ବୈତରଣୀ ସେତୁ ପ୍ରତି ବିପଦ

ଯାଜପୁର ଅଫିସ/କୋରେଇ(ସ୍ବ.ପ୍ର.),୫।୨: ଯାଜପୁର, କେନ୍ଦୁଝର ଓ ଭଦ୍ରକ ଜିଲାର ସୀମାରେଖା ଭାବେ ବୈତରଣୀ ନଦୀ ପରିଚିତ। ଏହି ୩ ଜିଲା ମଧ୍ୟରେ ଗମନାଗମନ ଓ ଯୋଗାଯୋଗର ଏକମାତ୍ର ମାଧ୍ୟମ ହୋଇଛି ବୈତରଣୀ ସେତୁ। ବହୁ ଦାବି ପରେ ମୁଖ୍ୟମନ୍ତ୍ରୀ ୨୦୧୩ରେ ବୈତରଣୀ ସେତୁର ଲୋକାର୍ପଣ କରିଥିଲେ। ଏବେ ସେତୁର ସମୁଦାୟ ୨୫ ସ୍ପାନ୍‌ ମଧ୍ୟରୁ ୧୦ ଓ ୨୩ ନମ୍ବର ପିଲର ପ୍ରାୟ ୬ ଇଞ୍ଚ ଦବି ଯାଇଛି। ଫଳରେ ସେତୁର କେତେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ତଥାପି ସେତୁ ଦେଇ ବାଲି ବୋଝେଇ ଭାରିଯାନ ଚଳାଚଳ କରୁଛି। ଏଥିଯୋଗୁ ସେତୁ ପ୍ରତି ବିପଦ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଯାଜପୁର, କେନ୍ଦୁଝର ଓ ଭଦ୍ରକ ଜିଲାର ପ୍ରାୟ ୨୦ ପଞ୍ଚାୟତବାସୀ ବୈତରଣୀ ନଦୀ ଉପରେ ସେତୁ ନିର୍ମାଣ ପାଇଁ ଦୀର୍ଘଦିନରୁ ଦାବି କରି ଆସୁଥିଲେ। ଶେଷରେ ସେହି ଦାବିକୁ ସରକାର ଗ୍ରହଣ କରିଥିଲେ। କୋରାଇ ବ୍ଲକର ମୁକୁନ୍ଦପୁର ପଞ୍ଚାୟତ ଅଧୀନ ମଥୁରାପୁରରେ ବୈତରଣୀ ସେତୁ ନିର୍ମାଣକୁ ମଞ୍ଜୁରୀ ମିଳିଥିଲା। କୃଷି, ବ୍ୟବସାୟ, ଗମନାଗମନ ଓ ଯୋଗାଯୋଗ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ଏହି ସେତୁ ଏବେ ଦୁର୍ବଳ ହେବାରେ ଲାଗିଛି। ୩ ଜିଲାକୁ ସଂଯୋଗ କରୁଥିବା ଏହି ସେତୁ ପ୍ରତି ପ୍ରଶାସନିକ ଅଧିକାରୀମାନଙ୍କ ବେପରୁଆ ନୀତି ଓ ବାଲି ମାଫିଆଙ୍କ ବେଫିକର ଭାରିଯାନ ଚଳାଚଳ କାଳ ହୋଇଛି। ଏହି ସେତୁ ଉପରେ ଭାରିଯାନ ଚଳାଚଳକୁ ପୂର୍ତ୍ତ ବିଭାଗ ତରଫରୁ ନିଷିଦ୍ଧ କରାଯାଇଥିବା ବେଳେ ବାଲି ବ୍ୟବସାୟୀମାନେ ଏହାକୁ ମାନୁ ନାହାନ୍ତି। ସେତୁର ସ୍ପାନ୍‌ ଦବୁ କି ଭାଙ୍ଗିପଡୁ ସେଥିପ୍ରତି ସେମାନଙ୍କ ଖାତିରି ନାହିଁ।
ବୈତରଣୀ ନଦୀ ବାମପାଖ କେନ୍ଦୁଝର ଜିଲା ହାଟଡିହ ତହସିଲର ହାବଳେଶ୍ୱର, ଡିମିରିଆ, ଜମ୍ଭରା ବାଲିଘାଟ ସମେତ ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ମୁକୁନ୍ଦପୁର ପଞ୍ଚାୟତର ୩ ବାଲିଘାଟରେ ଏବେ ମେଶିନ ସହାୟତାରେ ନିର୍ଦ୍ଧାରିତ ପରିମାଣଠାରୁ ବହୁ ଗୁଣରେ ବାଲି ଉତ୍ତୋଳନ କରାଯାଉଛି। ଏପରି କି ସେତୁର ଅତି ନିକଟରୁ ବାଲି ଉଠାଯାଇ ବିନା ରୋଡ ମ୍ୟାପ୍‌ରେ ମଥୁରାପୁର-ଷଠିପୁର ରାସ୍ତାରେ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଛି। ମଥୁରାପୁର ସେତୁରେ ଫାଟ ସୃଷ୍ଟି ହେବା ଓ ଦବିବା ସଂକ୍ରାନ୍ତରେ ବର୍ଷକ ପୂର୍ବରୁ ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲାା ହେଲେ ପ୍ରଶାସନର ନୀରବତା ବାଲି ବ୍ୟବସାୟୀଙ୍କୁ ବେଶ ସୁହାଉଛି। ପ୍ରଶାସନର ଏଭଳି ଅବହେଳା ଫଳରେ ୨୦୧୧ର ପ୍ରଳୟଙ୍କରୀ ବନ୍ୟାରେ ବୁଢ଼ାନଦୀ ଉପରିସ୍ଥ ରୁଢିଆ ସେତୁ ଭୁଶୁଡି ପଡ଼ିଥିଲା।

ବ୍ୟାସନଗର ତହସିଲ ପକ୍ଷରୁ ଜଳସେଚନ ବିଭାଗର ବିନା ପରାମର୍ଶରେ ବୈତରଣୀ ସେତୁ ନିକଟରେ ଏକାଧିକ ବାଲିଖାଦାନ ପାଇଁ ଲିଜ୍‌ ଦିଆଯାଇଛି। ମେଶିନରେ ବାଲି ଉତ୍ତୋଳନ କରାଯାଉଛି। ଓଭରଲୋଡିଂ ଯୋଗୁ ବୈତରଣୀ ସେତୁର ସ୍ଥାୟିତ୍ୱ ପ୍ରତି ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ଅଞ୍ଚଳବାସୀ ବିଭାଗୀୟ ଅଧିକାରୀଙ୍କ ନିକଟରେ ଏକାଧିକ ଥର ଅଭିଯୋଗ କରିଛନ୍ତି। ହେଲେ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri