ଚିରସ୍ରୋତା ନଦୀ ପ୍ରତି ବିପଦ

ଶ୍ୱ ତାପମାତ୍ରା ବୃଦ୍ଧି ଯୋଗୁ ହିମାଳୟର ହିନ୍ଦୁକୁଶ ରେଜିୟନ (ଏଚ୍‌କେଏଚ୍‌)ରୁ ଉପର ନଦୀଗୁଡ଼ିକର ଜଳ ଧାରା ପ୍ରତି ଏବେ ବିପଦ ଦେଖାଦେଇଛି। ହିନ୍ଦୁକୁଶ ଅଞ୍ଚଳରୁ ବାହାରିଥିବା ନଦୀଗୁଡ଼ିକ ଚିରସ୍ରୋତା ଭାବେ ପରିଚିତ। ମୌସୁମୀ ଋତୁରେ ବର୍ଷା ଏବଂ ଗ୍ରୀଷ୍ମଋତୁରେ ବରଫ ତରଳିବା ଯୋଗୁ ଏହି ନଦୀଗୁଡ଼ିକରେ ବର୍ଷର ସବୁଦିନେ ଜଳଧାରା ରହିଥିବାରୁ ଏହାକୁ ଚୀରସ୍ରୋତା ନଦୀ ବୋଲି କୁହାଯାଇଥାଏ। ଦି ଇଣ୍ଟରନ୍ୟାଶନାଲ ମେଣ୍ଟର ଫର୍‌ ଇଣ୍ଟିଗ୍ରେଟେଡ ମାଉଣ୍ଟେନ ଡେଭଲପମେଣ୍ଟ(ଆଇସିଆଇଏମ୍‌ଓଡି)ପକ୍ଷରୁ ନିକଟରେ ପ୍ରକାଶିତ ଏଚ୍‌କେଏଚ୍‌-୨୦୨୫ ସ୍ନୋ-ଅପଡେଟ ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି ତାହା ଯେତିକି ଉଦ୍‌ବେଗଜନକ ସେତିକି ଚିନ୍ତାଜନକ। ରିପୋର୍ଟରେ କୁହାଯାଇଛି ଯେ, ୨୦୨୦-୨୧ରୁ ୨୦୨୪-୨୫ ମଧ୍ୟରେ ପାଞ୍ଚଟି ଶୀତଋତୁ ମଧ୍ୟରୁ ଚାରିଟିରେ ତୁଷାରପାତ ସ୍ବାଭାବିକ ସ୍ତରଠାରୁ କମ୍‌ ରହିଛି। ୨୦୨୪-୨୫ ଶୀତ ଋତୁରେ ସ୍ବାଭାବିକ ସ୍ତରଠାରୁ ତୁଷାରପାତ ୨୩.୬ ପ୍ରତିଶତ କମ୍‌ ଥିବା ରିପୋର୍ଟରେ କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଯେତେବେଳେ ଗ୍ରୀଷ୍ମଋତୁରେ ବରଫ ତରଳେ ସେତେବେଳେ ହିନ୍ଦୁକୁଶ ହିମାଳୟରୁ ୧୨ଟି ବଡ଼ ବଡ଼ ନଦୀ ଏକ ଚତୁର୍ଥାଂଶ ଜଳ ପ୍ରଦାନ କରିଥାଏ। ଏହି ନଦୀଗୁଡ଼ିକ ମଧ୍ୟରେ ଗଙ୍ଗା, ଯମୁନା, ସିନ୍ଧୁ, ବ୍ରହ୍ମପୁତ୍ର, ମେକଙ୍ଗ, ଅମୁଦାର୍ଯ୍ୟ, ସାଲ୍ବନ ଆଦି ଅନ୍ୟତମ ତଥା ଜଣାଶୁଣା। ତେବେ ଶୀତ ଋତୁରେ ବରଫପାତରେ କ୍ରମାଗତ ଅନିୟମିତତା ଯୋଗୁ ଏହି ନଦୀଗୁଡ଼ିକ ଅବବାହିକାରେ ବସବାସ କରୁଥିବା ୨ ବିଲିୟନ ବା ୨୦୦ କୋଟିରୁ ଅଧିକ ଲୋକ ଭବିଷ୍ୟତରେ ଖରାଦିନେ ଉକତ୍ଟ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହେବା ରିପୋର୍ଟରେ ଆଇସିଆଇଏମ୍‌ଓଡି ଚେତାବନୀ ଦେଇଛି। କେବଳ ପାନୀୟ ଜଳ ନୁହେଁ, କୃଷି କ୍ଷେତ୍ରରେ ଜଳସେଚନ ଏବଂ ଜଳ ବିଦ୍ୟୁତ ଉତ୍ପାଦନ ଗୁରୁତର ଭାବେ ବାଧାପ୍ରାପ୍ତ ହେବା ନେଇ ରିପୋର୍ଟରେ ଆଶଙ୍କା ପ୍ରକାଶ ପାଇଛି।
ଭାରତରେ ପ୍ରବାହିତ ନଦୀଗୁଡ଼ିକ, ଯେଉଁ ସମସ୍ତ ହିମାଳୟରୁ ବାହାରିଛି, ସେଠାର ଉପର ମୁଣ୍ଡରେ ଚଳିତବର୍ଷ ବରଫପାତ ସ୍ବାଭାବିକ ତୁଷାରପାତ ୨୩.୬ ପ୍ରତିଶତ କମ୍‌ ରହିଥିବା ବେଳେ ମେକଙ୍ଗ ଅବବାହିକାରେ ଏହାର ସ୍ବାଭାବିକ ସ୍ତରଠାରୁ ୫୧.୯ ପ୍ରତିଶତ କମ୍‌ ରହିଥିବାବେଳେ ଗାଲୱିନ ଅବବାହିକାରେ ୪୮.୩ ପ୍ରତିଶତ କମ୍‌ ରହିଛି। ସେହିପରି ବ୍ରହ୍ମପୁତ୍ର ଅବବାହିକାରେ ତୁଷାରପାତ ସ୍ବାଭାବିକ ସ୍ତରଠାରୁ ୨୭.୯ ପ୍ରତିଶତ ହ୍ରାସ ପାଇଛି। କହିବା ବାହୁଲ୍ୟ ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ ଗଙ୍ଗା ଅବବାହିକାରେ ତୁଷାରପାତ ହାର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏହା ନିଃସନ୍ଦେହ ଯେ, ବିଶ୍ୱ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅନବରତ ଭାବେ ହିନ୍ଦୁକୁଶ ହିମାଳୟ ରେଜିୟନରେ ତୁଷାରପାତ ହ୍ରାସ ପାଇବାରେ ଲାଗିଛି। ବିଶ୍ୱ ତାପମାତ୍ରା ବୃଦ୍ଧି ପ୍ରଭାବରେ ହିନ୍ଦୁକୁଶ ହିମାଳରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି ବୋଲି ଏକ ଗବେଷଣାମତ୍କ ସର୍ଭେ ରିପୋର୍ଟରେ କୁହାଯାଇଛି। ଆଇସିଆଇଏମ୍‌ଓଡି ରିପୋର୍ଟରେ କୁହାଯାଇଛି ଯେ, ପ୍ୟାରିସ ଜଳବାୟୁ ଚୁକ୍ତିନାମାରେ ବିଶ୍ୱତାପନକୁ ୧.୫ଡିଗ୍ରୀ ସେଲସିୟସ୍‌ରେ ସୀମିତ ରଖିବା ପାଇଁ ବିଶ୍ୱ ସମ୍ମିଳନୀ ଘୋଷଣା କରିଛି। ଯଦି ୧.୫ ଡିଗ୍ରୀଠାରୁ ବିଶ୍ୱ ତାପମାତ୍ରା ବୃଦ୍ଧି ପାଏ, ତେବେ ହିନ୍ଦୁକୁଶ ହିମାଳୟ ଅଞ୍ଚଳରେ ତାପମାତ୍ରା ୦.୩ ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇବ ବୋଲି ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଆଇସିଆଇଏମ୍‌ଓଡିର ବୈଜ୍ଞାନିକମାନେ ମଧ୍ୟ ସତର୍କ ଦେଇ କହିଛନ୍ତି ଯେ, ଯଦି ଏହି ଧାରା ଜାରି ରହେ, ତେବେ ନଦୀ ଅବବାହିକାରେ ଅଞ୍ଚଳ ଉକତ୍ଟ ଜଳାଭାବର ସମ୍ମୁଖୀନ ହେବ, ଯାହାର ପରିଣତି ସ୍ବରୂପ ଭୂତଳ ଜଳ ଉପରେ ନିର୍ଭରଶୀଳତା ବୃଦ୍ଧି ପାଇବା ସହ ମରୁଡ଼ିର ଆଶଙ୍କା ବୃଦ୍ଧି ପାଇବ।
ସରକାର ଓ ଜଳ ସଂସ୍ଥାଗୁଡ଼ିକ ଜଳ ସଞ୍ଚୟ ଯୋଜନା ପ୍ରସ୍ତୁତ କରିବା ସହ ମରୁଡ଼ି ପ୍ରତିକ୍ରିୟାରେ ଉନ୍ନତି ଆଣିବା ଏବଂ ସମ୍ବଳଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଭାବେ ପରିଚାଳନା ପାଇଁ ବୈଜ୍ଞାନିକ ତଥ୍ୟ ବ୍ୟବହାର କରି ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଯେଉଁ ପରାମର୍ଶ ଦେଇଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେହୁଏ। ଏଥିଲାଗି ନୀତି ନିର୍ଦ୍ଧାରକମାନେ ଦୀର୍ଘମିଆଦ ଭିତ୍ତିରେ ସ୍ବଳ୍ପ ଜଳରେ ଚାଷ ଏବଂ ମରୁଡ଼ିର ସ୍ଥାୟୀ ପ୍ରତିକାର ପାଇଁ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଏଥିସହ ହିମାଳୟ ପାଦଦେଶରେ କୃଷିଜମିକୁ ଜନବସତି ଅଞ୍ଚଳରେ ବଦଳକୁ ବନ୍ଦ କରିବା ଜରୁରୀ। ଏହା ନିଃସନ୍ଦେହ ଯେ, ହିମାଳୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ନିୟନ୍ତ୍ରଣ ପାଇଁ ସବୁମତେ ଜରୁରୀ। ଅନ୍ୟଥା ଚୀରସ୍ରୋତା ନଦୀଗୁଡ଼ିକ ଆଗାମୀ ଦିନରେ ଶୁଖିଲା ପଡ଼ିବ।
ଗାଙ୍ଗୋତ୍ରୀ ନଗର, ଶିଶୁପାଳଗଡ଼, ଭୁବନେଶ୍ୱର
ମୋ: ୭୯୭୮୬୬୬୪୦୩


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri