ଡାଲମିଆ ସିମେଣ୍ଟର ‘ପ୍ରୋଜେକ୍ଟ ହସ୍ତକଳା’

ଭୁବନେଶ୍ୱର,୧୫।୧୧: ଦେଶର ପ୍ରମୁଖ ଘରୋଇ ସିମେଣ୍ଟ କମ୍ପାନୀ ‘ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ’ ପକ୍ଷରୁ ଦକ୍ଷତାଭିତ୍ତିକ କାର୍ଯ୍ୟକ୍ରମ ‘ପ୍ରୋଜେକ୍ଟ ହସ୍ତକଳା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଝଗରପୁର ଗ୍ରାମର ମହିଳାଙ୍କ ପାଇଁ ଏହି ଅର୍ଥନୈତିକ ଉତ୍‌ଥାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ପ୍ରୋଜେକ୍ଟ ହସ୍ତକଳା ଝଗରପୁର ଗ୍ରାମର ମହିଳାଙ୍କୁ ବିଶ୍ୱସ୍ତରରେ ଆଦୃତ ଟାଇ ଆଣ୍ଡ ଡାଇ ବାଟିକ କଳାର ଜ୍ଞାନ ଓ କୁଶଳୀ ପ୍ରୟୋଗ ସମ୍ପର୍କରେ ତାଲିମ ପ୍ରଦାନ କରିବ। ଏହି ପ୍ରୋଜେକ୍ଟ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡର ଆର୍‌ ଆଣ୍ଡ ଆର୍‌ ଟିମ ପକ୍ଷରୁ ସୁନ୍ଦରଗଡର କଳାୟତନ ଇନ୍‌ଷ୍ଟିଚ୍ୟୁଟ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟ ସହଭାଗିତାରେ କାର୍ଯ୍ୟକାରୀ କରାଯାଉଛି। ଯାହାକୁ ଉକ୍ତ ଅଞ୍ଚଳରେ ଏକ ନେତୃତ୍ୱ ପ୍ରଦାନକାରୀ ଭାବରେ ବିବେଚନା କରାଯାଉଛି। ପାରିପାର୍ଶ୍ୱିକ ଗୋଷ୍ଠୀଗୁଡିକର ପାରିବାରିକ ଆୟ ବୃଦ୍ଧି ନିମନ୍ତେ ଡିସିବିଏଲ ବିବିଧ ଜୀବିକା ଉପାର୍ଜନକାରୀ କାର୍ଯ୍ୟକ୍ରମ ସୃଷ୍ଟି କରୁଛି। ଡିସିବିଏଲର ଆର୍‌ ଆଣ୍ଡ ଆର୍‌ ଟିମ୍‌ ଉକ୍ତ ଅଞ୍ଚଳରେ ଚାହିଦା ଓ ଯୋଗାଣ ମଧ୍ୟରେ ଉଲ୍ଲେଖନୀୟ ପାର୍ଥକ୍ୟ ରହୁଥିବା ଚିହ୍ନଟ କରିଛି ଏବଂ ଏଥିପାଇଁ କୁଶଳୀ କାରିଗରି ଲୋକଙ୍କ ଅଭାବ ଏହାର ମୂଳ କାରଣ ଭାବେ ନିରୂପଣ କରାଯାଇଛି। ଏହି କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମିକ ଭାବରେ କାର୍ଯ୍ୟକାରୀ କରାଯିବ, ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୩ଜଣ ମହିଳାଙ୍କୁ ନେଇ ପାଇଲଟ କାର୍ଯ୍ୟକ୍ରମ କରାଯିବ। ତା’ ପରେ ପ୍ରତ୍ୟେକଙ୍କୁ ନିୟମିତ ୮ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ଆୟ ଉତ୍ସ ଯୋଗାଇଦେବା ଲକ୍ଷ୍ୟରେ ଆଉ ୧୭୦ ଜଣ ହିତାଧିକାରୀଙ୍କୁ ତାଲିମ ପ୍ରଦାନ ଜରିଆରେ ଉକ୍ତ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri