ବିପଦ ସଂକୁଳ ହାଇମାଷ୍ଟ ଲାଇଟ୍‌ ଖୁଣ୍ଟ

ଖଣ୍ଡପଡା,୨୪ା୭(ଅଜୟ କୁମାର ମହାରଣା): କଣ୍ଟିଲୋ ଯାତ୍ରାପଦା ବଜାର ଛକ ଉପରେ ଲାଗିଥିବା ହାଇମାସ୍କ ଲାଇଟ ଦୀର୍ଘ ବର୍ଷ ହେଲା ଅକାମୀ ହୋଇ ପଡଛି। ଏବେ ଏହାର ଖୁଣ୍ଟଟିର ନିମ୍ନ ଭାଗ ନଷ୍ଟ ହୋଇ ବିପଦ ସୃଷ୍ଟି କରିଛି। ଘରୋଇ ବିଦ୍ୟୁତ୍‌ ଲାଇନ ସଂଯୋଗ ହୋଇଥିବା ଟଣକା ତାରରେ ଅଟକି ରହିଥିବାରୁ ଏହା କେତେବେଳେ ଯେ ବିପଦ ଘଟାଇବ କହିହେବ ନାହିଁ। ଏହି ଖୁଣ୍ଟ ପାଖ ଦେଇ ପ୍ରତ୍ୟେହ ଯାତାୟତ କରୁଥିବା ଜନସାଧାରଣଙ୍କ ନଜର ରହିଥିଲେ ହେଁ ଏହାକୁ ଉଠାଇ ଦେବାକୁୁ ଯେପରି କାହାର ଆନ୍ତରିକତା ନାହିଁ।
ଅପରପକ୍ଷରେ ଦୀର୍ଘବର୍ଷ ହେଲା ଅକାମୀ ହୋଇ ପଡ଼ିଥିବା ଏହି ଲାଇଟର ମାଲିକ କିଏ, ରକ୍ଷଣା ବେକ୍ଷଣ କାହାର ଦାୟିତ୍ୱ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୨୦୦୩ରେ ତତ୍କାଳୀନ ଭୁବନେଶ୍ୱର ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀଙ୍କ ପାଣ୍ଠିର ଅର୍ଥ ବ୍ୟୟ ବରାଦ କରାଯାଇ ବିଭିନ୍ନ ପଞ୍ଚାୟତକୁ ହାଇମାକ୍ସ ଲାଇଟ ଯୋଗାଇ ଦିଆଯାଇଥିଲା। ଏହି ଯୋଜନାରେ କଣ୍ଟିଲୋ ପଞ୍ଚାୟତ ଅଧୀନ ଶ୍ରୀନୀଳମାଧବ ଜୀଉ ମନ୍ଦିର ପୂର୍ବଦ୍ୱାର ଓ କଣ୍ଟିଲୋ ଯାତ୍ରାପଦା ବଜାର ଛକରେ ଗୋଟିଏ ଲେଖାଏଁ ଏପରି ୨ଟି ହାଇମାକ୍ସ ଲାଇଟ ଲଗାଯାଇଥିଲା। ମାତ୍ର ଲାଇଟ ଲାଗିବାର ୨ବର୍ଷ ନ ପୂରୁଣୁ ସମ୍ପୃକ୍ତ ଲାଇଟଗୁଡିକ ଅକାମୀ ହୋଇ ପଡ଼ିଥିଲା। ଏ ସମ୍ପର୍କରେ ବିଦ୍ୟୁତ ବିଭାଗକୁ ଜଣାଇବା ସତ୍ତ୍ୱେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ଆମର ନୁହେଁ ତାହା ପଞ୍ଚାୟତର ବୋଲି କହୁଛନ୍ତି। ପଞ୍ଚାୟତ ପକ୍ଷରୁ ମଧ୍ୟ ଏହି ଖୁଣ୍ଟର ଦାୟିତ୍ୱ ଆମର ନୁହଁ ବୋଲି କହି ଆସୁଛନ୍ତି। ତେବେ କାର୍ଯ୍ୟକ୍ଷମ ହେଉ ନ ଥିବା ଏହି ଲାଇଟଗୁଡିକ ଦୀର୍ଘ ୧୯ ବର୍ଷରୁ ଊର୍ଦ୍ଧ୍ୱ ହେବ ରକ୍ଷଣାବେକ୍ଷଣ ଅଭାବରୁ ବଜାର ଛକରେ ରହିଛି। ସମ୍ପୃକ୍ତ ଖଣ୍ଟର ନିମ୍ନ ଭାଗରେ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି। ଖୁଣ୍ଟର ୯୦ ଭାଗ ଅଂଶ ନଷ୍ଟ ହୋଇ ମାତ୍ର ଅଳ୍ପ କିଛି ଅଂଶରେ ଅଟକି ରହିଥିବା ପରିଲକ୍ଷିତ ହେଉଛି। ଖୁଣ୍ଟର ଉପରି ଭାଗରେ କୌଣସି ଏକ ଘରୋଇ ବିଦ୍ୟୁତ୍‌ ଲାଇନର ଟଣକା ତାରରେ ଅଟକି ରହିଥିବା ଜଣାପଡ଼ିଛି। ଏହି ଖଣ୍ଟକୁ ତୁରନ୍ତ ହଟାଇବାକୁ ବିଦ୍ୟୁତ୍‌ ବିଭାଗ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଜଣାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଜଣାଯାଇଛି। ତେବେ ସ୍ଥାନୀୟ ସରପଞ୍ଚ ଶ୍ରୀୟାରାଣୀ ବେହେରାଙ୍କୁ ପଚାରିବାରେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି। ଖୁଣ୍ଟଟି ଯେଉଁ ଅବସ୍ଥାରେ ରହିଛି ତାହା କେତେବେଳେ ଭାଙ୍ଗି ବିପଦ ସୃଷ୍ଟି କରିବ କହି ହେଉନାହିଁ। ତେଣୁ ତୁରନ୍ତ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଞ୍ଚାୟତ କର୍ତ୍ତୃପକ୍ଷ କିମ୍ବା ବିଦ୍ୟୁତ୍‌ ବିଭାଗ ଯତ୍ନବାନ ହେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri