ବାତ୍ୟା ଗଲା, ସରିଲାନି ଦୁର୍ଦ୍ଦଶା

ସିମୁଳିଆ, ୩୦।୧୦(ସନ୍ତୋଷ ନାୟକ): ଗୁରୁବାର ରାତିରୁ ଶୁକ୍ରବାର ଅପରାହ୍ନ ପର୍ଯ୍ୟନ୍ତ ବାତ୍ୟା ‘ଦାନା’ର ତାଣ୍ଡବ ଜାରି ରହିବା ପରେ ଥମିଯାଇଥିଲା। ତେବେ ବାତ୍ୟା ଛାଡ଼ିଯିବା ପରେ ମଧ୍ୟ ଜନସାଧାରଣଙ୍କ ଦୁର୍ଦ୍ଦଶା ସରିନାହିଁ। ବାତ୍ୟାରେ ସିମୁଳିଆ ବ୍ଲକରେ ହଜାର ହଜାର ଗଛ ନଷ୍ଟ ହୋଇଛି। ରାସ୍ତାରେ ପଡିଥିବା ଗଛଗୁଡ଼ିକୁ ପ୍ରଶାସନ କାଟି ହଟାଇ ଦେଇଥିଲେ ହେଁ ଗ୍ରାମାଞ୍ଚଳର ବିଭିନ୍ନ ଘର ଓ ବାଡିରେ ଗଛଗୁଡ଼ିକ ପଡିରହିଛି। ମଇତାପୁର ପଞ୍ଚାୟତର ସରକାରୀ ଉଚ୍ଚ ପ୍ରାଥମିକ ଝାଟିଆ ବିଦ୍ୟାଳୟ ପରିସର ରାସ୍ତାରେ ଉପୁଡିପଡିଥିବା ୩ଟି ବିରାଟକାୟ ଝାଉଁଗଛ ଯୋଗୁ ଛାତ୍ରୀଛାତ୍ର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୁରୁବାର ରାତିରୁ ଅଦ୍ୟାବଧି ସମଗ୍ର ବ୍ଲକରେ ବିଦ୍ୟୁତ ସେବା ଉପଲବ୍ଧ ହୋଇପାରିନାହିଁ। ଏ ସମ୍ପର୍କରେ ବିଦ୍ୟୁତ ଉପଖଣ୍ଡ ଅଧିକାରୀ ପ୍ରତାପ କୁମାର ବେହେରାଙ୍କୁ ପଚାରିବାରୁ ଗତ ବାତ୍ୟାରେ ସମଗ୍ର ବ୍ଲକର ୨୮ହଜାର ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି। ୨୨ଟି ପଞ୍ଚାୟତରେ ୩୨ଟି ଟ୍ରାନ୍ସଫର୍ମର ଅଚଳ ହୋଇପଡିଥିବା ବେଳେ ୩୫୫ଟି ବିଦ୍ୟୁତଖୁଣ୍ଟ ଭାଙ୍ଗିଛି। କେନ୍ଦୁଝର, ବରଗଡ, ବାରିପଦା, ସମ୍ବଲପୁର, ଚଣ୍ଡିଖୋଲ ଓ ସୁନ୍ଦରଗଡର ବିଦ୍ୟୁତ ଟିମ୍‌ର ୩୮୦ଜଣ କର୍ମଚାରୀ ଦିନରାତି ନିୟୋଜିତ ଅଛନ୍ତି। ଦୈନନ୍ଦିନ ଜୀବନରେ ବିଦ୍ୟୁତସେବା ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇପଡ଼ିଥିବା ବେଳେ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ସେହିପରି ସିମୁଳିଆ ବ୍ଲକରେ ୧୩ହଜାର ୭ଶହ ଜମି ଚାଷ ହୋଇଥିବା ବେଳେ ୨୯ଶହ ୯୭ ହେକ୍ଟର ପବନମାଡ ଓ ୨ହଜାର ୯୭ହେକ୍ଟର ଜଳରେ ବୁଡି ରହି କ୍ଷତିଗ୍ରସ୍ତ ହୋଇ ଥିବାର କୃଷି ଅଧିକାରିଣୀ ବିପି ରୋଜାଲିନ ସୂଚନା ଦେଇଛନ୍ତି। ବିଭିନ୍ନ ଅଞ୍ଚଳର ଆରଆଇମାନେ ଗ୍ରାମାଞ୍ଚଳରେ ବୁଲି ଭାଙ୍ଗିଥିବା ମାଟି ଘରଗୁଡ଼ିକର ତଦନ୍ତ କରୁଥିଲେ ହେଁ ଅଦ୍ୟାବଧି ଏହାର ରିପୋର୍ଟ ଆସିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ମେ ୪ରୁ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା: ଶେଷ ସପ୍ତାହରେ ଜମିବ ‘ଛତ୍ରପୁର ମହୋତ୍ସବ’

ଛତ୍ରପୁର, ୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଅନ୍ୟତମ ପ୍ରସିଦ୍ଧ ଉତ୍ସବ, ଛତ୍ରପୁର ସହରର ଆରାଧ୍ୟା ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ଚଳିତ ବର୍ଷ ଅନୁଷ୍ଠିତ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri