ଆରପାରିରେ ଦାମୋଦର ରାଉତ, ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ନୂଆଦିଲ୍ଲୀ,୨୨।୩: ଆରପାରିରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ।ଭୁବନେଶ୍ୱରରେ ଏକ ଗାଡ଼ି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଭୋର ୫ ଟା ୨୩ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ୮୩ ବର୍ଷ ବୟସରେ ସେ ପ୍ରାଣ ତ୍ୟାଗ କରିଛନ୍ତି। ଓଡ଼ିଶା ଇତିହାସରେ ସେ ଜଣେ ଟାଣୁଆ ନେତା ଥିଲେ।

ହୃଦଘାତ ପରେ ତାଙ୍କର ବ୍ରେନ୍‌ ଡେଡ୍‌ ହୋଇଥିବା ପୁଅ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଗୁରୁବାର ସୂଚନା ଦେଇଥିଲେ। ସଙ୍କଟାପନ୍ନ ଅବସ୍ଥାରେ ଦାମଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଖବର ଅନୁଯାୟୀ ମାର୍ଚ୍ଚ ୧୮ ତାରିଖ ବିଳମ୍ବିତ ରାତିରେ ବାପା ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ମେଡିକାଲ ନେବା ବାଟରେ ତାଙ୍କର ହୃଦ୍‌ଘାତ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବାପରେ ବାପାଙ୍କୁ କାର୍ଡିଓପଲ୍‌ମୋନାରି ରେସୁସିଟେଶନ(ସିପିଆର୍‌) ଦିଆଯାଇ ନ ଥିବା ସମ୍ବିତ ଅଭିଯୋଗ କରିଛନ୍ତି। ସିପିଆର୍‌ ନ ଦେବାରୁ ବାପାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ଏହାପରେ ତୁରନ୍ତ ତାଙ୍କୁ ସେଠାରୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।