ଭୁବନେଶ୍ୱର,୧୫।୧୧: ଦେଶର ପ୍ରମୁଖ ଘରୋଇ ସିମେଣ୍ଟ କମ୍ପାନୀ ‘ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ’ ପକ୍ଷରୁ ଦକ୍ଷତାଭିତ୍ତିକ କାର୍ଯ୍ୟକ୍ରମ ‘ପ୍ରୋଜେକ୍ଟ ହସ୍ତକଳା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଝଗରପୁର ଗ୍ରାମର ମହିଳାଙ୍କ ପାଇଁ ଏହି ଅର୍ଥନୈତିକ ଉତ୍ଥାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ପ୍ରୋଜେକ୍ଟ ହସ୍ତକଳା ଝଗରପୁର ଗ୍ରାମର ମହିଳାଙ୍କୁ ବିଶ୍ୱସ୍ତରରେ ଆଦୃତ ଟାଇ ଆଣ୍ଡ ଡାଇ ବାଟିକ କଳାର ଜ୍ଞାନ ଓ କୁଶଳୀ ପ୍ରୟୋଗ ସମ୍ପର୍କରେ ତାଲିମ ପ୍ରଦାନ କରିବ। ଏହି ପ୍ରୋଜେକ୍ଟ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡର ଆର୍ ଆଣ୍ଡ ଆର୍ ଟିମ ପକ୍ଷରୁ ସୁନ୍ଦରଗଡର କଳାୟତନ ଇନ୍ଷ୍ଟିଚ୍ୟୁଟ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟ ସହଭାଗିତାରେ କାର୍ଯ୍ୟକାରୀ କରାଯାଉଛି। ଯାହାକୁ ଉକ୍ତ ଅଞ୍ଚଳରେ ଏକ ନେତୃତ୍ୱ ପ୍ରଦାନକାରୀ ଭାବରେ ବିବେଚନା କରାଯାଉଛି। ପାରିପାର୍ଶ୍ୱିକ ଗୋଷ୍ଠୀଗୁଡିକର ପାରିବାରିକ ଆୟ ବୃଦ୍ଧି ନିମନ୍ତେ ଡିସିବିଏଲ ବିବିଧ ଜୀବିକା ଉପାର୍ଜନକାରୀ କାର୍ଯ୍ୟକ୍ରମ ସୃଷ୍ଟି କରୁଛି। ଡିସିବିଏଲର ଆର୍ ଆଣ୍ଡ ଆର୍ ଟିମ୍ ଉକ୍ତ ଅଞ୍ଚଳରେ ଚାହିଦା ଓ ଯୋଗାଣ ମଧ୍ୟରେ ଉଲ୍ଲେଖନୀୟ ପାର୍ଥକ୍ୟ ରହୁଥିବା ଚିହ୍ନଟ କରିଛି ଏବଂ ଏଥିପାଇଁ କୁଶଳୀ କାରିଗରି ଲୋକଙ୍କ ଅଭାବ ଏହାର ମୂଳ କାରଣ ଭାବେ ନିରୂପଣ କରାଯାଇଛି। ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମିକ ଭାବରେ କାର୍ଯ୍ୟକାରୀ କରାଯିବ, ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୩ଜଣ ମହିଳାଙ୍କୁ ନେଇ ପାଇଲଟ କାର୍ଯ୍ୟକ୍ରମ କରାଯିବ। ତା’ ପରେ ପ୍ରତ୍ୟେକଙ୍କୁ ନିୟମିତ ୮ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ଆୟ ଉତ୍ସ ଯୋଗାଇଦେବା ଲକ୍ଷ୍ୟରେ ଆଉ ୧୭୦ ଜଣ ହିତାଧିକାରୀଙ୍କୁ ତାଲିମ ପ୍ରଦାନ ଜରିଆରେ ଉକ୍ତ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବ।


