ଡ୍ୟାନ୍ସ ମୋ ଫିଟ୍‌ନେସ୍‌ର ମନ୍ତ୍ର : ଭୂମିକା

ଶିଶୁ କଳାକାର ଭାବରେ ସେ ଓଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ହେଲେ ୟା’ ଭିତରେ ସେ ବେଶ୍‌ କେତୋଟି ସିନେମାରେ ଲିଡ୍‌ ଆକ୍ଟ୍ରେସ୍‌ ଭାବରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିବାରେ ସକ୍ଷମ ହୋଇଥିବା ଅଭିନେତ୍ରୀ ହେଲେ ଭୂମିକା ଦାଶ…

* ସିନେମାକୁ କେବେ ଆସିଲେ ?
ଫିଲ ଲାଇନ୍‌କୁ ମୁଁ ୨୦୧୩ କିମ୍ବା ୨୦୧୪ରେ ଆସିଲି। ମୋର ପ୍ରଥମ ଫିଲ୍ମ ଥିଲା ତାପସ ସରଘରିଆଙ୍କ ନିର୍ଦ୍ଦେଶିତ ‘ରୁମ୍‌କୁ ଝୁମାନା’।

* ଫିଲ୍ମ ସାଇନ୍‌ କିପରି କରନ୍ତି ?
ଫିଲ୍ମ ସାଇନ୍‌ କରିବା ପୂର୍ବରୁ କେତେଟା ଫ୍ୟାକ୍ଟକୁ ଦେଖିବାକୁ ପଡିଥାଏ। ତାହା ହେଲା କଣ୍ଟେଣ୍ଟ ଆଣ୍ଡ ସବ୍‌ଜେକ୍ଟ। ତା’ସହ ଭଲ ବ୍ୟାନର, ପ୍ରଡକ୍ସନ୍‌ ଟିମ୍‌ ନିହାତି ରହିବା ଦରକାର। ଏଥିସହିତ ଭଲ ଡାଇରେକ୍ଟର ହୁଅନ୍ତୁ କି ଭଲ ଟିମ୍‌ ହେଲେ ଯାଇ ଆମ ସିନେମାର ଆଉଟ୍‌ ପୁଟ୍‌ ଭଲ ଆସିବ। ମୋ ହିସାବରେ ତ ଭଲ ଟିମ୍‌ଟା ବାଛିବା ବହୁତ୍‌ ଇମ୍ପୋଟାଣ୍ଟ।

* ଆପଣ ଶିଶୁ କଳାକାର ରୂପେ ଅଭିନୟ କରିଥିଲେ କି ?
ମୁଁ ଶିଶୁ କଳାକାର ରୂପେ ଅଭିନୟ କରିଛି। ଗୋଟିଏ ନୁହେଁ ତିନୋଟି ଫିଲ୍ମରେ। ସେଥି ମଧ୍ୟରେ ରହିଛି ‘ରୁମ୍‌କୁ ଝୁମାନା’,‘ପାରିବେନି କେହି ଅଲଗା କରି’ ଓ ‘ଗପ ହେଲେ ବି ସତ’।

* ଡ୍ରିମ୍‌ ରୋଲ୍‌ କ’ଣ ରହିଛି ?
ଡ୍ରିମ୍‌ ରୋଲ୍‌ କ’ଣ ହେବ ସେମିତି କିଛି ପ୍ଲାନ କରିନି। ମୁଁ ଲିଡ୍‌ ଆକ୍ଟ୍ରେସ୍‌ ଭାବରେ ୫ ପାଞ୍ଚବର୍ଷ ମଧ୍ୟରେ ଗୋଟିଏ ଇନୋସେଣ୍ଟ ଗର୍ଲର ରୋଲ କରିଛି ା ‘ଦେବଦାସ’ ଚଳଚ୍ଚିତ୍ରରେ ‘ପାରୋ’ ଭୂମିକାରେ ଟ୍ରାଡିଶନାଲ ଲୁକ୍‌ରେ ଅଭିନୟ କରିଛି। ମୋର ରିଲିଜ୍‌ ଅପେକ୍ଷାରେ ଥିବା ଚଳଚ୍ଚିତ୍ର ‘ମାୟାବୀ’ରେ ଗୋଟିଏ ଲେଡି ଇନ୍ସପେକ୍ଟରର କ୍ୟାରେକ୍ଟର ପ୍ଲେ କରିଛି। ‘ଚନ୍ଦ୍ରମା’ ହରର ଫିଲ୍ମରେ ହଣ୍ଟେଡ ସ୍ପିରିଟ୍‌ରେ ଅଭିନୟ କରିସାରିଛି। ଆଗକୁ ଯଦି କିଛି ନୂଆ ରୋଲ ମିଳେ ନିଶ୍ଚିତ ରୂପେ କରିବି।

* ଫିଟ୍‌ନେସ୍‌ ବିଷୟରେ କିଛି କହିବେ…
ମୁଁ ଡାଏଟ୍‌ସିଆନ୍‌ଙ୍କ ଅନୁସାରେ ହିଁ ଖାଇବା ପିଇବା କରିଥାଏ। ଫିଟ୍‌ନେସ୍‌ ପାଇଁ ମୁଁ ବେଶି କିଛି ଟାଇମ୍‌ ଦେଇପାରେନି। କାରଣ ମୋର ପାଠପଢ଼ା ଓ ବ୍ୟସ୍ତ ସିଡ୍ୟୁଲ୍‌ ଭିତରେ ଏସବୁକୁ ମୁଁ ସମୟ ଦେଇପାରେନି। ଯେହେତୁ ମୁଁ ଜଣେ ଡ୍ୟାନ୍ସର, ଡ୍ୟାନ୍ସ ମୋ ଫିଟ୍‌ନେସ୍‌ର ମନ୍ତ୍ର। ମନରୁ ଇଚ୍ଛା ବି ହୁଏନି କିଛି କରିବା ଲାଗି।

* ବିଉଟି ସିକ୍ରେଟ୍‌ କ’ଣ ରହିଛି…
ମୁଁ ଯେହେତୁ ଜଣେ ଆକ୍ଟ୍ରେସ ସେଥିଲାଗି ଆମେ ବାହାରେ ବେଶି ଏକ୍ସପୋଜ୍‌ ହୋଇଥାଉ। ମୋ ମତରେ ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇବା ସହ ଜଣେ ପ୍ରଚୁର ପାଣି ପିଇବା ଦରକାର । ଯାହା ତ୍ୱଚାକୁ ଗ୍ଲୋ କରିବାରେ ସାହାଯ୍ୟ କରିଥାଏ। ମୁଁ ହୋମ୍‌ମେଡ୍‌ ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିବାକୁ ଅଧିକ ପସନ୍ଦ କରେ।

* ଡ୍ରିମ୍‌ ଲାଇଫ୍‌ ପାର୍ଟନର..
ଏବେ ତ ଡ୍ରିମ୍‌ ପାର୍ଟନର ବିଷୟରେ କିଛି ଭାବିନି। ଯଦି ଭାବିବାକୁ କୁହାଯାଏ ତା’ହେଲେ ଏତିକି ଯେ, ସେ ମୋତେ ଏବଂ ମୋ ପ୍ରଫେସନକୁ ବୁଝି ପାରୁଥିବ। ମୋତେ ଓ ମୋ ପ୍ରୋଫେସନ୍‌କୁ ରେସପେକ୍ଟ ଦେଉଥିବ। ଯଦି ଦୁଇଜଣଙ୍କ ମଧ୍ୟରେ ଅଣ୍ଡରଷ୍ଟାଣ୍ଡିଙ୍ଗ ଭଲ ରହିଲା ବାକି ସବୁ ଭଲ ହିଁ ଭଲ ହେବ।

* ଫ୍ରି ଟାଇମ୍‌ରେ କ’ଣ କରନ୍ତି ?
କଲେଜ୍‌ରୁ ଆସିଲା ପରେ ମାଇଣ୍ଡ ଟିକେ ଫ୍ରି କରିବାକୁ ଚାହେଁ। ଆଜିକାଲି ତ ଟିଭି ଦେଖିବାକୁ ଇଚ୍ଛା ହେଉନି। କେବେ କେବେ ଇଚ୍ଛା ହେଲେ ପେଣ୍ଟିଂ କରେ। ମୁଡ୍‌କୁ ଭଲ ରଖିବାକୁ ଚେଷ୍ଟା କରେ ଓ ବ୍ୟାଡ୍‌ମିଣ୍ଟନ୍‌ ଖେଳେ।

* କ’ଣ ହେବାକୁ ଚାହୁଁଥିଲେ…
ସେମିତି କିଛି ପ୍ଲାନିଂ ନ ଥିଲା ଯେ ଏମିତି କରିବି, ଏୟା ହେବି। କିନ୍ତୁ ଯାହା ବି କରିବି ଭଲ ଏବଂ ଭଲ ମଣିଷଟିଏ ହେବାକୁ ସବୁବେଳେ ଚାହେଁ। ଏମିତି ବି ପ୍ଲାନିଂ ନ ଥିଲା ଯେ, ମୁଁ ଅଭିନୟ କରିବି। ଯେମିତି କୁହନ୍ତି କି କର୍ମ କରିଚାଲ, ଆଗକୁ ଭାଗ୍ୟରେ ଯାହା ଥିବ। ଲକ୍ଷ୍ୟସ୍ଥଳ ଭଗବାନ୍‌ ତିଆରି କରନ୍ତି। ମୁଁ ସେହି ନ୍ୟାୟରେ ଯାହା ସୁଯୋଗ ଆସିଛି ସେହି ଅନୁସାରେ କାମ କରିଚାଲିଛି।

* ଅବସୋସ କ’ଣ ଅଛି ?
ସେମିତି କିଛି ଅବସୋସା ନାହିଁ। ଯଦି କିଛି ଭୁଲ୍‌ ହୋଇଥାଏ ତାକୁ ସୁଧାରି ନେବି ବୋଲି ଭାବେ। କୌଣସି କଥାକୁ ନେଇ ବ୍ୟତିବ୍ୟସ୍ତ ହୋଇପଡେନା।

-ମହାଶ୍ୱେତା ନାୟକ

 

 

 


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri