ଚାଷକୁ ବିପଦ

ନାରାୟଣ ଚନ୍ଦ୍ର ବିଶ୍ୱାଳ

ରାଜ୍ୟରେ ଏବେ ଅଗ୍ନି ବର୍ଷୁଛି। କେତେକ ଉପକୂଳ ଅଞ୍ଚଳକୁ ଛାଡ଼ିଦେଲେ ଓଡ଼ିଶାର ସମସ୍ତ ସହର ଏବେ ସତେଯେମିତି ତତଲା କଡ଼େଇରେ ଭାଜି ହେଉଛି। ଏଣେ ମୌସୁମୀ ଶୁଣାଇଲାଣି ଡରିବା ଭଳି ଖବର। ଏଥର ମୌସୁମୀ ବର୍ଷା ସ୍ବାଭାବିକଠାରୁ କମ୍‌ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ପ୍ରଶାନ୍ତ ମହାସାଗରରୁ ସୃଷ୍ଟ ଉତ୍ତପ୍ତ ବାୟୁ ଏଲ୍‌ନିନୋ ଭାରତରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ଗୁରୁତର ଭାବେ ପ୍ରଭାବିତ କରିବ ବୋଲି ଆଶଙ୍କା କରାଗଲାଣି। ଭାରତ ହେଉଛି ଏଭଳି ଏକ କୃଷିପ୍ରଧାନ ଦେଶ ଯେଉଁଠି ୬୦ରୁ ଊର୍ଦ୍ଧ୍ୱ ପ୍ରତିଶତ ଜମି ଆକାଶର ବର୍ଷାଜଳ ଉପରେ ନିର୍ଭର କରି ଫସଲ ଉପୁଜାଇବାକୁ ସମର୍ଥ ହୋଇଥାଏ। ବିଶେଷକରି ଓଡ଼ିଶାରେ ଜଳସେଚନ ବ୍ୟବସ୍ଥା ଅଧିକ ଉତ୍କଟ। ଏଠି ୬୦ ପ୍ରତିଶତ ଜମି ଅଣଜଳସେଚିତ। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନକୁ ଶୁଣି ଚାଷୀମାନଙ୍କ ମୁଣ୍ଡ ଘୂରାଇଦେଲାଣି। ସତେଯେମିତି ପ୍ରକୃତି ସେମାନଙ୍କ ଉପରେ ଦାଉ ସାଧୁଛି। ଆଗାମୀ ମୌସୁମୀ ଯଦି ଅସ୍ବାଭାବିକ ହୁଏ ତା’ହେଲେ ରାଜ୍ୟର କୃଷି ଓ କୃଷକଙ୍କ ସମସ୍ୟା ଅଧିକ ଜଟିଳ ହୋଇପଡ଼ିବ। ପାଣିପାଗ ଉପରେ କାହାର ହାତ ନାହିଁ ସତ, କିନ୍ତୁ ଆଜି ପର୍ଯ୍ୟନ୍ତ କୃଷି କ୍ଷେତ୍ରକୁ ଉପତ୍ାଦନକ୍ଷମ କରିବା ପାଇଁ ସେଭଳି କୌଣସି ବିକଳ୍ପ ବ୍ୟବସ୍ଥା ସଫଳ ହୋଇପାରିନାହିଁ। କେନାଲ ଖୋଳାଯାଇଛି, କିନ୍ତୁ ଏଥିରେ ପାଣି ଆସିପାରିନାହିଁ। ଅନେକ ସ୍ଥାନରେ କେନାଲ ଏବେ ବି ଅସମ୍ପୂର୍ଣ୍ଣ, ଅଗଭୀର ତଥା ଅନାବନା ଗଛରେ ପରିପୂର୍ଣ୍ଣ ହୋଇ ପୋତି ହୋଇଗଲାଣି। ନଈ କିମ୍ବା ଡ୍ୟାମ୍‌ ମୁଣ୍ଡରୁ ପାଣି ଛାଡ଼ିଲେ ବି ତାହା ବିଲରେ ପହଞ୍ଚତ୍ବା ସମ୍ଭବପର ନୁହେଁ। ତା’ ପରେ ପୁଣି ଦୁର୍ବଳ ମୌସୁମୀ ଆଶଙ୍କା। ଏସବୁକୁ ଭାବିଲାବେଳକୁ ଚାଷୀଭାଇର ମଥା ଘୂରିଲାଣି। ଏଲ୍‌ନିନୋ ପ୍ରଭାବରୁ ଦୁର୍ବଳ ମୌସୁମୀ ଯୋଗୁ ହାରାହାରି ବୃଷ୍ଟିପାତ ଏଥର ୯୫ ପ୍ରତିଶତ ରହିବା ପୂର୍ବାନୁମାନ କରାଯାଉଛି।
ସାଧାରଣତଃ ୯୦ରୁ ୯୬ ପ୍ରତିଶତ ବର୍ଷାକୁ ସ୍ବାଭାବିକତାଠାରୁ କମ୍‌ ବୃଷ୍ଟିପାତ କୁହାଯାଇଥାଏ। ୯୬ରୁ ୧୦୪ ପ୍ରତିଶତକୁ ସ୍ବାଭାବିକ ବୃଷ୍ଟି ଏବଂ ଏହାଠାରୁ ଅଧିକ ବର୍ଷାହେଲେ ତାହା ଉତ୍ତମ ମୌସୁମୀ ବୋଲି ପାଣିପାଗ ବିଶେଷଜ୍ଞ ପର୍ଯ୍ୟାୟବଳୀ କରିଛନ୍ତି। ପୂର୍ବାନୁମାନରେ ୫ ପ୍ରତିଶତ ଓଲମବିଲମ ହୋଇପାରେ। ଅବଶ୍ୟ ଗତଥର ସ୍ବାଭାବିକ ବୃଷ୍ଟିପାତ ହେବବୋଲି ଆଶଙ୍କା କରାଯାଉଥିବାବେଳେ ତାହା ୧୦୬ ପ୍ରତିଶତ ରହିଥିଲା। ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ଭାରତୀୟ କୃଷି ଓ କୃଷକର ଏକ ଜୀବନରେଖା। ମୌସୁମୀ ବାୟୁ ଯଦି ଦୁର୍ବଳ ହୁଏ ତେବେ ବୃଷ୍ଟିପାତ କମିବା ଯୋଗୁ ବିଶେଷ ଭାବରେ ଧାନ, ସୋୟାବିନ୍‌, କପା, ମକା ଆଦି ଖରିଫ୍‌ ଫସଲ ଗୁରୁତର ପ୍ରଭାବିତ ହେବ। ଦେଶରେ ଖାଦ୍ୟସ୍ଫୀତି ବଢ଼ିବାରେ ଲାଗିଛି। ଏଣେ ମୌସୁମୀ ଲୁଚକାଳି ଖେଳିବା ଆଶଙ୍କା ଅତ୍ୟାବଶ୍ୟକ ଖାଦ୍ୟସାମଗ୍ରୀର ଦରଦାମ୍‌କୁ ଆହୁରି ବଢ଼ାଇବ।
ସ୍ବାଧୀନତାର ଅନେକ ବର୍ଷ ପରେ ମଧ୍ୟ କୃଷିକୁ ସ୍ବାବଲମ୍ବନଶୀଳ କରିବାରେ ଆମେ ସକ୍ଷମ ହୋଇପାରିନେ। କୃଷି ପ୍ରତି ଦିନକୁ ଦିନ ଉତ୍ସାହ କମୁଛି ସିନା, କିନ୍ତୁ ଆଗ୍ରହ ସୃଷ୍ଟି ହେଉନି। କ୍ରମାଗତ ଭାବେ ଶସ୍ୟକ୍ଷେତ୍ର ସଂକୁଚିତ ହେବାରେ ଲାଗିଛି। ମହାରାଷ୍ଟ୍ରର ବିଦର୍ଭଠାରୁ ଓଡ଼ିଶାର ବରଗଡ଼ ପର୍ଯ୍ୟନ୍ତ ସବୁଠି କୃଷକ ଆତ୍ମହତ୍ୟାର କରୁଣ ପ୍ରତିଛବି। ଚାଷକୁ ବେଉସା କରି ବଞ୍ଚତ୍ବାକୁ ବିଶେଷକରି କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭରସି ପାରୁନାହିଁ। ଫଳରେ ସେ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ କିମ୍ବା ଅନ୍ୟକିଛି ଧନ୍ଦା କରିବାକୁ ପସନ୍ଦ କରୁଛି ପଛେ, ଚାଷଜମିମୁହଁା ହୋଇପାରୁନି। ଅନ୍ୟପଟେ ଉପତ୍ାଦିତ ଶସ୍ୟର ଉଚିତ ମୂଲ୍ୟ ମଧ୍ୟ ଚାଷୀଟି ପାଇପାରୁନି। ଅନିୟନ୍ତ୍ରିତ ବଜାର ବ୍ୟବସ୍ଥା ଦଲାଲଙ୍କ ପ୍ରାଦୁର୍ଭାବ, ସାଉକାରର ଋଣ ବୋଝ ସହିତ ପ୍ରକୃତିର କୃଷକ ପ୍ରତି ସୀମାହୀନ ସଂଘାତ କୃଷିକ୍ଷେତ୍ରକୁ ବିପର୍ଯ୍ୟସ୍ତ କରିପକାଉଛି। ସାରଠାରୁ କୀଟନାଶକ ଓ ବିହନ ପର୍ଯ୍ୟନ୍ତ ସବୁକିଛି ନକଲି, ଏଣେ ଏସବୁର ବି ଦର ଆକାଶଛୁଆଁ। ସରକାର ସବ୍‌ସିଡ଼ି ବାବଦରେ ଏସବୁ ଯାହାକୁ ଯୋଗାଉଛନ୍ତି ସେମାନେ ଜମିମାଲିକ ସିନା, କିନ୍ତୁ ମାଟିରେ ଯୁଝିବା ଜାଣିନାହାନ୍ତି। କୃଷକକୁ ଓ କୃଷିକୁ ବଞ୍ଚାଇବା ପାଇଁ ଆମେ ସେଭଳି କୌଣସି ବ୍ୟବସ୍ଥାଟିଏ ସୃଷ୍ଟି କରିବାରେ ଏବେବି ଅସମର୍ଥ ହୋଇଛେ। ଫାଇଲିନ୍‌ ଉଜାଡ଼ିଥିବା ଫସଲର କ୍ଷତିପୂରଣ ଆଜି ବି ଚାଷୀଙ୍କ ପାଖରେ ଅପହଞ୍ଚ ରହିଛି। ଶସ୍ୟବୀମା ଓ ଅନ୍ୟାନ୍ୟ ଯୋଜନା ଘୋଷଣା ଚାଲିଥିଲେ ବି ବାସ୍ତବତାଠାରୁ ବହୁ ଦୂରରେ। କେବଳ କୃଷି ବଜେଟଟିଏ କରି ବାହାବା ନେଲେ ଚଳିବନି। କୃଷକଙ୍କ ପ୍ରତି ପ୍ରକୃତ ଦରଦ ଓ ଆନ୍ତରିକତା ଦେଖାଇବାକୁ ପଡ଼ିବ। ନଚେତ୍‌ ପ୍ରକୃତିଗତ ଦୁର୍ବଳ ମୌସୁମୀ, ଝଡ଼, ବାତ୍ୟା, ବନ୍ୟା ଓ ମରୁଡ଼ି ସହିତ ମନୁଷ୍ୟକୃତ ଶାସନଗତ ଅବହେଳା କୃଷିକ୍ଷେତ୍ରକୁ ବିପର୍ଯ୍ୟସ୍ତ କରିପକାଇବ। ମୌସୁମୀକୁ ସବଳ କରିବା ପାଇଁ ହୁଏତ ପାଣିପାଗ ବିଶେଷଜ୍ଞଙ୍କ ହାତର କଥା ନୁହେଁ, କିନ୍ତୁ ଏକ ବିକଳ୍ପ କୃଷି ପାଇଁ କିଭଳି ଜଳସଂରକ୍ଷଣ ବ୍ୟବସ୍ଥା କରାଯାଇପାରିବ ସେଥିପ୍ରତି ଆମ ସମସ୍ତଙ୍କୁ ଏବେ ଚିନ୍ତା କରିବାକୁ ପଡ଼ିବ। ନଚେତ୍‌ ଖାଦ୍ୟ ପାଇଁ ଏଠି ନଅଙ୍କ ଦୁର୍ଭିକ୍ଷ ପରିସ୍ଥିତିର ପୁନରାବୃତ୍ତି ହେବା ଅସମ୍ଭବ ନୁହେଁ। ସମସ୍ୟା କେବଳ ଓଡ଼ିଶାର ନୁହେଁ, ଜାତୀୟ ସ୍ତରରେ ମଧ୍ୟ ଏହା ଉଦ୍‌ବେଗର ବିଷୟ ପାଲଟିଛି।
କଟିକଟା, ମଙ୍ଗଳପୁର, ଯାଜପୁର
ମୋ: ୯୪୩୮୨୭୬୭୬୦


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri