Posted inଫୁରସତ

ଦଣ୍ଡପର୍ବ

ଚୈତ୍ରମାସ ଆରମ୍ଭରେ ଓଡ଼ିଶାର ପୁରପଲ୍ଲୀରେ ପାରମ୍ପରିକ ରୀତିନୀତିରେ ପାଳନ ହୋଇଥାଏ ଦଣ୍ଡପର୍ବ । ଏହି ପର୍ବରେ ଭଗତାମାନେ ନିଷ୍ଠାର ସହିତ ମଙ୍ଗଳମୟ ଶିବଙ୍କୁ ଆରାଧନା କରିଥାନ୍ତି। ଦଣ୍ଡନୃତ୍ୟରେ ପୌରାଣିକ, କିମ୍ବଦନ୍ତୀ ଓ ଲୋକକଥାକୁ ନେଇ ସାମାଜିକ ଚଳଣିରେ ସଂସ୍କାର, ଭାଇଚାରା ସୁଦୃଢ ହେବାର ବାର୍ତ୍ତାଦେଇଥାଏ।
ଦଣ୍ଡପର୍ବର ପୃଷ୍ଠଭୂମି- ଶୈବପୁରାଣରୁ ଜଣାପଡ଼େ ଶିବଙ୍କ ଉଦଣ୍ଡ ନୃତ୍ୟରୁ ଦଣ୍ଡନୃତ୍ୟର ସୃଷ୍ଟି।ଏସମ୍ପର୍କରେ ପ୍ରଫେସର ସୁରୋନ୍ଦ୍ର ନାଥ ଦାଶ କୁହନ୍ତି, ‘କଠୋର ଦଣ୍ଡଯୁକ୍ତ କାମନାର ସିଦ୍ଧିପ୍ରାପ୍ତ ପୌରାଣିକ ଆଖ୍ୟାନକୁ ନେଇ ଏହି ପର୍ବ ପାଳନ ହେଉଥିବାରୁ ଏହାର ନାମ କାମନାଦଣ୍ଡ ରହିଛି। ଏହାର ଉତ୍ପତ୍ତିସ୍ଥଳ କପିଳାସ ବୋଲି କୁହାଯାଏ। ପ୍ରାୟ ଅଷ୍ଟମ/ନବମ ଶତାବ୍ଦୀ ବେଳକୁ ଏହି ନୃତ୍ୟ ଭକ୍ତଜନଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା। ମାନସିକଧାରୀମାନେ ଦଣ୍ଡ ପର୍ବ ଆରମ୍ଭରୁ ଶେଷଯାଏ ହିନ୍ଦୁ ରୀତିନୀତି ଅନୁଯାୟୀ ନିଷ୍ଠାର ସହିତ ପାଳନ କରିଥାନ୍ତି। ସେମାନେ ଋଷିପୁତ୍ରମାନଙ୍କ ପରି ବ୍ରତ ଆଚରଣ କରିଥିବାରୁ ସେମାନଙ୍କୁ ଭଗତା ବା ଋଷିପୁତ୍ର ବୋଲି ସମ୍ବୋଧନ କରାଯାଏ। ତେବେ ଦଣ୍ଡ ଏକ କୃଷିଭିତ୍ତିକ ପର୍ବ। ଆଗାମୀ ବର୍ଷ ପାଇଁ କିପରି ଭଲ ଫସଲ ଅମଳ ହେବ ସେହି ଉଦ୍ଦେଶ୍ୟରେ ଈଶ୍ୱରଙ୍କୁ ପ୍ରାର୍ଥନା କରାଯାଇଥାଏ। ଦଣ୍ଡପର୍ବର ପୂଜାବିଧିକୁ ଲକ୍ଷ୍ୟକଲେ ଜଣାଯାଏ – ଏହା ହେଉଛି ବୌଦ୍ଧ, ଶୈବ ଏବଂ ଶାକ୍ତଧର୍ମର ଏକ ଅପୂର୍ବ ସମନ୍ବୟ। ଏହି ପର୍ବରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ।
ଦଣ୍ଡପର୍ବର ବିଧିବିଧାନ- ଚୈତ୍ରପୂର୍ଣ୍ଣିମାଠାରୁ ଏହି ପର୍ବ ପାଳନ ହୋଇ ବିଷୁବ ସଂକ୍ରାନ୍ତିରେ ଉଦ୍‌ଯାପିତ ହୋଇଥାଏ। ଶେଷଦିନକୁ ମେରୁ ବୋଲି କୁହାଯାଏ। ତେବେ ରାଜ୍ୟ କଳା ଓ ସଂସ୍କୃତି ସଂଘ ଉପସଭାପତି ଅବନୀ କୁମାର ମିଶ୍ର କୁହନ୍ତି -ଦଣ୍ଡ କୋଠି ଆରମ୍ଭରେ ଭଗତାମାନେ ପ୍ରଥମେ ଗଙ୍ଗାମାଟି, ସମୁଦ୍ରବାଲି, ତୁଳସୀମୂଳ ମାଟି, ଶିବପାଦୁକା କୁଣ୍ଡ ମାଟି, କୁମ୍ଭାର ମାଟି ଆଦିକୁ ସଂଗ୍ରହକରି ଶିବମନ୍ଦିରସ୍ଥିତ ପାଦୁକାକୁଣ୍ଡ ପାର୍ଶ୍ୱରେ ରଖିଥାନ୍ତି। କେତେକ ସ୍ଥାନରେ କୁମ୍ଭାରମାନେ ଜଳ ଓ ମାଟି ଆଣିଥାନ୍ତି। ପୂର୍ବରୁ ଶ୍ମଶାନରେ ଥିବା ପାଞ୍ଚ କାଠକୁ ଯୋଗାଡ଼କରି ଦଣ୍ଡଘଡ଼ିରେ ଘୋଡ଼ାଇ ରଖିଥାନ୍ତି। ପରେ ପାରମ୍ପରିକ ରୀତିନୀତି ଅନୁଯାୟୀ ବାଦ୍ୟ, ଘଣ୍ଟ, ମୃଦଙ୍ଗ, ଢୋଲ, ଝାଞ୍ଜ ଶଙ୍ଖ, ତୂରୀ ଆଦି ବାଦ୍ୟଯନ୍ତ୍ର ବଜାଯାଇ ଠାକୁରଙ୍କୁ ଆମନ୍ତ୍ରଣ କରାଯାଇଥାଏ। ପବିତ୍ର ପୀଠରେ ଫୁଲ ଧଣ୍ଡାକୁ ଆବାହନ କରାଯିବାପରେ ଚୈତ୍ରମାସ ଶୁକ୍ଳପକ୍ଷ ଅଷ୍ଟମୀ ଓ ନବମୀତିଥି ନିଶାର୍ଦ୍ଧରେ ଗାଁ ପୋଖରୀ କିମ୍ବା ନଦୀ ଜଳରେ ମୁଖ୍ୟତଃ ୧୩ ଜଣ ଭଗତା ନିଷ୍ଠାର ସହିତ ଏକତ୍ରିତ ହୋଇ ଶିବଙ୍କୁ ପ୍ରାର୍ଥନା କରିଥାନ୍ତି। ଦଣ୍ଡପର୍ବର ବିଧିବିଧାନ ଅତ୍ୟନ୍ତ କଷ୍ଟସାଧ୍ୟ। ପରମ୍ପରା ଅନୁସାରେ ସ୍ଥାନବିଶେଷରେ କେଉଁଠି ତିନିଦିନ, ପାଞ୍ଚଦିନ, ସାତଦିନ, ତେରଦିନ, ଷୋହଳଦିନ ଓ ଏକୋଇଶଦିନ ପାଳନ କରାଯାଇଥାଏ। ଦଣ୍ଡପର୍ବର ଶେଷଦିନରେ ଭଗତାମାନେ ଅଭିନୟ ସହକାରେ ହଳ କରନ୍ତି, ଧାନବୁଣନ୍ତି, ଦୋଳିଖେଳନ୍ତି, ମଣିଆମାକୁ ସାକ୍ଷୀରଖି ଭଲ ଚାଷ ପାଇଁ କାମନା କରିଥାନ୍ତି ଏବଂ କୋଇଲିଖିଆ କଣ୍ଟାରେ ଭଗତାମାନେ ଗଡ଼ନ୍ତି। ତେବେ ଭଗତାମାନେ ଦିନରେ ଥରେ ମାତ୍ର ଅର୍ଦ୍ଧରାତ୍ରି ସମୟରେ ବିଭିନ୍ନ ଫଳ ଓ ପଣା ଆହାରକରି ସମୟ ବିତାଇଥାନ୍ତି। କିନ୍ତୁ ପ୍ରସାଦ ସେବନବେଳେ ଯେପରି କୌଣସି ବାହ୍ୟ ଜୀବଜନ୍ତୁ କିମ୍ବା ନକାରାତ୍ମକ ଶବ୍ଦ କର୍ଣ୍ଣ ଗୋଚର ନ ହେବ ସେଥିପ୍ରତି ସତର୍କ ହୋଇଥାନ୍ତି। କେତେକ ସ୍ଥାନରେ ଭଗତାମାନେ ସିଝାଫଳ, ଅରୁଆ ଅନ୍ନପ୍ରସାଦ ଗ୍ରହଣ କରିଥାନ୍ତି। କବିରତ୍ନ ଭିକାରୀ ଚରଣ ଦାସଙ୍କ ‘ଦଣ୍ଡଫଳଶ୍ରୁତି’ ଗୀତରେ ଏହି ଦଣ୍ଡନାଟ ବିଷୟରେ ବର୍ଣ୍ଣନା କରାଯାଇଛି।
ପୌରାଣିକ କଥା- ଏହି ପର୍ବର ମୁଖ୍ୟ ହେଉଛନ୍ତି ଶିବ ପାର୍ବତୀ। ପୁରାଣରୁ ଜଣାପଡ଼େ ଦେବଗୁରୁ ବୃହସ୍ପତିଙ୍କ ନିକଟରୁ ଭଗବାନ ବ୍ରହ୍ମାଙ୍କ ପାଞ୍ଚପୁତ୍ର, ଇନ୍ଦ୍ରଙ୍କ ପାଞ୍ଚପୁତ୍ର ଏବଂ କୁବେରଙ୍କ ତିନିପୁତ୍ର ବିଦ୍ୟାଲାଭକରି ଫେରୁଥିବା ବେଳେ ଏକ ନଦୀ ତଟରେ ମହର୍ଷି କ୍ରତୁ ତାଙ୍କ ପିତୃଲୋକଙ୍କୁ ଜଳଦାନ କରୁଥିଲେ। ସେହି ସମୟରେ ଏହି ବାଳକମାନେ ଋଷିଙ୍କ ଉପରକୁ ଥଟ୍ଟାରେ ବାଲି ଫୋପାଡ଼ିଦେଇ ଲୁଚିଗଲେ। ଏଥିରେ ମହର୍ଷି କୋପହୋଇ ବାଳକମାନଙ୍କୁ ଅଭିଶାପ ଦେଲେ। ଫଳସ୍ବରୂପ ସଙ୍ଗେସଙ୍ଗେ ସେହି ବାଳକମାନେ ଏକ ବ୍ୟାଧିରେ ପୀଡ଼ିତ ହେଲେ । ଏଥିରେ ବ୍ରହ୍ମା, ଇନ୍ଦ୍ର ଓ କୁବେର ବିଚଳିତ ହୋଇ ପୁତ୍ରମାନଙ୍କ ଆରୋଗ୍ୟ ନିମନ୍ତେ ମହର୍ଷି କ୍ରତୁଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ। ମହର୍ଷି କ୍ରତୁ ତାଙ୍କୁ ଏଥିରୁ ମୁକ୍ତି ପାଇଁ ମହାଦେବଙ୍କ ଶରଣ ଯିବାକୁ ଉପଦେଶ ଦେଲେ। ଏହା ଶୁଣି ବ୍ରହ୍ମା, ଇନ୍ଦ୍ର ଏବଂ କୁବେର ସମେତ ତେରଜଣ ବାଳକ କାଳବିଳମ୍ବ ନ କରି ମହାଦେବଙ୍କ ପାଖରେ ପହଞ୍ଚିଲେ । ସେତେବେଳେ ଏକ ଦୋଷରୁ ମୁକ୍ତି ପାଇଁ ମହାଦେବ ରୁଦ୍ରକାଳୀଙ୍କୁ ପ୍ରାର୍ଥନା କରୁଥିଲେ । ସେହି ସମୟରେ ସାଧନାରେ କିଛି ବିଘ୍ନ ଆଶଙ୍କାରେ ମା’ ରୁଦ୍ରକାଳୀ ଆବିର୍ଭାବ ହୋଇ ବାଳକମାନଙ୍କୁ ଉଦ୍ଧାର କରିଥିଲେ। ଏହାପରେ ମହାଦେବ ଏବଂ ତେରଜଣ ବାଳକ ରୁଦ୍ରକାଳୀ ଦଣ୍ଡ ବ୍ରତ ପର୍ବ ପାଳନ ନିମନ୍ତେ ନିଷ୍ଠାର ସହିତ ଉପବାସ ଓ ରାତି ଉଜାଗର ରହି ଈଶ୍ୱରଙ୍କୁ ପ୍ରାର୍ଥନା କଲେ। ଏହି ସମୟରେ ତେରଜଣ ବାଳକ ନିଦରେ ଶୋଇପଡ଼ିଥିବାରୁ ମହାଦେବ ସେମାନଙ୍କୁ ଦଣ୍ଡ ସ୍ବରୂପ ବେତମାଡ଼ ଦେଇ ନିଦ୍ରାଭଙ୍ଗ କରିଥିଲେ ବୋଲି ଧର୍ମବିଶ୍ୱାସ ରହିଛି। ତେବେ ଏହିବ୍ରତ ପାଳନରେ ବ୍ରତଧାରୀମାନେ ବିଭିନ୍ନ ଦଣ୍ଡ ଭୋଗ କରୁଥିବାରୁ ଏହା ଦଣ୍ଡପର୍ବ ବୋଲି କୁହାଯାଏ। ଏହି ପର୍ବରେ ଦଣ୍ଡବରଣ କରି ବା ନିଜକୁ କଷ୍ଟ ଦେଇ ଆରାଧ୍ୟ ଦେବତାଙ୍କଠାରୁ ଦୟା ବା କରୁଣା ଉଦ୍ରେକ କରିବା ଏବଂ ଶିବଙ୍କ ପ୍ରତୀକ ରୂପେ ସାତ୍ତ୍ୱିକ ଭାବାପନ୍ନ ହୋଇ ଦଣ୍ଡବେତ ପୂଜା କରିଥାନ୍ତି।
ଷୋହଳ ସୁଆଙ୍ଗ- ଆକାଶବାଣୀର ପୂର୍ବତନ ଅନୁଚିନ୍ତା ଉଦ୍‌ଘୋଷକ ତଥା ସାହିତ୍ୟକ ଶଙ୍କର୍ଷଣ ମଙ୍ଗରାଜ କୁହନ୍ତି -ପୌରାଣିକ ବିଷୟର ଆଖ୍ୟାନକୁ ନେଇ ପରମ୍ପରା ଅନୁସାରେ ଆରମ୍ଭରେ ଦଣ୍ଡଖେଳ, ସାଂସ୍କୃତିକ କାର୍ଯ୍ୟକ୍ରମରେ- ପ୍ରଥମେ ବାବାଜୀ, ଦ୍ୱିତୀୟରେ ହର ପାର୍ବତୀ, ତୃତୀୟରେ ପ୍ରଭା,ଚତୁର୍ଥେ ଚଢ଼େୟା ଚଢ଼େୟାଣୀ, ଯୋଗୀ ଯୋଗିଆଣୀ, ବାଇଧନ, ଶବର ଶବରୁଣୀ, ପତରସଉରୁଣୀ, ନଟ ନଟୀ, ବୀଣାକାର ଆଦି କେତେଜଣଙ୍କ କାହାଣୀକୁ ନେଇ- ଏକୋଇଶ ହଳ ପଟେ କୁହାଯାଏ। ଏଥିରେ ଅଭିନୟ କରୁଥିବା କଳାକାରମାନେ ନାଚ ମାଧ୍ୟମରେ ଗାଉଁଲି ଢଗଢମାଳି ଓ ଗୀତ ଗାୟନ କରିଥାନ୍ତି। ଅଭିନୟରେ ବିଭିନ୍ନ କୁଳବୃତ୍ତିକୁ ଭିତ୍ତିକରି ସାମାଜିକ ଚଳଣିର ରୀତିନୀତିକୁ ଜଣେଇଥାନ୍ତି। ଭଗତାମାନେ ଦଣ୍ଡରେ ଝୁଣା ମାରି ନାନାପ୍ରକାର ନୃତ୍ୟ ପ୍ରଦର୍ଶନ କରିଥାନ୍ତି। ସାମାଜିକ ସଂସ୍କାରର ବାର୍ତ୍ତା ବହନ କରିଥାନ୍ତି।
ଅଗ୍ନିଦଣ୍ଡ-ପାରମ୍ପରିକ ଦଣ୍ଡପର୍ବର ରୀତିନୀତିରେ ନିଶାର୍ଦ୍ଧରେ ଭଗତାମାନେ ଢୋଲ, ଘଣ୍ଟ, ଶଙ୍ଖ, ଝାଞ୍ଜ ଆଦି ବାଦ୍ୟର ତାଳେତାଳେ କାମନାଘର ବା କୋଠିଘରୁ ଠାକୁରଙ୍କ ଫୁଲଧଣ୍ଡାକୁ ଆବାହନ କରି ନଦୀ କିମ୍ବା ପୋଖରୀ କୂଳରେ (ପାଣିତୋଳା) ଦଣ୍ଡପର୍ବ ଆରମ୍ଭ କରିଥାନ୍ତି। ଠାକୁରଙ୍କୁ ନାନାପ୍ରକାରର ଫୁଲପତ୍ରରେ ଟାହିଆରେ ସଜ୍ଜିତ କରାଯାଇଥାଏ। ଦଣ୍ଡରେ ଅଗ୍ନି ସଂଯୋଗ କରି ଝୁଣା ମାରିଥାନ୍ତି। ପରେ ଗ୍ରାମର ଦେବଦେବୀଙ୍କ ପୀଠରେ ଧୂପ ଦେଇଥାନ୍ତି। ପରମ୍ପରା ଅନୁଯାୟୀ ପ୍ରଥମେ କୋଠିଘରଠାରେ ଦଣ୍ଡଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ପରେ ମାନସିକଧାରୀଙ୍କ ପାଇଁ ଦଣ୍ଡଠାକୁରଙ୍କ କୋଠି ମେଲଣ ହୋଇଥାଏ।
ଧୂଳିଦଣ୍ଡ-ବୈଶାଖର ପ୍ରଚଣ୍ଡ ରୌଦ୍ରତାପକୁ ଖାତିର ନ କରି ମଧ୍ୟାହ୍ନ ସମୟରେ ଭଗତାମାନେ ପାଟଦଣ୍ଡ ଧରି ପାରମ୍ପରିକ ବାଦ୍ୟର ତାଳେତାଳେ ଗାଁ ଗାଁ ବୁଲି ଦଣ୍ଡନୃତ୍ୟ ପରିବେଷଣ କରିଥାନ୍ତି।ଧୂଳିରେ ଗଢିଥାନ୍ତି।ଏହାକୁ ଧୂଳିଦଣ୍ଡ କୁହାଯାଇଥାଏ।
ପାଣିଦଣ୍ଡ- ଭଗତାମାନେ ମନ୍ଦିର କୋଠିଘରୁ ଠାକୁରଙ୍କ ପାଟଦଣ୍ଡକୁ ଧରି ନଦୀ କିମ୍ବା ପୋଖରୀ କୂଳକୁ ଆସିଥାନ୍ତି। ଜଳାଶୟ ମଧ୍ୟକୁ ପ୍ରବେଶକରି ପ୍ରଥମେ ବୁଡ଼ ପକାଇ ଜଳାଶୟ ମଧ୍ୟରୁ ହାତମୁଠାରେ ବାଲୁକା ସଂଗ୍ରହ କରି କୂଳରେ ପୂଜା କରିଥାନ୍ତି। ଏହାପରେ ଭଗତାମାନେ ଠାକୁରଙ୍କୁ ସ୍ମରଣ କରି ମନ୍ତ୍ର ଉଚ୍ଚାରଣକରି ଧୂପଦୀପ ଉପଚାରରେ ପାଟଦଣ୍ଡୁଆ ଦଣ୍ଡରେ ଅଗ୍ନିସଂଯୋଗକରି ଝୁଣା ପକାଇଥାନ୍ତି। ବନଦଣ୍ଡ-ଚୈତ୍ରମାସର ସନ୍ଧ୍ୟା ସମୟରେ ଜଙ୍ଗଲ ମଧ୍ୟରେ ଭଗତାମାନେ ଶିବଙ୍କୁ ସ୍ମରଣକରି ଦଣ୍ଡନୃତ୍ୟ ପ୍ରଦର୍ଶନ କରିଥାନ୍ତି। ପ୍ରଥମ ଦିନଠାରୁ ମେରୁ ପଯର୍‌ୟନ୍ତ ବିଭିନ୍ନ ସ୍ଥାନରେ ଠାକୁରଙ୍କୁ ଧରି ଭ୍ରମଣ ବେଳେ କଳାକାରମାନେ ଦଣ୍ଡନୃତ୍ୟ ପ୍ରଦର୍ଶନ କରିଥାନ୍ତି।
ପାଟଦଣ୍ଡ ମେଳଣ- ବିଭିନ୍ନ ସ୍ଥାନରେ ପାଟଦଣ୍ଡକୋଠି ମେଳଣ ହେଉଥିବାବେଳେ ଖୋର୍ଦ୍ଧାଜିଲାର କୁହୁଡ଼ିଠାରେ- ମହୋତ୍ସବ କମିଟି କୁହୁଡ଼ି ଛ’ଗଡ଼ ତରଫରୁ ୨୧କୋଠି ପାଟଦଣ୍ଡ ମେଳଣ ମହୋତ୍ସବ। ନିକଟସ୍ଥ ଜନତା କଲେଜ ପଡ଼ିଆରେ ଅନୁଷ୍ଠିତ ହୋଇଥାଏ। ୨୦୧୧ ମସିହାରେ ଏହି ମେଳଣ ଆୟୋଜନ ହୋଇଥିଲା। ଏହି ମେଳଣରେ ବାଲିନାସୀ, ବାଉଁଶମୂଳ, ବାଲିଆ, ରତନପୁର, ହାଟବରଡ଼ିହ ଆଦି ଗ୍ରାମର ଶ୍ରୀବାଲୁଙ୍କେଶ୍ୱର ଦେବ, ସୋରଣ ଗ୍ରାମର ଶ୍ରୀ ବ୍ରହ୍ମେଶ୍ୱର ଦେବ, ଛକଡ଼ିପୁର ଶ୍ରୀଲୋକନାଥ ଦେବ, ଚାନ୍ଦପୁର, ଜେମାଦେଈପୁର, କନ୍ଧନୟାଗଡ଼ର ଶ୍ରୀଈଶାନେଶ୍ୱର ଦେବ, ସୁନାଖଳା,ସଲପଡ଼ି, ଭୋବରା ଗ୍ରାମର ଶ୍ରୀନୀଳକଣ୍ଠେଶ୍ୱର ଦେବ, ଜରିପଡ଼ାର ଶ୍ରୀକେଦାରେଶ୍ୱର ଦେବ, ଓରଡ଼ର ଚଉଁରା ଚଣ୍ଡୀହରଦେବ, ପଣସପୁର,ଦାରୁଗାଁ, ମାନସିଂହପୁର, କୁହୁଡ଼ି (ସାନକୋଠି,ବଡ଼କୋଠି)-ଶ୍ରୀଚଣ୍ଡୀହରଦେବ ଓ ବଉଳାବନ୍ଧ, ଘାସଡ଼ିହ ଗାଁର ଶ୍ରୀଗାଦିଶ୍ୱର ଦେବଙ୍କୁ ଚଳିତବର୍ଷ ନିମନ୍ତ୍ରଣ କରାଯାଇଥିବା ଜଣାପଡ଼ିଛି।
କନ୍ଧମାଳରେ ଦଣ୍ଡପର୍ବ- କନ୍ଧମାଳ ଜିଲାର ଦଣ୍ଡନୃତ୍ୟ ପରମ୍ପରା ବହୁ ପ୍ରାଚୀନ । ଜିଲାର ବିଭିନ୍ନ ଗ୍ରାମାଞ୍ଚଳରେ ଦଣ୍ଡ ନୃତ୍ୟଦଳଙ୍କ ଦ୍ୱାରା ପାରମ୍ପରିକ ରୀତିନୀତିରେ ଅପରାହ୍ନରେ ଧୂଳି ଦଣ୍ଡ, ସାରେ ପାଣି ଦଣ୍ଡ ଏବଂ ରାତିରେ ଅଗ୍ନି ଦଣ୍ଡ ପରିବେଷଣ କରିଥା’ନ୍ତି । ପ୍ରତ୍ୟେକ ଦଣ୍ଡଦଳରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଦଣ୍ଡୁଆ ଯୋଗଦେଇଥାନ୍ତି। କିନ୍ତୁ ସମୟ ସ୍ରୋତରେ ଆଧୁନିକତାର ସ୍ପର୍ଶ, ଦଣ୍ଡନୃତ୍ୟରେ ପ୍ରବେଶ କରିଥିଲେ ମଧ୍ୟ କନ୍ଧମାଳ ଜିଲାରେ ଅନେକ ସ୍ଥାନରେ କେବଳ ପାରମ୍ପରିକ ଦଣ୍ଡ ନୃତ୍ୟ ହୋଇଥାଏ॥ ଏଥିସହିତ ବିଭିନ୍ନ ସ୍ଥାନରେ ପଞ୍ଚଦଣ୍ଡ, ଅଷ୍ଟ ଦଣ୍ଡ, ତେରଦଣ୍ଡ ମେଳଣକୁ ଆଡ଼ମ୍ବରରେ ପାଳନ କରାଯାଇଥାଏ। ଏହା ଦ୍ବାରା ବର୍ତ୍ତମାନର ପିଢ଼ି ଏହି ଭଳି ଏକ ମହାନ୍‌ ସଂସ୍କୃତି ପ୍ରତି ଆକୃଷ୍ଟ ହେଉଛନ୍ତି । ରାଇକିଆ ପଞ୍ଚଦଣ୍ଡ କମିଟିର ସଦସ୍ୟ ଦୁର୍ଯ୍ୟୋଧନ ଲେଙ୍କା କୁହନ୍ତି, ଦଣ୍ଡନୃତ୍ୟ ଦ୍ବାରା ଲୋକଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ସହିତ ସାମାଜିକ ସଚେତନତା ସୃଷ୍ଟି ହୋଇଥାଏ । ରାଇକିଆ ପଞ୍ଚଦଣ୍ଡ କମିଟି ତରଫରୁ ପ୍ରତି ବର୍ଷ ଆଖପାଖ ଅଞ୍ଚଳର ଦଣ୍ଡନୃତ୍ୟ ଦଳଙ୍କୁ ନେଇ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଏହି ଜିଲା ବ୍ୟତିତ ଓଡ଼ିଶାର ଢେଙ୍କାନାଳ, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ଅନୁଗୋଳ, ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀ ଆଦି ବିଭିନ୍ନ ଜିଲାରେ ଏହି ପର୍ବ ଦେଖିବାକୁ ମିଳେ। ଶିବଙ୍କ ମହିମା ଅପାର, କେବଳ ଭକ୍ତିରେ ହିଁ ତାଙ୍କୁ ଆରାଧନା କଲେ ସର୍ବ ମଙ୍ଗଳ ହୋଇଥାଏ।

-ବନବିହାରୀ ବେହେରା, ପ୍ରଦୀପ ବେହେରା,ଲୋକନାଥ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ଆମେରିକାର ଜୋରଦାର ଆକ୍ରମଣ: ଚାରିଆଡ଼େ ଧୂଆଁଧୂଆଁ

ଓ୍ବାଶିଂଟନ୍‌,୯।୭: ପଶ୍ଚିମ ଏସିଆରେ ଉତ୍ତେଜନା ପୁଣି ଥରେ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଆମେରିକା ଇରାନ ଉପରେ ଘନ ଘନ ଆକ୍ରମଣ କରୁଛି। ଦକ୍ଷିଣପୂର୍ବ ଇରାନର ଇରାନଶାହରରେ ଅବସ୍ଥିତ…

ଏସ.ଆଇ.ଆର୍‌ ନେଇ ସଚେତନ ହେବା ଜରୁରୀ: ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ-ଚିତ୍ରାଙ୍କନ ପ୍ରତିଯୋଗିତା

ଭଞ୍ଜନଗର,୯।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ.ଆଇ.ଆର୍‌ ୨୦୨୬ ଉପରେ ଅଧିକରୁ ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଏହାଦ୍ୱାରା ଲୋକେ ଭୋଟର ତାଲିକା ଉପରେ…

ପଥର ଚିପ୍ସ ବୋଝେଇ ହାଇୱା ଉପରକୁ ଗୁଳିମାଡ଼: ଜୀବନ ରକ୍ଷା ଭୟରେ ଡ୍ରାଇଭର୍‌…

କୁତ୍ରା,୯।୭(ଦେବାଶିଷ ସାହୁ): ସୁନ୍ଦରଗଡ ଜିଲା କୁତ୍ରା ଥାନା ଅନ୍ତର୍ଗତ ଲିଟିବେଡ଼ା ଜଙ୍ଗଲ ନିକଟରେ ଆଜି ଭୋର ପ୍ରାୟ ୩ ଟା ୨୦ ମିନିଟ ସମୟରେ ଗୁଳିମାଡ଼ ହୋଇଥିବା…

ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା: ୩୦ରୁ ୪୦ କିମି ବେଗରେ ବହିବ ପଦନ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୯ା୭(ସୌମ୍ୟରଞ୍ଜନ ରାଉତ):ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ବର୍ତ୍ତମାନ ସଦୃଶ ଲଘୁଚାପ…

ଠିକା କର୍ମଚାରୀ ହେବେ ନିୟମିତ: ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୯ା୭ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଦାବିହୋଇ ଆସୁଥିବାବେଳେ ଏହାକୁ ସରକାର ଗୁରୁତ୍ୱର…

ସକାଳୁ ସକାଳୁ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ: କୋଲକାତାର ଯୁବକଙ୍କୁ ଅଟକ ରଖିଲା ପୋଲିସ

ପୁରୀ, ୯।୭(ଅଜିତ୍‌ କୁମାର ମହାନ୍ତି): ପୁଣି ଶ୍ରୀମନ୍ଦିରେ ଉପରେ ଉଡିଲା ଡ୍ରୋନ। ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ ଉଡ଼ୁଥିବା…

ପୁଣି ଚର୍ଚ୍ଚାରେ ଜଳ ସମ୍ପଦ ବିଭାଗ: ଚାଷ ଆରମ୍ଭରୁ ଧସିଗଲା କେନାଲ ପାର୍ଶ୍ୱକାନ୍ଥ

ବରଗଡ଼,୯।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଜଳସମ୍ପଦ ବିଭାଗର ବିବାଦ ପିଛା ଛାଡୁନାହିଁ। ଏହି ବିଭାଗ ଅଧୀନରେ ଜିଲାର ଅନେକ ସ୍ଥାନରେ ବିଭିନ୍ନ ପ୍ରକଳ୍ପ, କେନାଲ ଉନ୍ନତୀକରଣ ଓ ମରାମତି…

ବଦଳିଲା ଦେଶ ବିଭାଜନ ଇତିହାସ, ବାଦ୍‌ ପଡ଼ିଲେ ହିଟ୍‌ଲର

ନୂଆଦିଲ୍ଲୀ,୯ା୭ (ପି.ଟି.):ପୁରୁଣା ବହିରେ ଉଲ୍ଲେଖ ଥିଲା ଯେ ମହାତ୍ମା ଗାନ୍ଧୀ ଏବଂ କଂଗ୍ରେସ ନେତାମାନେ ବିଭାଜନକୁ ବିରୋଧ କରୁଥିଲେ ମଧ୍ୟ ଶେଷରେ ଏହାକୁ ଏକମାତ୍ର ବିକଳ୍ପ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri