ହୀରାକୁଦ ଡ୍ୟାମ୍‌ ପ୍ରତି ବଢୁଛି ବିପଦ

ସମ୍ବଲପୁର,୧୬ା୯(ବ୍ୟୁରୋ): ଲପୁଚାପ ବର୍ଷାରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇ ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ପାଖରେ ପହଞ୍ଚତ୍ୟାଇଛି। ରିପୋର୍ଟ ଅନୁସାରେ ୭ଦିନ ଭିତରେ ଡ୍ୟାମ୍‌ରେ ପ୍ରାୟ ୮ଫୁଟ୍‌ ଜଳ ବୃଦ୍ଧି ପାଇଛି। ଗତ ୯ତାରିଖରେ ଜଳସ୍ତର ୬୨୦.୯୫ଫୁଟ୍‌ ରହିଥିଲା। ଏବେ ଏହା ୬୨୮.୭୫ରେ ପହଞ୍ଚତ୍ଛି। ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ଓ ସେଠାକାର ଡ୍ୟାମ୍‌ଗୁଡିକ ଖୋଲିଦିଆଯାଇଥିବାରୁ ଆଶାଠାରୁ ଅଧିକ ପରିମାଣ ଜଳ ପ୍ରବେଶ କରୁଛି। ପ୍ରତି ସେକେଣ୍ଡରେ ୫ ଲକ୍ଷ ୪୭ ହଜାର ୯୨୯ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୮୪ ହଜାର ୩୯୬ କ୍ୟୁସେକ ଜଳ ନିଷ୍କାସନ ହେଉଛି। ଜଳ ପ୍ରବେଶ କରିବା ପରିମାଣ ଧୀରେ ଧୀରେ ବୃଦ୍ଧି ପାଉଛି। ହେଲେ ସେହି ତୁଳନାରେ ନିଷ୍କାସନ ପରିମାଣ କମ୍‌ ରହିଛି। ତେଣୁ ହୀରାକୁଦ ଡ୍ୟାମ୍‌ ବିପଦ ମୁହାଁ ହେଉଥିବା ଆଲୋଚନା ହେଉଛି। ଏଥିପାଇଁ ପରିଚାଳନଗତ ତ୍ରୁଟି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ମୌସୁମୀ ବର୍ଷା ଧୋକ୍କା ଦେଇଥିଲା। ସେପ୍ଟେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଡ୍ୟାମ୍‌ରେ ଜଳସ୍ତର କମ୍‌ ରହିଥିଲା। ତେଣୁ ଗେଟ୍‌ ଖୋଲାଯାଇ ନ ଥିଲା। ଲଘୁଚାପ ବର୍ଷାରେ ହଠାତ୍‌ ଜଳସ୍ତର ବୃଦ୍ଧି ପାଇଥିଲା। ମଙ୍ଗଳବାର ଗେଟ ଖୋଲାଯାଇଥିଲା। ସେ ସମୟରେ ଜଳସ୍ତର ୬୨୬.୮୩ ଫୁଟ୍‌ ରହିଥିବା ବେଳେ ୨ ଲକ୍ଷ ୧୦ ହଜାର ୩୧୨ କ୍ୟୁସେକ ଜଳ ପ୍ରବେଶ କରୁଥିଲା। କର୍ତ୍ତୃପକ୍ଷ ରୁଲକର୍ଭ ପାଳନ କରି ଡ୍ୟାମ୍‌ରେ ଜଳସ୍ତରକୁ ପରିଚାଳନ କରି ନ ଥିଲେ। ତେଣୁ ଏବେ ଜଳସ୍ତର ସର୍ବାଧିକ ଜଳଧାରଣ କ୍ଷମତା ଅର୍ଥାତ୍‌ ୬୩୦ଫୁଟ୍‌ ପାଖରେ ପହଞ୍ଚତ୍ ଯାଇଛି। ଏହାକୁ ନେଇ ବରଗଡ଼ ଓ ଝାରସୁଗୁଡ଼ା, ସମ୍ବଲପୁର ଜିଲାର ଡ୍ୟାମ୍‌ ଉପାନ୍ତ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।

ବରଗଡ଼ ଜିଲା ଚିକିଲି ଓ ଆଖପାଖ କେତେକ ଗ୍ରାମରେ ପିଛିଲା ପାଣି ପ୍ରବେଶ କରିଛି। ଏଥିପାଇଁ କର୍ତ୍ତୃପକ୍ଷଙ୍କୁ ଲୋକେ ଦାୟୀ କରିଛନ୍ତି। ପୂର୍ବରୁ କୃଷି କାର୍ଯ୍ୟକୁ ନେଇ ଜଳଭଣ୍ଡାର ପରିଚାଳନା ହେଉଥିଲା। ହେଲେ ଏବେ କମ୍ପାନୀକୁ ପାଣି ଯୋଗାଇବା ପ୍ରାଥମିକତା ଦିଆଯାଉଛି। ତେଣୁ ପ୍ରତିଦିନ କମ୍ପାନୀ ଯେତେ ପରିମାଣରେ ପାଣି ନେଉଛନ୍ତି ହିସାବ କରି ବର୍ଷତମାମ ଗଚ୍ଛିତ ରଖିବାକୁ ପଡୁଛି। କମ୍ପାନୀ ପାଇଁ ଡ୍ୟାମ୍‌କୁ ବିପଦ ଆଡକୁ ଠେଲି ଦିଆଯାଉଥିବା କୁହାଯାଉଛି।

ଆସନ୍ତା ୧୮ରେ ପୁଣି ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ଆହୁରି ଚିନ୍ତା ବଢାଇ ଦେଇଛି। ଯଦି ଗେଟ୍‌ ଖୋଲିବା ସଂଖ୍ୟା ବୃଦ୍ଧି କରାଯାଏ ତା’ହେଲେ ସମ୍ବଲପୁର ସହରବାସୀ ଓ ମହାନଦୀ ତଳମୁଣ୍ଡରେ ବସବାସ କରୁଥିବା ଲୋକଙ୍କ ପ୍ରତି ବିପଦ ରହିଛି। ଏହି ସମ୍ପର୍କରେ ଡ୍ୟାମ୍‌ ମୁଖ୍ୟ ନିର୍ବାହୀଯନ୍ତ୍ରୀ ଆନନ୍ଦଚନ୍ଦ୍ର ସାହୁ କହିଛନ୍ତି, ପରିଚାଳନାରେ କୌଣସି ତ୍ରୁଟି ହୋଇନାହିଁ। ଉପରମୁଣ୍ଡରେ ଜଳ ପ୍ରବେଶ କରୁଛି। ଏପଟେ ଜଳ ନିଷ୍କାସନ କରାଯାଉଛି । ପ୍ରବେଶ ପରିମାଣ ବୃଦ୍ଧି ହେଲେ ନିଷ୍କାସନ ମଧ୍ୟ ଅଧିକ କରାଯିବ। କୌଣସି ସମସ୍ୟା ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ କ୍ଲିନିକ ଲାଗି ଅନଲାଇନ୍‌ ରେଜିଷ୍ଟ୍ରେଶନ୍‌ ଆରମ୍ଭ

ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟରେ ଥିବା  ଘରୋଇ କ୍ଲିନିକ ଲାଗି ଶନିବାର ଅନଲାଇନ୍‌ ରେଜିଷ୍ଟ୍ରେଶନ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଦ୍ୱାରା ପ୍ରାୟ ୧୮ ଶହ ପ୍ରାଇଭେଟ୍‌ କ୍ଲିନିକ୍‌...

ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଯିଏ ରଖିଥିବ ସେ ଦାୟୀ: ସଚିବ

ଭୁବନେଶ୍ୱର,୮ା୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କର ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଛି। ଏପରିିସ୍ଥଳେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୯୨ କୋଟି ଟଙ୍କାର ଭବିଷ୍ୟତ ଆଶଙ୍କାରେ ରହିଛି। ଏହାକୁ ନେଇ ଏବେ...

ଡାକ୍ତରଙ୍କ ଅଭିଯୋଗରେ ମାମଲା ରୁଜୁ

ନିଶ୍ଚିନ୍ତକୋଇଲି, ୨୨ା୭ (ସ୍ବ.ପ୍ର): ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ମଙ୍ଗଳବାର ରାତିରେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏଥିରେ ରୋଗୀଙ୍କ ସମ୍ପର୍କୀୟମାନେ ଡାକ୍ତରଙ୍କ...

ମଦ କାରବାର ପ୍ରତିଯୋଗିତାରୁ ହତ୍ୟାକାଣ୍ଡ

ଝାରସୁଗୁଡ଼ା ଅଫିସ,୨୩ା୧୦: ଝାରସୁଗୁଡ଼ା ସଦର ଥାନା ଅଧୀନ ଇବ୍‌ନଦୀ ନିକଟରୁ ପୋଲିସ ଗୁରୁବାର ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିଥିଲା। ଏହା ବ୍ରଜରାଜନଗର...

ବଢିବନି ବସ୍‌ ଭଡା: ଏସଟିଏ

ଭୁବନେଶ୍ୱର,୨୭।୫(ବ୍ୟୁରୋ)-ରାଜ୍ୟରେ ଆସନ୍ତା କାଲିଠାରୁ ଗଡିବ ଘରୋଇ ବସ। ବସ୍‌। ଏ ନେଇ ଘରୋଇ ବସ ମାଲିକ ସଂଘ ସାଧାରଣ ବୈଠକରେ ନିଷ୍ପତି ହୋଇଛି। ହେଲେ ବସ...

ହିନ୍ଦୁ ଦେବଦେବୀଙ୍କୁ ଗାଳି, ଗାଁରେ ତେଜୁଛି ଉତ୍ତେଜନା

ବାଲିଗୁଡ଼ା,୩ା୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳର ଜଣେ ମୁସଲମାନ ଯୁବକ ହିନ୍ଦୁ ଦେବଦେବୀଙ୍କ ପ୍ରତି ସୋସିଆଲ ମିଡିଆରେ ଅଶ୍ଳୀଳ ମନ୍ତବ୍ୟ ପୋଷ୍ଟ କରିଥିବା ଅଭିଯୋଗ...

ଭୂଲିଗଲେ ସାମାଜିକ ଦୂରତା

ଖଇରା,୨୭।୪(ଡି.ଏନ.ଏ.)- ୩ଦିନର ଶଟଡାଉନ ପରେ ପ୍ରଶାସନର ନିର୍ଦ୍ଦେଶକ୍ରମେ ରବିବାର ୧୦ଟା ପରଠାରୁ ଏଥିରେ ସାମାନ୍ୟ କୋହଳ କରାଯାଇ କିଛି ନିର୍ଦ୍ଦିଷ୍ଟ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି।...

ପୂଜାରେ ଶବ୍ଦ ପ୍ରଦୂଷଣ ରୋକିବାକୁ ଖୋର୍ଦ୍ଧା ପୋଲିସର କଟକଣା, ୪୨ ଡିଜେ ସାଉଣ୍ଡ ୟୁନିଟ୍‌ ପରୀକ୍ଷା

ଖୋର୍ଦ୍ଧା ଅଫିସ,୨ା୧୦: ଦଶହରା ଏବଂ ଗଜଲକ୍ଷ୍ମୀ ପୂଜାରେ ଶବ୍ଦ ପ୍ରଦୂଷଣକୁ ରୋକିବାକୁ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ପକ୍ଷରୁ ଖୋର୍ଦ୍ଧା ପୋଲିସ ଜିଲାର ମୁୁଖ୍ୟାଳୟରେ ୪୨ ଡିଜେ...

Advertisement
Archives

Model This Week