲେ ଆକାଶ: ଜିତିଲେ…

ଭବାନୀପାଟଣା,୧ା୧(ଉତ୍ତମ କୁମାର ଦାଶ):ଭୁବନେଶ୍ୱର ଓଲ୍‌ଡ଼ ଡିଏସ୍‌ୱାଇଏସ୍‌ ଇଣ୍ଡୋର ଷ୍ଟାଡିୟମରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ ପାରା ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।...

ନୂଆବର୍ଷରେ ଚିଲିକାରେ ବଡ଼ ଅଘଟଣ: ମଝି ଚିଲିକାରେ ଫସିଲା ଭସାପୋଲ

କୃଷ୍ଣପ୍ରସାଦ,୧।୧: ନୂଆବର୍ଷରେ ଚିଲିକାରେ ଏକ ଅଘଟଣ ଘଟିଯାଇଛି। ଏଠାରେ ଏକ ଯାତ୍ରୀବାହୀ ଭସାପୋଲ ଫସିଯାଇଛି। ମଝି ଚିଲିକାରେ ୫୦ ଯାତ୍ରୀ, ଗୋଟିଏ ବସ ଓ ୨ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri